ରାଜ୍ୟ

ଘରକୁ ଫେରିଲେ ଦୁବାଇରେ ଫସିଥିବା ୨ ଶ୍ରମିକ

ନୟାଗଡ଼ ଅଫିସ,୨୯।୬: ନୟାଗଡ଼ ଜିଲା ଓଡ଼ଗାଁ ବ୍ଳକ କୁରୁଡ଼ଙ୍ଗ ଗ୍ରାମରେ ଦୁବାଇରେ ଫସିଥିବା ୨ ଜଣ ଓଡିଆ ଶ୍ରମିକ ଶୁକ୍ରବାର ଘରକୁ ଫେରିଛନ୍ତି। ସେମାନେ ହେଲେ ପ୍ରତାପ ମହାରଣା(୨୫) ଓ ଗୁମାନ ମହାରଣା(୪୦)। ପ୍ରତାପ ଓ ଗୁମାନ ସମ୍ପର୍କରେ ଦାଦା...

ବିଲେଇ ଛୁଆକୁ ନେଇ ମାରପିଟ୍‌, ୫ କୋର୍ଟଚାଲାଣ

କୁକୁଡ଼ାଖଣ୍ଡି,୨୮ା୬(ଡି.ଏନ.ଏ.)-`ଆଙ୍କୁଶପୁର ସଦର ଥାନା ଦକ୍ଷିଣପୁର ପଞ୍ଚାୟତ କାଳୁଆ ମନ୍ଦିର ସାହିରେ ଗୋଟିଏ ବିଲେଇ ଛୁଆକୁ ନେଇ ଦୁଇ ପଡ଼ୋଶୀଙ୍କ ମଧ୍ୟରେ ମାରପିଟ୍‌ ହୋଇଥିଲା। ଉଭୟଙ୍କ ଅଭିଯୋଗ କ୍ରମେ ନଂ. ୧୬୦/୧୯ ଓ ୧୬୧/୧୯ରେ ମାମଲା ରୁଜୁ ହୋଇଛି। ଏହି ମାମଲାରେ...

ଟାଟା ପ୍ରକଳ୍ପରେ ଶ୍ରମିକ ଅଶାନ୍ତି: ଭଙ୍ଗାରୁଜା ନେଇ ମାମଲା ରୁଜୁ, ଉଭୟ ପକ୍ଷ ସହ ଆଲୋଚନା

ଛତ୍ରପୁର,୨୮ା୬(ଡି.ଏନ.ଏ.)- ଚମାଖଣ୍ଡି ଥାନା ଅଞ୍ଚଳରେ ଥିବା ଟାଟା ପ୍ରକଳ୍ପରେ ଶ୍ରମିକ ଅଶାନ୍ତି ଦେଖାଦେଇଛି ା ଟାଟା ଷ୍ଟିଲ୍‌ରେ ସ୍ଥାୟୀ ନିଯୁକ୍ତି ଦାବି ନେଇ ଠିକା କର୍ମଚାରୀ ତଥା ବିସ୍ଥାପିତମାନେ କାମ ବନ୍ଦ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଅନ୍ୟପକ୍ଷରେ ଗୁରୁବାର ରାତିରେ...

ପିଲିବନ୍ଧ ଚତୁଃପାର୍ଶ୍ୱ ସଫେଇ କଲେ ସିପାହୀ

ଛତ୍ରପୁର,୨୮।୬(ଡି.ଏନ.ଏ.)- ଛତ୍ରପୁର ଅଷ୍ଟମ ବାଟାଲିୟନ ପକ୍ଷରୁ ପିଲିବନ୍ଧ ଚତୁଃପାର୍ଶ୍ୱକୁ ସଫେଇ କରାଯାଇଛି ା ବାଟାଲିୟନ୍‌ କମାଣ୍ଡାଣ୍ଟ ଉଦୟ କୁମାର ରଥଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ସିପାହୀ ଓ ସଂଘର କର୍ମକର୍ତ୍ତାମାନେ ସାମିଲ ଥିଲେ ା ପିଲିବନ୍ଧର ଚତୁଃପାର୍ଶ୍ୱରେ...

ପୁରୀକୁ ଆସୁଥିବା ଭକ୍ତ ଆମ ଅତିଥି: ମୁଖ୍ୟମନ୍ତ୍ରୀ

ପୁରୀ ଅଫିସ, ୨୮।୬: ମହାପ୍ରଭୁଙ୍କ ରଥଯାତ୍ରାକୁ ଭଲ ଭାବେ ପାଳନ କରିବା ଆମ ସମସ୍ତଙ୍କର ଦାୟିତ୍ୱ। ଏ ଦିଗରେ ସେବାୟତ ବନ୍ଧୁମାନେ ସବୁବେଳେ ସହଯୋଗ କରିଆସିଛନ୍ତି। ରଥଯାତ୍ରା ପାଇଁ ପୁରୀକୁ ଆସୁଥିବା ସବୁ ଭକ୍ତ ହେଉଛନ୍ତି ଆମର ଅତିଥି। ସେମାନେ...

ବିଧାନସଭାରେ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପିତ

ଭୁବନେଶ୍ୱର.୨୮।୬(ବ୍ୟୁରୋ): ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଶୁକ୍ରବାର ୨୦୧୯-୨୦ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରିଛନ୍ତି। ଏଥିରେ ବ୍ୟୟ ବରାଦ ରହିଛି ୧ଲକ୍ଷ ୩୯ ହଜାର କୋଟି ଟଙ୍କା। ଫୋନି ପ୍ରଭାବିତ ଅଞ୍ଚଳରେ ଅତିରିକ୍ତ ୫ ଲକ୍ଷ ପକ୍କା ଘର...

ବିଦ୍ୟୁତ୍‌ କାଟ୍‌କୁ ନେଇ ମନ୍ତ୍ରୀଙ୍କ ଉପରେ ବର୍ଷିଲେ ବିରୋଧୀ, ଶାସକ: ରଥଯାତ୍ରା ପୂର୍ବରୁ ପୁରୀକୁ ବିଦ୍ୟୁତ୍‌ ଯୋଗାଇଦେବାକୁ ମନ୍ତ୍ରୀଙ୍କ ପ୍ରତିଶ୍ରୁତି

ଭୁବନେଶ୍ୱର, ୨୮।୬(ବ୍ୟୁରୋ): ରାଜ୍ୟରେ ଘଣ୍ଟା ଘଣ୍ଟା ବିଦ୍ୟୁତ୍‌ କାଟ ହେଉଛି। ସାମାନ୍ୟ ପବନ ହେଲେ ମଧ୍ୟ ଗାଁ ଗଣ୍ଡାରେ ୨/୩ଘଣ୍ଟା ଯାଏ ବିଦ୍ୟୁତ୍‌ ଉଭାନ ହୋଇଯାଉଛି। ବାତ୍ୟା ଫନୀରେ ଖୋର୍ଦ୍ଧା ପୁରୀ ଜିଲାରେ ବିଦ୍ୟୁତ୍‌ ଭିତ୍ତିଭୂମି ଉଜୁଡି ଯାଇଛି। ମାସେ...

ଗତ ୫ ବର୍ଷରେ ପଛୁଆବର୍ଗଙ୍କ ଆତ୍ମନିଯୁକ୍ତି ପାଇଁ ଟଙ୍କାଟିଏ ଋଣ ଦେଇନି ଓଡ଼ିଶା ପଛୁଆ ବର୍ଗ ଅର୍ଥ ସମବାୟ ନିଗମ

ଭୁବନେଶ୍ୱର, ୨୮।୬(ବ୍ୟୁରୋ): ଗତ ୫ ବର୍ଷ ମଧ୍ୟରେ ଆତ୍ମନିଯୁକ୍ତି ପାଇଁ ଏସସି, ଏସ୍‌ଟି, ସଂଖାଲଘୁ ଏବଂ ପଛୁଆବର୍ଗ ଯୁବତୀଯୁବକଙ୍କୁ ଓଡ଼ିଶା ପଛୁଆ ବର୍ଗ ଅର୍ଥ ଓ ଉନ୍ନୟନ ସମବାୟ ନିଗମ ଋଣ ଦେଇନାହିଁ। ଜାତୀୟ ପଛୁଆ ବର୍ଗ ଅର୍ଥ ଉନ୍ନୟନ...

ପୋଲାଭରମ୍‌ ପ୍ରଳକ୍ପକୁ ନେଇ ବିଧାନସଭାରେ ଉଦ୍‌ବେଗ: ଗୃହ କମିଟି ଗଠନ କରିବାକୁ ଦାବି

ଭୁବନେଶ୍ୱର, ୨୮।୬(ବ୍ୟୁରୋ): ପୋଲାଭରମ୍‌ ପ୍ରକଳ୍ପ କାର୍ଯ୍ୟକୁ ନେଇ ବିଧାନସଭାରେ ଶାସକ ଓ ବିରୋଧୀ ଦଳର ସଦସ୍ୟମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ପୋଲାଭରମ୍‌ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ମାଲକାନଗିରିର ବହୁ ଜଙ୍ଗଲ ଓ ଆଦିବାସୀ ଗାଁ ବୁଡିଯିବ। ତୁରନ୍ତ ଏହି ପ୍ରକଳ୍ପକୁ...

ଅର୍ଥନୈତିକ ସର୍ଭେ ରିପୋର୍ଟ ଗଣମାଧ୍ୟମରେ ପ୍ରକାଶକୁ ନେଇ ବିଧାନସଭାରେ ଉଦ୍‌ବେଗ: ସରକାରଙ୍କ କୈଫିୟତ ତଲବ କଲେ ବିରୋଧୀ

ଭୁବନେଶ୍ୱର, ୨୮।୬(ବ୍ୟୁରୋ): ରାଜ୍ୟ ସରକାରଙ୍କ ଅର୍ଥନୈତିକ ସର୍ଭେ ରିପୋର୍ଟ-୨୦୧୮ ସୋସିଆଲ ମିଡିଆରେ ବୁଲୁଛି, ଖବରକାଗଜରେ ପ୍ରକାଶ ପାଇଛି। ହେଲେ ବିଧାୟକମାନଙ୍କୁ ଏପର୍ଯ୍ୟନ୍ତ ଦିଆଗଲା ନାହିଁ। ସରକାରୀ ବିଭାଗର ଓ୍ବେବ୍‌ସାଇଟ୍‌, ଗଣମାଧ୍ୟମ ଏବଂ ସୋସିଆଲମିଡିଆକୁ ଅର୍ଥନୈତିକ ସର୍ଭେ ରିପୋର୍ଟ ଗଲା କେମେିତି?...

ରାଜ୍ୟ ସଭାକୁ ନିର୍ଦ୍ୱନ୍ଦରେ ନିର୍ବାଚିତ ହେଲେ ୩ ନେତା

ଭୁବନେଶ୍ୱର,୨୮।୬(ବ୍ୟୁରୋ): ରାଜ୍ୟ ସଭାକୁ ନିର୍ନ୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି ୩ ନେତା। ବିଜେଡିର ଅମର ପଟ୍ଟନାୟକ ଓ ସସ୍ମିତପାତ୍ର ଏବଂ ଭାଜପାର ଅଶ୍ୱିନୀ ବୈଷ୍ଣବଙ୍କୁ ରିଟର୍ଣ୍ଣିଂ ଅଫିସର ନିର୍ବାଚିତ ଘୋଷଣା କରିଛନ୍ତି। ୩ଟି ଆସନ ଲାଗି ତିନି ପ୍ରାର୍ଥୀ ଥିବାରୁ ସେମାନେ...

ରୋଗୀ ଆଣି ଆସୁଥିବା ବେଳେ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ: ଟ୍ରକ୍‌କୁ ଧକ୍କା ଦେଇ ବାଇକ୍‌କୁ ପିଟିଲା, ୭ ଗୁରୁତର

ସମ୍ବଲପୁର,୨୮।୬(ବ୍ୟୁରୋ): ସମ୍ବଲପୁର-ଅନୁଗୋଳ ଜାତୀୟ ରାଜପଥ ୫୫ ହାତୀବାରୀ ଛକଠାରେ ଶୁକ୍ରବାର ରୋଗୀ ଆଣି ଆସୁଥିବା ଏକ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ୭ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଜିଲା ସଦର ଡାକ୍ତରଖାନାରେ ଚିକିତ୍ସା କରାଯାଉଥିବା ବେଳେ ଗୁରୁତର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri