ରାଜ୍ୟ

ଧାରଣାରେ ନ ବସି ଗାଡ଼ି ଚଳାଇବାରୁ ଆକ୍ରୋଶର ଶିକାର ହେଲେ ‘ଓଲା’ ଚାଳକ: ମହିଳା ଯାତ୍ରୀ ଥିବା ସତ୍ତ୍ୱେ ଗାଡ଼ି ଭଙ୍ଗାରୁଜା, ମାଡ଼ ମାରିବା ଅଭିଯୋଗ

ଭୁବନେଶ୍ୱର,୩।୭(ବ୍ୟୁରୋ): ବିଭିନ୍ନ ଦାବି ନେଇ ଗତ ୬ ଦିନ ଧରି ‘ଓଲା’ ଚାଳକମାନେ ଧାରଣାରେ ବସିଛନ୍ତି। ହେଲେ ଜଣେ ଚାଳକ ଏହାକୁ ସମର୍ଥନ ନ କରି ରୋଜଗାର କରିବା ଆଶାରେ ଗାଡ଼ି ଚଳାଇବା ତାଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଏପରି...

ରାଜଭବନ ୟୁ.ପି. ସ୍କୁଲରେ ବନ ମହୋତ୍ସବ: ସମସ୍ତ ଛାତ୍ରୀଛାତ୍ରଙ୍କୁ ବୃକ୍ଷରୋପଣ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର,୩।୭(ବ୍ୟୁରୋ): ସ୍ଥାନୀୟ ରାଜଭବନ ୟୁ.ପି. ସ୍କୁଲରେ ବୁଧବାର ରାଜ୍ୟସ୍ତରୀୟ ବନମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଛାତ୍ରୀଛାତ୍ରମାନଙ୍କୁ ବହୁ ସଂଖ୍ୟାରେ ବୃକ୍ଷରୋପଣ କରିବାକୁ ପରାମର୍ଶ ଦେଇଛନ୍ତି। କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ...

ନବ ନିର୍ବାଚିତ ବିଧାୟକଙ୍କୁ ନବୀନଙ୍କ ପରାମର୍ଶ: ଗର୍ବ, ଅହଂକାରଠାରୁ ଦୂରେଇ ରୁହ; ଦାମୀ ଗାଡ଼ି ଚଢ଼ନା

ଭୁବନେଶ୍ୱର,୩।୭(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ବୁଧବାର ନବ ନିର୍ବାଚିତ ବିଜେଡି ବିଧାୟକମାନଙ୍କର ଏକ ବୈଠକ କରିଛନ୍ତି। ଏହି ବୈଠକରେ ବିଧାୟକମାନଙ୍କୁ ସରଳ ଜୀବନଯାପନ କରିବା ସହ ଲୋକଙ୍କ ନିକଟତର ହେବାକୁ ପରାମର୍ଶ ଦେଇଛନ୍ତି। ପୂର୍ବାହ୍ନ ୧୦ଟାରେ...

ତିନିବାଡ଼ରୁ ଆସି ଲାଗିଲା ଆଜ୍ଞାମାଳ: ସିଂହଦ୍ୱାରରେ ତିନି ରଥ

ପୁରୀ ଅଫିସ୍‌,୩।୭: ଗୁରୁବାର ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ମହାପ୍ରଭୁଙ୍କ ଏହି ନବଦିନାତ୍ମକ ଯାତ୍ରା ପାଇଁ ସିଂହଦ୍ୱାର ସମ୍ମୁଖରେ ପ୍ରସ୍ତୁତ ହୋଇରହିଛି ତିନି ରଥ। ମଙ୍ଗଳବାର ନବଯୌବନ ବେଶରେ ଦର୍ଶନ ଦେଇଥିଲେ ଚତୁର୍ଦ୍ଧାବିଗ୍ରହ। ବୁଧବାର ଉଭାଯାତ୍ରା। ଏହି ପବିତ୍ର ତିଥିରେ ନିର୍ଦ୍ଧାରିତ ସମୟ...

ସୁନ୍ଦରଗଡ଼ ଜିଲା ଅବକାରୀ ବିଭାଗର ଚଢ଼ାଉ: ୨୫ କିଗ୍ରା ଗଞ୍ଜେଇ ଜବତ, ଜଣେ ଗିରଫ

ରାଉରକେଲା ଅଫିସ,୩।୭: ସୁନ୍ଦରଗଡ଼ ଜିଲା ଅବକାରୀ ପୋଲିସ ବୁଧବାର ଲକ୍ଷାଧିକ ଟଙ୍କା ମୂଲ୍ୟର ଗଞ୍ଜେଇ ଜବତ କରିଛି। ଘଟଣାରେ ସମ୍ପୃକ୍ତ ଥିବା ଜଣଙ୍କୁ ଗିରଫ କରାଯାଇଛି। ସେ ହେଲେ ଟାଙ୍ଗରପଲ୍ଲୀ ଥାନା ଅନ୍ତର୍ଗତ ଆନନ୍ଦ ବଜାରର ଶିଶିର ପାଣିଗ୍ରାହୀ। ତାଙ୍କଠାରୁ...

ଗୁରୁବାର ରଥଯାତ୍ରା: ବାଲୁକାକଳାରେ ଭକ୍ତ ଦାସିଆଙ୍କୁ ମନେପକାଇଲେ ଶିଳ୍ପୀ ସୁଦର୍ଶନ

ଭୁବନେଶ୍ୱର,୩।୭(ବ୍ୟୁରୋ): ଗୁରୁବାର ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଏହି ଉପଲକ୍ଷେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଭକ୍ତ ଦାସିଆ ବାଉରୀଙ୍କ କଥାକୁ ମନେପକାଇଦେଇଛନ୍ତି। ପ୍ରତ୍ୟେକଟି ଓଡ଼ିଆ ପ୍ରାଣର ଦେବତାଙ୍କ ଭକ୍ତ ପ୍ରତି ଶ୍ରଦ୍ଧା ଭାବକୁ ସେ...

ଆଶ୍ରୟ ଆଳରେ ଆଶ୍ରମରୁ ୬୦ ହଜାର ଟଙ୍କାରେ ନାବାଳିକା ବିକ୍ରି: ପ୍ରତାରଣା ଦେଇ ଖସି ପଳାଇଲେ ସ୍ବାମୀ

ବରଗଡ଼ ଅଫିସ୍‌,୩।୭: ବରଗଡ଼ ଜିଲାର ଏକ ଆଶ୍ରମରେ ଜଣେ ଅସହାୟା ନାବାଳିକାଙ୍କୁ ଆଶ୍ରୟ ଦେବା ଆଳରେ ତାଙ୍କୁ ୬୦ହଜାର ଟଙ୍କାରେ ବିକିଦେବା ଏବଂ ପରେ ନାବାଳିକାଙ୍କୁ ବିବାହ କରିଥିବା ସ୍ବାମୀ ତାଙ୍କୁ ଛାଡ଼ି ପଳାଇଛନ୍ତି। ପ୍ରତାରଣା ଦେଇ ଖସି ପଳାଇଥିବା...

ଆକାଉଣ୍ଟ ହ୍ୟାକ୍‌ କରି ଆକାଶ ମୋଟର୍ସର ନିର୍ଦ୍ଦେଶକଙ୍କଠାରୁ ନେଇଗଲେ ୧୮ଲକ୍ଷ

ବରଗଡ଼ ଅଫିସ୍‌,୩।୭: ବରଗଡ଼ସ୍ଥିତ ଆକାଶ ମୋଟର୍ସର ନିର୍ଦ୍ଦେଶକ ଆକାଶ କୁମାର ଅଗ୍ରୱାଲଙ୍କ ୨ଟି ବ୍ୟାଙ୍କ ଆକାଉଣ୍ଟକୁ ହ୍ୟାକ୍‌କରି ଦୁର୍ବୃତ୍ତମାନେ ୧୮ଲକ୍ଷ ଟଙ୍କା ନେଇଯାଇଛନ୍ତି। ଏହି ଘଟଣା ଏବେ ଉକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରକାଶ ଯେ, ଆକାଶଙ୍କର...

ମାନସିକ ରୋଗୀଙ୍କୁ ଏକ୍ସପାଏରି ମେଡିସିନ

କଟକ ଅଫିସ, ୩।୭: ରାଜ୍ୟର ପ୍ରମୁଖ ସରକାରୀ ଚିକିତ୍ସାଳୟ ଏସ୍‌ସିବି ମେଡିକାଲରେ ରୋଗୀଙ୍କୁ ଦିଆଯାଉଛି ଏକ୍ସପାଏରି ମେଡିସିନ। ଏହି ମେଡିସିନ ଖାଇ ଜଣେ ରୋଗୀଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଛି। ଏଭଳି ଏକ ସମ୍ବେଦନଶୀଳ ଘଟଣା ମାନସିକ ରୋଗ ଚିକିତ୍ସା ପ୍ରତିଷ୍ଠାନରେ ଘଟିଛି।...

ରଥଯାତ୍ରାରେ ସେବା କାର୍ଯ୍ୟ: ପୁରୀରେ ପହଞ୍ଚିଲା ଜୀବନଜ୍ୟୋତି ସଙ୍ଗଠନ

ତିହିଡି,୩।୭(ଡି.ଏନ୍‌.ଏ.): ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ସେବାକାର୍ଯ୍ୟ ପାଇଁ ଜୀବନଜ୍ୟୋତି ସଙ୍ଗଠନର କର୍ମକର୍ତ୍ତାମାନେ ବୁଧବାର ସକାଳେ ପୁରୀରେ ପହଞ୍ଚିଛନ୍ତି। ଭଦ୍ରକ ଜିଲା ତିହିଡି ବ୍ଲକ ମୁକୁନ୍ଦପୁର ପଞ୍ଚାୟତ ଅଧୀନ ଆରସା ଗ୍ରାମର ଏହି ସଙ୍ଗଠନର ୨୫୦ଜଣ କର୍ମକର୍ତ୍ତା ରଥଯାତ୍ରାରେ ଭିଡ଼ ନିୟନ୍ତ୍ରଣ, ସଫେଇ,...

ରଥଯାତ୍ରା ପାଇଁ କଡ଼ା ହେବ ସୁରକ୍ଷା ବ୍ୟବସ୍ଥା : ରାଜଧାନୀରେ ୧୫, କଟକରେ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ

ଭୁୁବନେଶ୍ୱର,୩ା୭(ବ୍ୟୁରୋ): ଆସନ୍ତା ୪ ତାରିଖରେ ଆରମ୍ଭ ହେବାକୁ ଯାଉଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ପୁରୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ରଥଯାତ୍ରା ହେବ। ବିଶେଷକରି ପୁରୀ ଭଳି କଟକ ଓ ଭୁବନେଶ୍ୱରରେ ମଧ୍ୟ ରଥଯାତ୍ରାରେ ଏକାଧିକ ଭିଡ ରହିବ। ଏହାକୁ ଦୃଷ୍ଟିରେ...

ବିବାଦରେ ଶ୍ରୀମନ୍ଦିର ଫୁଲ ସଜ୍ଜା: ଜୟ ବିଜୟ ମୂର୍ତ୍ତି ଉପରେ ଚଢ଼ିଲେ କାରିଗର

ପୁରୀ ଅଫିସ,୩ା୭: ପ୍ରଥମ ଥର ପାଇଁ ଦିଲ୍ଲୀର ଜଣେ ଭକ୍ତ କେ.କେ. ଶର୍ମା ମହାପ୍ରଭୁଙ୍କ ପ୍ରତି ସେବା ଓ ସମର୍ପଣ ଭାବ ରଖି ଆଗେଇ ଆସିଛନ୍ତି। ତିନିରଥ, ଶ୍ରୀମନ୍ଦିର ଏବଂ ଗୁଣ୍ଡିଚା ମନ୍ଦିରକୁ ପର୍ଯ୍ୟାପ୍ତ ପରିମାଣ ଫୁଲରେ ସଜାଇବେ ବୋଲି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri