ରାଜ୍ୟ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବଲାଣୀ ସେଲ ଖଣି ପରିଦର୍ଶନ

ବଡ଼ବିଲ, ୧୩।୮(ସ୍ବ.ପ୍ର.)- କେନ୍ଦୁଝର ଜିଲା ବଲାଣି ଥାନା ଅନ୍ତର୍ଗତ ସେଲ(ଷ୍ଟିଲ ଅଥରୀଟି ଅଫ ଇଣ୍ଡିଆ ଲିମିଟେଡ)ର ବଲାଣି ଲୌହ ଖଣିକୁ ସୋମବାର ସନ୍ଧ୍ୟାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପରିଦର୍ଶନ କରିଛନ୍ତି। ହେଲିକପ୍ଟର ଯୋଗେ ସେ ଝାଡ଼ଖଣ୍ଡର ନୂଆମୁଣ୍ଡିରେ ଓହ୍ଲାଇବା ପରେ...

ଆରମ୍ଭ ହେଲା ଜନଗଣନା-୨୦୨୧

ଭୁବନେଶ୍ୱର,୧୩।୮(ବ୍ୟୁରୋ): ଜନଗଣନା-୨୦୨୧ ପ୍ରକ୍ରିୟା ସୋମବାରଠାରୁ ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହୋଇଛି। ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)ର ୧୫ ନଂ ୱାର୍ଡ, କେନ୍ଦ୍ରାପଡା ଜିଲାର ପଟ୍ଟାମୁଣ୍ଡାଇ ତହସିଲ, ବଲାଙ୍ଗୀରର ପୁଇଁତଳା ତହସିଲରେ ଏହା ଆରମ୍ଭ ହୋଇଛି। ଓଡ଼ିଶା ଜନଗଣନା ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶକ...

ରାଜ୍ୟ ଯୋଜନା ବୋର୍ଡ ପୁନର୍ଗଠନ ଚର୍ଚ୍ଚା

ଭୁବନେଶ୍ୱର,୧୨।୮(ବ୍ୟୁରୋ): ରାଜ୍ୟ ସରକାର କେତେକ ପ୍ରମୁଖ ପରିଷଦ ଗୁଡ଼ିକର ପୁନର୍ଗଠନ କରିବାକୁ ଯାଉଛନ୍ତି। ଯୋଜନା ଓ ସଂଯୋଜନା ବିଭାଗ ପକ୍ଷରୁ ଏ ନେଇ ତତ୍ପରତା ପ୍ରକାଶ ପାଇଥିବା ଜଣାପଡ଼ିଛି। ରାଜ୍ୟ ଯୋଜନା ବୋର୍ଡ ଏବଂ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ(ଡବ୍ଲ୍ୟୁଓଡିସି)...

ସିବିଏସ୍‌ଇ ଦଶମ, ଦ୍ୱାଦଶ ପରୀକ୍ଷା ଫି’ ବୃଦ୍ଧି ପ୍ରସଙ୍ଗ: ଅଭିଭାବକ ମହାସଂଘର ଆନ୍ଦୋଳନ ଚେତାବନୀ

ଭୁବନେଶ୍ୱର, ୧୩।୮(ବ୍ୟୁରୋ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସ୍‌ଇ) ପକ୍ଷରୁ ଦଶମ ଓ ଦ୍ୱାଦଶ ପରୀକ୍ଷା ଫି’ ବୃଦ୍ଧି କରାଯାଇଛି। ଏହାକୁ ଓଡ଼ିଶା ଅଭିଭାବକ ମହାସଂଘ ବିରୋଧ କରିଛି। ସମାଧାନ ପାଇଁ ସଂଘ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିବା ସହ ଫି’ ବୃଦ୍ଧି...

ସୂର୍ଯ୍ୟମନ୍ଦିର ସ୍ଥିତି ପରଖିଲେ ଆମିକସ୍‌ କ୍ୟୁରି

କୋଣାର୍କ, ୧୩।୮(ଡି.ଏନ୍‌.ଏ.): ବିଶ୍ୱ ଐତିହ୍ୟ ସୂର୍ଯ୍ୟମନ୍ଦିର ସୁରକ୍ଷା ପାଇଁ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରା ନିଯୁକ୍ତ ହୋଇଥିବା ଆମିକସ୍‌ କ୍ୟୁରି ଆଡଭୋକେଟ୍‌ ଏନ୍‌.କେ. ମହାନ୍ତି ସୋମବାର ମନ୍ଦିରର ସ୍ଥିତି ପରଖିଛନ୍ତି। ବର୍ଷା ସମୟରେ ମନ୍ଦିର ପରିସରରେ ପାଣି ଜମିରହିବା, ମନ୍ଦିରର ମୁଖ୍ୟ...

୩ଥର ଇସ୍ତଫା ଗ୍ରହଣ କରିବାକୁ କହିଲିଣି: ନିରଞ୍ଜନ

ଭୁବନେଶ୍ୱର,୧୩।୮(ବ୍ୟୁରୋ): ରାଜ୍ୟରେ ନିକଟରେ ଶେଷ ହୋଇଥିବା ନିର୍ବାଚନରେ ପ୍ରଦେଶ କଂଗ୍ରେସ କମିଟି ଅତ୍ୟନ୍ତ ଦୁର୍ବଳ ପ୍ରଦର୍ଶନ କରିଛି। ଅନ୍ୟପଟେ ବିଳମ୍ବରେ ହୋଇଥିବା ପାଟକୁରା ନିର୍ବାଚନରେ ମଧ୍ୟ କଂଗ୍ରେସ ପ୍ରାର୍ଥୀ ଅମାନତ ହରାଇଥିବା ଦେଖିବାକୁ ମିଳିଛି। ୨୦୧୯ ନିର୍ବାଚନରେ କଂଗ୍ରେସର ଏତେ...

ଅନ୍ଧବିଶ୍ୱାସରୁ ମୁକୁଳିପାରୁନି ଭାରତ: ଅଙ୍ଗ ଅଭାବରୁ ଜୀବନ ହାରୁଛନ୍ତି ଲକ୍ଷାଧିକ ରୋଗୀ

ଭୁବନେଶ୍ୱର,୧୩।୮(ବ୍ୟୁରୋ): କଥାରେ ଅଛି ଅଙ୍ଗଦାନ ମହତ୍‌ ଦାନ। ହେଲେ ଏହାକୁ ଗ୍ରହଣ କରିବାକୁ ଆଜି ବି ଅନେକେ ନାରାଜ। ବିଂଶଶତାବ୍ଦୀରେ ଅଙ୍ଗ ପ୍ରତିରୋପଣ ମେଡିକାଲ ସାଇନ୍ସର ଏକ ଅବିଚ୍ଛେଦ୍ୟ ଅଙ୍ଗରେ ପରିଣତ ହୋଉଥିବାବେଳେ ଏହାଦ୍ୱାରା ଲକ୍ଷ ଲକ୍ଷ ଜୀବନ ରକ୍ଷା...

୧୬ରେ ଆନ୍ଦୋଳନକୁ ଓହ୍ଲାଇବେ ୫୦ ହଜାର ଶିକ୍ଷକ, କର୍ମଚାରୀ

ଭୁବନେଶ୍ୱର, ୧୩।୮(ବ୍ୟୁରୋ): ଆସନ୍ତା ୧୬ ତାରିଖ ‘ଶିକ୍ଷକ ଦାବି ଦିବସ’ରେ ନିଜର ହକ୍‌ ପାଇଁ ୫୦ ହଜାର ଶିକ୍ଷକ ଓ କର୍ମଚାରୀ ରାସ୍ତାକୁ ଓହ୍ଲାଇବେ। ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ସରକାରଙ୍କୁ ଏଭଳି ଚେତାବନୀ ଦେଇଛି।...

ରାସ୍ତା ଉପରେ ପାଣି, ଯୋଗାଯୋଗ ବିଚ୍ଛିନ୍ନ

ଫିରିଙ୍ଗିଆ,୧୩ା୮: ଫିରିଙ୍ଗିଆ ବ୍ଲକ ନେଡିପଦରଠାରୁ ଜାର୍ଗିପଦର ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା(ପିଏମ୍‌ଜିଏସ୍‌ୱାଇ)ରେ ହୋଇଥିବା ରାସ୍ତା ପାର୍ଶ୍ୱ ବର୍ଷାରେ ଧୋଇ ଯାଇଥିଲା। ଏବେ ଏହି ରାସ୍ତା ବୁଡିଯାଇଛି। ଫଳରେ ଏହି ରାସ୍ତା ଦେଇ ଯାତାୟତ ବନ୍ଦ ହୋଇଯାଇଛି। ନେଡିପଦରରୁ-ଜାର୍ଗିପଦର ପର୍ଯ୍ୟନ୍ତ...

ଗଞ୍ଜେଇ ଜବତ, ୨ ଗିରଫ

ଫିରିଙ୍ଗିଆ,୧୩ା୮: ଫିରିଙ୍ଗିଆ ପୋଲିସ ମାଶ୍ରିପଡା ରାସ୍ତା ପୁକେରିମା ସାହିରେ ଚଢ଼ାଉ କରି ଏକ ବୋଲରରୁ ୧ କୁଇଣ୍ଟାଲ ୬ କେଜି ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଫୁଲବାଣୀ ସହର ପାଖ...

କେରଳ ବନ୍ୟାରେ ଫସିଛନ୍ତି ସାନଖେମୁଣ୍ଡିର ବହୁ ଶ୍ରମିକ

ପାଟପୁର,୧୩ା୮(ଡି.ଏନ.ଏ.)- ସାନଖେମୁଣ୍ଡି ବ୍ଲକ ପାଟପୁର, ରାଧାଦେଇପୁର, ସାତପେଣ୍ଠ ଗୋପାଳପୁର, ପ୍ରତାପଗିରି ଦଳିତ ସାହି ଗ୍ରାମର ବହୁ ବ୍ୟକ୍ତି କେରଳର ଆନ୍ନାକୁଲମ ଓ ଅଞ୍ଚଳରେ ବନ୍ୟାରେ ଫସି ରହିଛନ୍ତି। ଅଗଷ୍ଟ ୩ରୁ ପ୍ରବଳ ବର୍ଷା ପରେ କେରଳରେ ବନ୍ୟା ହୋଇଛି। ଅଞ୍ଚଳର...

ସାରା ରାଜ୍ୟରେ ବର୍ଷିଲା

ଭୁବନେଶ୍ୱର, ୧୩ା୮(ବ୍ୟୁରୋ): ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ସୋମବାର ଲଘୁଚାପର ରୂପ ନେଇଛି। ଏହାର ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଆରମ୍ଭ ହୋଇଛି। ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଆହୁରି...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri