ରାଜ୍ୟ

ସୁବ୍ରତଙ୍କୁ ପ୍ରଥମ ଶାସ୍ତ୍ରୀୟ ଭାଷା ସମ୍ମାନ

ଭୁବନେଶ୍ୱର,୧୭ା୮(ବ୍ୟୁରୋ): ଯୁବ ଭାଷା ଗବେଷକ ଡ. ସୁବ୍ରତ କୁମାର ପୃଷ୍ଟି ପାଇବେ ପ୍ରଥମ ଶାସ୍ତ୍ରୀୟ ଭାଷା ସମ୍ମାନ। ୭୩ତମ ସ୍ବାଧୀନତା ଦିବସ ଅବସରରେ ଏନେଇ ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଶାସ୍ତ୍ରୀୟ ମାନ୍ୟତା ପାଇବାର ୫ ବର୍ଷ ପରେ ପ୍ରଥମଥର...

ଅତ୍ୟାଧୁନିକ ସେବା ଯୋଗାଇବା ଉପରେ ଗୁରୁତ୍ୱ

ଭୁବନେଶ୍ୱର, ୧୭ା୮ (ବ୍ୟୁରୋ): ରାଜ୍ୟର ତିନି ପ୍ରମୁଖ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ୟୁରୋଲୋଜି, ହୃଦ୍‌ରୋଗ, ନେଫ୍ରୋଲୋଜି ଚିକିତ୍ସା କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ନିର୍ଦ୍ଦେଶ ଦେଇଛନ୍ତି।...

୩୮ଜଣଙ୍କୁ ମିଳିଲା ପୋଲିସ ପଦକ

ଭୁବନେଶ୍ୱର,୧୭ା୮(ବ୍ୟୁରୋ): ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ପୋଲିସ, ଅଗ୍ନିଶମ ଓ କାରାଗାର ବିଭାଗର ଅଧିକାରୀ ଏବଂ କର୍ମଚାରୀଙ୍କୁ ପଦକ ପ୍ରଦାନ କରାଯାଇଛି। ସ୍ଥାନୀୟ ଜୟଦେବ ଭବନରେ ଗୁରୁବାର ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପଦକ ପ୍ରଦାନ କରିଛନ୍ତି।...

ପୋଲିସକୁ ଆକ୍ରମଣ: ୫ ଗିରଫ

ତିହିଡ଼ି,୧୭।୮ (ଡି.ଏନ.ଏ.) – ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ ଦୋଳସାହି-ଗୁଆମାଳ ରାସ୍ତାପାର୍ଶ୍ୱରେ ଥିବା ବିଦେଶୀ ମଦ ଦୋକାନ ନିକଟରେ ଗୁରୁବାର ମଧ୍ୟାହ୍ନରେ ତିହିଡ଼ି ପୋଲିସକୁ କେତେକ ଯୁବକ ମିଳିତ ଭାବେ ଆକ୍ରମଣ କରିଥିଲେ। ଏ ନେଇ ତିହିଡ଼ି ଥାନାରେ...

ନୀଳରକ୍ତ କଙ୍କଡ଼ା ସୁରକ୍ଷା ପାଇଁ ରକ୍ଷାବନ୍ଧନ ଉତ୍ସବ

ରୂପ୍‌ସା, ୧୭ା୮(ଡି.ଏନ୍‌.ଏ.)-ନୀଳରକ୍ତ କଙ୍କଡ଼ାର ସୁରକ୍ଷା ଦିଗରେ ସରକାର ଯତ୍ନବାନ ହେବାର ସମୟ ଆସିଛି। ବିରଳ ଓ ବିଲୁପ୍ତପ୍ରାୟ ଏହି କଙ୍କଡ଼ାର ସୁରକ୍ଷା ଓ ତା ସମ୍ପର୍କରେ ଗବେଷଣା ପାଇଁ ବାଲେଶ୍ୱରରେ ଏକ ଗବେଷଣାଗାର ପ୍ରତିଷ୍ଠା ଜରୁରୀ ବୋଲି ରକ୍ଷାବନ୍ଧନ ଉତ୍ସବରେ...

ଥମୁନି ଝାଡ଼ାବାନ୍ତି, ୯ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ

ସଜନାଗଡ଼, ୧୭ା୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ଔପଦା ବ୍ଲକର ବାଇଗଡ଼ିଆ ପଞ୍ଚାୟତର ୩୦ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ବେଳେ ୨ଜଣଙ୍କର ମୃତ୍ୟୁ ହୋଇଛି। ନୀଳଗିରି ବ୍ଲକର ମହିଷାପଟା ପଞ୍ଚାୟତର ଶାଳବଣୀ ଓ କୁଆନାଳୀ ଗ୍ରାମର ୭ଜଣ ବ୍ୟକ୍ତି ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ...

ପୂର୍ବ ଶତ୍ରୁତାରୁ ଆକ୍ରମଣ: ଭାଇଙ୍କୁ ନ ପାଇ ଭଉଣୀଙ୍କୁ ହାଣିଲେ, ୬ ଅଟକ

ବ୍ରହ୍ମପୁର ଅଫିସ,୧୭ା୮: ବଡବଜାର ଥାନା ଅନ୍ତର୍ଗତ ଲକ୍ଷ୍ମୀନୃସିଂହ ସାହିରେ ଗୋଟିଏ ଗୋଷ୍ଠୀର ମୁଖିଆ ଲବ ସେଠୀଙ୍କୁ ଗୁରୁବାର ରାତିରେ ଅନ୍ୟ ଏକ ଗୋଷ୍ଠୀର କେତେଜଣ ଆକ୍ରମଣ କରିବାକୁ ଯାଇଥିଲେ। ତେବେ ସେମାନେ ଲବଙ୍କୁ ନ ପାଇ ତାଙ୍କ ଭଉଣୀ କାମିନୀଙ୍କୁ...

ବୀମା ଅର୍ଥ ନ ମିଳିବା, ଡାକ୍ତର ଅଭାବ ନେଇ ଉଦ୍‌ବେଗ

ଛତ୍ରପୁର,୧୭ା୮(ଡି.ଏନ.ଏ)-ଗଞ୍ଜାମ ଜିଲାପରିଷଦର ସାଧାରଣ ଅଧିବେଶନ ଶୁକ୍ରବାର ଛତ୍ରପୁରସ୍ଥିତ ଜିଲାପରିଷଦ ଭବନରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପରିଷଦ ଅଧ୍ୟକ୍ଷା ସୋନମ ପଲେଇ ଅଧ୍ୟକ୍ଷତା କରିଥିଲେ ା ଚାଷୀଙ୍କୁ ଫସଲ ବୀମା ସହାୟତା ମିଳୁ ନ ଥିବା ଓ ଜିଲାରେ ଡାକ୍ତର ଅଭାବ...

ଜୁଆର ମାଡ଼ରେ ୩୦ ପରିବାରର ଘର ନଷ୍ଟ

ଚିକିଟି,୧୭ା୮(ଡି.ଏନ.ଏ.)-ଚିକିଟି ବ୍ଲକ୍‌ କତୁରୁ ପଞ୍ଚାୟତର ସମୁଦ୍ରତଟବର୍ତ୍ତୀ ରାମେୟାପାଟଣା ଗ୍ରାମରେ ଗୁରୁବାର ମଧ୍ୟାହ୍ନରେ ୫ ଫୁଟର ସମୁଦ୍ର ଜୁଆର ମାଡିଯାଇ ୩୦ ପରିବାରର ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ବେଳେ ଅନ୍ୟ କେତେଜଣଙ୍କ ଘର ଆଶିଂକ କ୍ଷତିଗ୍ରସ୍ତ ହୋଇଛି ା କ୍ଷତିଗ୍ରସ୍ତ...

ମୃତକଙ୍କୁ ବଞ୍ଚାଇବାକୁ ଶ୍ମଶାନରେ ପୂଜାପାଠ

କବିସୂର୍ଯ୍ୟନଗର,୧୭ା୮- ଡାକ୍ତର ମୃତ ଘୋଷଣା କଲେ, ମାତ୍ର ମାନିଲେନି ବନ୍ଧୁ ପରିଜନ। ବଞ୍ଚାଇବାକୁ ଗୁଣିଆର ସହାୟତା ନେଲେ। ମୃତ୍ୟୁର ୧୬ ଘଣ୍ଟା ପର୍ଯ୍ୟନ୍ତ ମୃତଦେହ ରଖି ଚାଲିଲା ପୂଜାପାଠ। ଶେଷରେ ଗୁଣିଆ ଚତୁରତାର ସହ ଚମ୍ପଟ ମାରିଲା ଗ୍ରାମବାସୀଙ୍କ ଆଖିରେ...

ଶିକ୍ଷୟିତ୍ରୀଙ୍କ ଗହଣା ଲୁଟ୍‌, ବଳାତ୍କାର ଉଦ୍ୟମ

ଦିଗପହଣ୍ଡି,୧୭୮(ଡି.ଏନ.ଏ.)-ଦିଗପହଣ୍ଡି ଥାନା ମହୁଡ଼ା ଅଞ୍ଚଳ ଅପରାଧୀଙ୍କ ଅମରାବତୀ ପାଲଟିଛି। ପୋଲିସ ଅଭିଯୁକ୍ତମାନଙ୍କୁ ଧରିବାରେ ବିଫଳ ହେଉଛି। ଗୁରୁବାର ଜଣେ ଶିକ୍ଷୟିତ୍ରୀଙ୍କୁ ମହୁଡ଼ା-ନରସିଂହପୁର ଗ୍ରାମ ନିଛାଟିଆ ରାସ୍ତାରେ ଲୁଟ୍‌ ପରେ ବଳାତ୍କାର ଉଦ୍ୟମ ହୋଇଛି। ଦୁର୍ବୃତ୍ତଜଣକ ଶିକ୍ଷୟିତ୍ରୀଙ୍କଠାରୁ ଗହଣା ଲୁଟିନେବାପରେ ବଳାତ୍କାର...

ଜାତୀୟ ପତାକାକୁ ଅସମ୍ମାନ, ଥାନାରେ ଅଭିଯୋଗ

ଭଞ୍ଜନଗର,୧୭।୮(ଡି.ଏନ.ଏ)-ଭଞ୍ଜନଗର ଉପଖଣ୍ଡସ୍ତରୀୟ ସ୍ବାଧୀନତା ଦିବସ ସ୍ଥାନୀୟ ଜେଲ ପଡ଼ିଆରେ ଗୁରୁବାର ଚାଲିଥିଲା। ଏହି ସମୟରେ ସହରର ଜଣେ ବ୍ୟବସାୟୀ ନିଜ ପୋଷା କୁକୁର ବେକରେ ଓ ଚେନରେ ଜାତୀୟ ପତାକା ମାରି ପଡ଼ିଆକୁ ଆଣିଥିଲେ। ଏହାକୁ ନେଇ ପଡ଼ିଆରେ ଉତ୍ତେଜନା...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri