ରାଜ୍ୟ

ଅରୁଣ ବୋଥ୍ରା ହେଲେ ‘କ୍ରୁଟ’ ପରିଚାଳନା ନିର୍ଦ୍ଦେଶକ

ଭୁବନେଶ୍ୱର, ୭।୭(ବ୍ୟୁରୋ): ଓଡ଼ିଶା ପୋଲିସ ତଥା ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ବ୍ୟୁରୋ (ସିଆଇଡି), କ୍ରାଇମ୍‌ ବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରାଙ୍କୁ ଶନିବାର ଅତିରିକ୍ତ ଦାୟିତ୍ୱ ମିଳିଛି। ଏବେଠାରୁ ତାଙ୍କୁ କ୍ୟାପିଟାଲ ରିଜିଅନ୍‌ ଟ୍ରାନ୍ସପୋର୍ଟ (କ୍ରୁଟ) ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି।...

ପାଟକୁରାରେ ଭାଜପା ନିଜସ୍ବ ଢଙ୍ଗରେ ଲଢ଼ି ଜିତିବ: ଧର୍ମେନ୍ଦ୍ର

ଭୁବନେଶ୍ୱର, ୭।୭(ବ୍ୟୁରୋ): ପାଟକୁରା ନିର୍ବାଚନ ତାରିଖ ଘୋଷଣା ହେବାପରେ ରାଜ୍ୟର ୩ ପ୍ରମୁଖ ଦଳ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ବିଜେଡି ରଣନୀତି ଅନୁଯାୟୀ ପ୍ରଚାର କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଦଳର ମାଳମାଳ ବିଧାୟକ ପାଟକୁରାରେ ବର୍ତ୍ତମାନ ଡେରା ପକାଇ...

ମାଉସୀମା’ ମନ୍ଦିର ଆଗରେ ତିନିଠାକୁରଙ୍କ ରଥ

ରଣପୁର, ୭ା୭ (ସ୍ବ.ପ୍ର.): ଓଡ଼ିଶାର ଦ୍ୱିତୀୟ ଶ୍ରକ୍ଷେତ୍ର କୁହାଯାଉଥିବା ରଣପୁରଠାରେ ଗୁରୁବାରଠାରୁ ଆରମ୍ଭ ହୋଇଥିବା ରଥଟଣା କାର୍ଯ୍ୟ ଶନିବାର ସମାପ୍ତ ହୋଇଛି । ସନ୍ଧ୍ୟାରେ ରଥରୁ ୩ଠାକୁରଙ୍କୁ ପୂଜା ପଣ୍ଡାମାନେ ପହଣ୍ଡି ବିଜେ କରାଇ ମାଉସୀମା’ ମନ୍ଦିରକୁ ନେଇଥିଲେ। ଆସନ୍ତା...

ଖରସ୍ରୋତା ନଦୀବନ୍ଧ ରାସ୍ତା ଶୋଚନୀୟ: ଯାତାୟାତରେ ଅସୁବିଧା

ବିଞ୍ଝାରପୁର,୭।୭(ଡି.ଏନ.ଏ)- ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ଖରସ୍ରୋତା ନଦୀବନ୍ଧ ରାସ୍ତା ମରାମତି ଅଭାବରୁ ଶୋଚନୀୟ ହୋଇଛି। ନଦୀରୁ ବାଲି ଉଠାଇ ଟ୍ରାକ୍ଟର ଓ ଟ୍ରକ୍‌ଗୁଡିକ ଏହି ରାସ୍ତାଦେଇ ଯାତାୟାତ କରୁଛନ୍ତି। ଫଳରେ ବିଞ୍ଝାରପୁରଠାରୁ ସିଂହପୁର ପର୍ଯ୍ୟନ୍ତ ଖରତ୍ସୋତା ନଦୀବନ୍ଧରେ ବଡ଼ ବଡ଼...

ଫୁଲକୁ ନେଇ କଣ୍ଟା ବିବାଦ

ପୁରୀ ଅଫିସ,୬ା୭: ଆରମ୍ଭରୁ ବିବାଦରେ ଫସିଥିବା ଶ୍ରୀମନ୍ଦିର ଫୁଲସଜାକୁ ନେଇ ପୁଣି ଏକ ନୂଆ ବିବାଦ ମୁଣ୍ଡ ଟେକିଛି। ଫୁଲ ପାଇଁ ଉଠିଛି କଣ୍ଟା ବିବାଦ। ମହାପ୍ରଭୁଙ୍କ ସେବା ପାଇଁ ସୁଦୂର ଦିଲ୍ଲୀରୁ ଆସିଥିବା ଭକ୍ତ କେ.କେ. ଶର୍ମା ଏହି...

ଜନ୍ମବେଦୀରେ ଦର୍ଶନ ଦେଲେ ଦାରୁଦିଅଁ : ମିଳିଲା ଆଡ଼ପ ଅବଢା, ରବିବାର ମହାପ୍ରଭୁଙ୍କ ବନକ ଲାଗି

ପୁରୀ ଅଫିସ, ୬ା୭: ଜନ୍ମବେଦୀରେ ଦର୍ଶନ ଦେଲେ ଦାରୁଦିଅଁ। ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ଶନିବାର ଲକ୍ଷାଧିକ ଶ୍ରଦ୍ଧାଳୁ ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ କରିଛନ୍ତି। ବର୍ଷା ଏବଂ କୋହଲା ପାଗ ସତ୍ତ୍ବେ ବିଶ୍ୱନିୟନ୍ତାଙ୍କ ଦର୍ଶନ ଲାଗି ଭକ୍ତଙ୍କ ମଧ୍ୟରେ ବେଶ୍‌ ଉତ୍ସାହ...

ଭିତରକନିକାକୁ ଦେଶୀୟ ପକ୍ଷୀଙ୍କ ଆଗମନ

ରାଜନଗର,୬ା୭(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନକୁ ଏବେ ଦେଶୀ ପକ୍ଷୀଙ୍କ ଆଗମନ ହୋଇଛି। ମୌସୁମୀ ସ୍ପର୍ଶ ପାଇବା କ୍ଷଣି ଦେଶୀୟ ପକ୍ଷୀମାନେ ଭିତରକନିକାକୁ ସଙ୍ଗମ ପାଇଁ ଆସିଛନ୍ତି। ଦଳଦଳ ହୋଇ ନୀଳ ଆକାଶରେ ଉଡ଼ିବା ଦୃଶ୍ୟ ବେଶ୍‌...

ସୀମାନ୍ତରେ ପୋଲିସ-ମାଓବାଦୀ ଗୁଳି ବିନିମୟ : ୪ ମାଓବାଦୀ ନିହତ

ମାଲକାନଗିରି,୬ା୭(ଡି.ଏନ୍‌.ଏ.): ମାଲକାନଗିରି ସୀମାନ୍ତ ଛତିଶଗଡ଼ ଧମତରି ଜିଲା ଗମେଚକା ଥାନା ଅଞ୍ଚଳରେ ଶନିବାର ସକାଳେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ୪ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ସୂଚନାନୁଯାୟୀ, ଏସ୍‌ଟିଏଫ୍‌ ଓ ଡିଏଫ୍‌ ଯବାନମାନେ...

ନର୍ଲା ନବୋଦୟ ବିଦ୍ୟାଳୟରୁ ଛାତ୍ର ନିଖୋଜ: ଥାନାରେ ମାମଲା ରୁଜୁ

ଭବାନୀପାଟଣା, ୬।୭ (ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ନର୍ଲାସ୍ଥିତ ଜବାହର ନବୋଦୟ ବିଦ୍ୟାଳୟର ଅଷ୍ଠମ ଶ୍ରେଣୀ ଛାତ୍ର ସଞ୍ଜିତ ନାଏକ ଗତ ୧ତାରିଖରୁ ନିଖୋଜ ଅଛନ୍ତି। ଏ ନେଇ ଶନିବାର ପରିବାର ଲୋକେ ଅଭିଯୋଗ କରିଛନ୍ତି। ଥୁ.ରାମପୁର ବ୍ଲକ ଲୋହରାଯୋର ଗ୍ରାମର...

ନବବିବାହିତାଙ୍କ ଆତ୍ମହତ୍ୟା: ଯୌତୁକ ଯୋଗୁ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ବାପା

ଭବାନୀପାଟଣା, ୬।୭(ଡି.ଏନ୍‌.ଏ.): ଭବାନୀପାଟଣା ସଦର ଥାନା ଅନ୍ତର୍ଗତ କର୍ଲାସୋଢ଼ା ଗ୍ରାମର ଜନୈକା ନବବିବାହିତା ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ସେ ହେଲେ ସାବିତ୍ରୀ ରଣା। ତେବେ ସାବିତ୍ରୀଙ୍କୁ ହତ୍ୟା କରାଯାଇଥିବା ବାପା ଭାଗ୍ୟବାନ ରଣା ସଦର ଥାନାରେ ଲିଖିତ...

ନୃଶଂସ ପୁଅଙ୍କ ଅମାନବୀୟ କାଣ୍ଡ: ବାପାଙ୍କୁ ଠେଙ୍ଗାରେ ପିଟି ଶଯ୍ୟାଶାୟୀ ମା’ଙ୍କୁ ଜିଅନ୍ତା ଜାଳିଦେଲେ

ପାଟଣାଗଡ଼, ୬।୭ (ଡି.ଏନ୍‌.ଏ.): ସାମାନ୍ୟ ବଚସାକୁ କେନ୍ଦ୍ରକରି ବାପାଙ୍କୁ ଠେଙ୍ଗାରେ ମାଡ଼ମାରିବା ପରେ ଶଯ୍ୟାଶାୟୀ ମା’ଙ୍କୁ ଜିଅନ୍ତା ଜାଳିଦେଲେ ପୁଅ। ଏଭଳି ଏକ ସ୍ପର୍ଶକାତର ଘଟଣା ଘଟିଛି ବଲାଙ୍ଗିର ଜିଲା ବେଲପଡ଼ା ଥାନା ଅନ୍ତର୍ଗତ ରାଡ଼ବାହାଲ ଗ୍ରାମରେ। ସୂଚନାନୁଯାୟୀ, ଶନିବାର...

ଏଏସ୍‌ଆଇ ପକ୍ଷରୁ ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ

ପୁରୀ ଅଫିସ, ୬।୭: ଘୋଷଯାତ୍ରା ଯାଇଁ ଏବେ ଆଡ଼ପମଣ୍ଡପରେ ମହାପ୍ରଭୁ। ନଅଦିନ ବ୍ୟାପୀ ଜନ୍ମବେଦିରେ ଅବସ୍ଥାନ କରିବେ। ଏହି ଅବସରରେ ଶ୍ରୀମନ୍ଦିରର ଗର୍ଭଗୃହ ଯାଞ୍ଚ ଆରମ୍ଭ ହୋଇଛି। ରୁର୍‌କିସ୍ଥିତ ସେଣ୍ଟ୍ରାଲ ମାଇନିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ(ସିବିଆର୍‌ଆଇ)ର ବିଶେଷଜ୍ଞମାନେ ଏହି ଯାଞ୍ଚରେ ସାମିଲ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri