ରାଜ୍ୟ

ମହମ୍ମଦ ବାଜିଙ୍କ ବିୟୋଗରେ ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, କହିଲେ ‘ଦେଶ ଜଣେ ସଚ୍ଚା ଗାନ୍ଧୀବାଦୀଙ୍କୁ ହରାଇଲା’

ଭୁବନେଶ୍ୱର,୨୭।୬(ବ୍ୟୁରୋ): ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ମହମ୍ମଦ ବାଜିଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକପ୍ରକାଶ କରିଛନ୍ତି। ଏହି ଉପଲକ୍ଷେ ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍ବର୍ଗତ ବାଜି ଭାରତୀୟ ମୁକ୍ତି ସଂଗ୍ରାମର ଅନନ୍ୟ ଯୋଦ୍ଧା ଥିଲେ। ସେ ମହାତ୍ମା ଗାନ୍ଧୀଙ୍କ...

ଶିଶୁପୁତ୍ରଙ୍କୁ ଘରେ ତାଲା ପକାଇ ପଳାଇଲେ ମା’, ଉଦ୍ଧାର କଲା ଚାଇଲ୍ଡଲାଇନ୍‌

କଟକ ଅଫିସ,୨୭।୬: କଟକ ଜିଲା ବିଡ଼ାନାସୀ ଥାନା ଅଧୀନରେ ଗୁରୁବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏକ ବନ୍ଦ ଘରୁ ୪ ବର୍ଷର ଶିଶୁପୁତ୍ରଙ୍କୁ ଉଦ୍ଧାର କରାଯାଇଛି। ତେବେ ଶିଶୁଙ୍କୁ ଘରେ ଭିତରେ ରଖି ବାହାରୁ ତାଲା ପକାଇ...

ସ୍ବାଧୀନତା ସଂଗ୍ରାମୀ ମହମ୍ମଦ ବାଜିଙ୍କ ପରଲୋକ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କରାଯିବ ଅନ୍ତ୍ୟେଷ୍ଟିକ୍ରିୟା

ନବରଙ୍ଗପୁର,୨୭ା୬(ବି.ପ୍ର.)- ସ୍ବାଧୀନତା ସଂଗ୍ରାମୀ ମହମ୍ମଦ ବାଜିଙ୍କ ୧୦୩ ବର୍ଷରେ ପରଲୋକ ଘଟିଛି। ନବରଙ୍ଗପୁର ସହରସ୍ଥିତ ସୁନାରୀ ସାହିରେ ଥିବା ତାଙ୍କ ନିଜ ବାସଭବନଠାରେ ପୂର୍ବାହ୍ନ ୧୦.୧୫ମିନିଟ୍‌ରେ ତାଙ୍କ ଦେହାନ୍ତ ହୋଇଛି। ତେବେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଗାର୍ଡ ଅଫ୍‌ ଅନର୍‌...

ପଢ଼ୁଛନ୍ତି ୧୦ରୁ କମ୍‌ ଛାତ୍ରୀଛାତ୍ର: ବନ୍ଦ ହେବ କାକଟପୁର ବ୍ଲକର ୪, ଅସ୍ତରଙ୍ଗ ବ୍ଲକର ୩ ବିଦ୍ୟାଳୟ

କାକଟପୁର,୨୭।୬(ଡି.ଏନ୍‌.ଏ.): ପ୍ରାଥମିକ ବିଦ୍ୟାଳୟରେ ୧୦ରୁ କମ୍‌ ଛାତ୍ରୀଛାତ୍ର ପାଠ ପଢ଼ୁଥିଲେ, ଉକ୍ତ ବିଦ୍ୟାଳୟକୁ ବନ୍ଦ କରିଦିଆଯିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ବନ୍ଦ କରିଦିଆଯାଇଥିବା ବିଦ୍ୟାଳୟର ଛାତ୍ରୀଛାତ୍ର, ଶିକ୍ଷୟତ୍ରୀଶିକ୍ଷକମାନଙ୍କୁ ନିକଟସ୍ଥ ବିଦ୍ୟାଳୟକୁ ପଠାଯିବାକୁ ବ୍ୟବସ୍ଥା ହୋଇଛି। ଏପରିକି ଛାତ୍ରୀଛାତ୍ରମାନଙ୍କୁ ସେମାନଙ୍କ ଉପସ୍ଥାନ...

ବିଧାନସଭା ନୂଆ ଉପବାଚସ୍ପତି ହେଲେ ରଜନୀକାନ୍ତ ସିଂ

ଭୁବନେଶ୍ୱର,୨୭।୬(ବ୍ୟୁରୋ): ଓଡ଼ିଶା ବିଧାନସଭାରେ ଗୁରୁବାର ଉପବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ନୂଆ ଉପବାଚସ୍ପତି ଭାବେ ରଜନୀକାନ୍ତ ସିଂ ନିର୍ବାଚିତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପବାଚସ୍ପତି ପଦ ପାଇଁ ରଜନୀକାନ୍ତଙ୍କ ନାମକୁ ପ୍ରସ୍ତାବ ଦେଇଥିଲେ। ଏହାକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ...

ଛେଳି ବ୍ୟବସାୟୀଙ୍କୁ ଭୁଜାଲିରେ ଆକ୍ରମଣ: ୧ ଲକ୍ଷ ଟଙ୍କା ଲୁଟିନେଲେ ରାଜପଥ ଲୁଟେରା

ଛେଣ୍ଡିପଦା,୨୭।୬(ଡି.ଏନ୍‌.ଏ.)- ଅନୁଗୋଳ-ସମ୍ବଲପୁର ୫୫ ନଂ ଜାତୀୟ ରାଜପଥର ଜରପଡ଼ା ଥାନା ଅନ୍ତର୍ଗତ ସାଆନ୍ତରାପୁର ଗ୍ରାମ ନିକଟରେ ଗୁରୁବାର ସକାଳେ ଜଣେ ଛେଳି ବ୍ୟବସାୟୀ ଲୁଟର ଶିକାର ହୋଇଛନ୍ତି। ସେ ହେଲେ ଅନୁଗୋଳ ଥାନା ଅନ୍ତର୍ଗତ ଶାବଳଭଙ୍ଗା କରଞ୍ଜ ସାହି ଗ୍ରାମର...

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରେଳପଥ ପକ୍ଷରୁ ବ୍ୟାପକ ବ୍ୟବସ୍ଥା: ଡ୍ରୋନ୍‌, ସିସିଟିଭି କ୍ୟାମେରା ଲେନ୍‌ସରେ ରହିବ ପୁରୀ ଷ୍ଟେଶନ

ଜଟଣୀ,୨୭ା୬(ଡି.ଏନ.ଏ.) : ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ରେଳଯାତ୍ରୀଙ୍କ ପାଇଁ ରେଳପଥ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି। ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ପରି ଚଳିତବର୍ଷ ଅଧିକ ସଂଖ୍ୟାରେ ସ୍ବତନ୍ତ୍ର ଟ୍ରେନ୍‌ର ବ୍ୟବସ୍ଥା କରାଯାଇଛି। ଏଥିସହ ଅନ୍ୟାନ୍ୟ ସୁବିଧା ସହ...

କିଡ୍‌ନୀ ଅଦଳବଦଳ ବଞ୍ଚାଇଲା ୨ ରୋଗୀଙ୍କ ଜୀବନ

ଭୁବନେଶ୍ୱର,୨୭ା୬(ବ୍ୟୁରୋ): ପ୍ରତିବର୍ଷ ଭାରତରେ ପ୍ରାୟ ୧୦ଲକ୍ଷ ଲୋକ କ୍ରନିକ୍‌ କିଡ୍‌ନୀ ଡିଜିଜ୍‌(ସିକେଡି) ଦ୍ୱାରା ଆକ୍ରାନ୍ତ ହୋଇଥାଆନ୍ତି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟ ଅନୁଯାୟୀ, ଭାରତରେ ପ୍ରତ୍ୟେକ ବର୍ଷ ୨ରୁ ୩ଲକ୍ଷ କିଡ୍‌ନୀ ପ୍ରତିରୋପଣ ଆବଶ୍ୟକତା ହେଉଥିବା ବେଳେ ମାତ୍ର ୬,୦୦୦ ପ୍ରତିରୋପଣ...

ବିପନ୍ନଙ୍କୁ ଦେଲେନି, ପୋତିଲେ ଶହେ ବସ୍ତା ଚୁଡ଼ା

ବ୍ରହ୍ମଗିରି,୨୭ା୬(ଡି.ଏନ.ଏ): ବାତ୍ୟା ଫନୀରେ ପୁରୀ ଜିଲାର କୃଷ୍ଣପ୍ରସାଦ ବ୍ଲକରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ବିପନ୍ନମାନଙ୍କୁ ସହାୟତାର ହାତ ବଢାଇଥିଲେ ବିଭିନ୍ନ ଅନୁଷ୍ଠାନ ଓ ସରକାରୀ ସଂସ୍ଥା। ରିଲିଫ ସାମଗ୍ରୀ ଭାବେ ଆସିଥିବା ଶହେ ବସ୍ତା ଚୁଡାକୁ ବିପନ୍ନମାନଙ୍କୁ ନ ବାଣ୍ଟି...

ହାଇକୋର୍ଟରେ ବିଚାରପତି ଚୟନ ବିବାଦ: ପ୍ରଧାନ ବିଚାରପତିଙ୍କ ପରାମର୍ଶକୁ ଗ୍ରହଣ କଲାନି ହାଇକୋର୍ଟ ବାର୍‌

କଟକ ଅଫିସ, ୨୭ା୬: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ପରାମର୍ଶକୁ ହାଇକୋର୍ଟ ବାର୍‌ ଗ୍ରହଣ କଲାନି। ଜୁନ୍‌ ୧୭ରୁ ଆରମ୍ଭ ହୋଇଥିବା ନିର୍ଦ୍ଦିଷ୍ଟ କେତୋଟି କୋର୍ଟ ବର୍ଜନ କାର୍ଯ୍ୟ ଜୁଲାଇ ୩ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ଜୁଲାଇ ୩ରେ ସାଧାରଣ...

କୋଟିପତି କନିଷ୍ଠ ଯନ୍ତ୍ରୀ ଘରେ ଭିଜିଲାନ୍ସ ଯାଞ୍ଚ: ୧ କୋଟି ୩୩ ଲକ୍ଷ ୨୦ହଜାର ୯୩୯ ଟଙ୍କାର ସମ୍ପତ୍ତି ଠାବ

କଟକ ଅଫିସ,୨୭ା୬: ଜଗତ୍‌ସିଂହପୁର ଜିଲା ରଘୁନାଥପୁର ବ୍ଲକର କନିଷ୍ଠଯନ୍ତ୍ରୀ ତ୍ରିବିକ୍ରମ ସାମନ୍ତରାୟଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଛି। କଟକ ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ ପକ୍ଷରୁ ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ କଟକ ଭିଜିଲାନ୍ସ ଡିଭିଜନ...

ଓଡ଼ିଶା ୱାକଫ୍‌ ବୋର୍ଡର ପୂର୍ଣ୍ଣକାଳୀନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ନିଯୁକ୍ତିକୁ ନେଇ ଜନସ୍ବାର୍ଥ ମାମଲା: ସରକାରଙ୍କୁ ଜବାବ ତଲବ

କଟକ ଅଫିସ,୨୭ା୬: ଓଡ଼ିଶା ୱାକଫ୍‌ ବୋର୍ଡର ପୂର୍ଣ୍ଣକାଳୀନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ନିଯୁକ୍ତି କରିବାରେ ସରକାରଙ୍କ ଅବହେଳାକୁ ଚ୍ୟାଲେଞ୍ଜ କରି କଟକ ମହାନଗର ସଂଖ୍ୟାଲଘୁ ନାଗରିକ ପରିଷଦ ପକ୍ଷରୁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାଏର କରାଯାଇଥିଲା। ଏହି ମାମଲାର ବିଚାର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri