ରାଜ୍ୟ

ପ୍ରବଳ ବର୍ଷାରେ ଘରେ ପଶିଲା ପାଣି: ଡ୍ରେନ ସଫେଇ ଦାବିରେ ରାସ୍ତାରୋକୋ

ବଲାଙ୍ଗୀର ଅଫିସ, ୬ା୯: ବଲାଙ୍ଗୀର ସହରରେ ଶୁକ୍ରବାର ସକାଳ ୮ଟାରୁ ପ୍ରାୟ ୨ ଘଣ୍ଟାର ପ୍ରବଳ ବର୍ଷାରେ ଅନେକ ଅଞ୍ଚଳରେ ପୁଣି ଥରେ ବନ୍ୟା ଭ୍ରମ ସୃଷ୍ଟି ହୋଇଥିଲା । ରାସ୍ତାଘାଟ ଉପରେ ଆଣ୍ଠୁଏ ପାଣି ପ୍ରବାହିତ ହେବା ସହ...

ଅବକାରୀ ଚଢାଉ, ୫ ଗିରଫ

ବଇଣ୍ଡା,୬।୯(ଡି.ଏନ.ଏ.): ଆଠମଲ୍ଲିକ ଅବକାରୀ ବିଭାଗ ପକ୍ଷରୁ ଠାକୁରଗଡ଼ ଓ ଆଠମଲ୍ଲିକ ଥାନା ଅଞ୍ଚଳର ବିଭିନ୍ନ ଗ୍ରାମରେ ଚଢାଉ କରି ୫୨ ଲିଟର ଦେଶୀ ମହୁଲି ମଦ ଜବତ କରିଛି। ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ...

୨ ଲୁଟେରା କୋର୍ଟଚାଲାଣ

ବଇଣ୍ଡା,୬।୯(ଡି.ଏନ.ଏ.): ଅନୁଗୋଳ ଜିଲା ହଣ୍ଡପା ଥାନା ବଡ଼ଡଙ୍ଗିଆଣୀ ଗ୍ରାମରେ ଗୁରୁବାର ବନ୍ତଳା ଥାନା ଖାଲଙ୍ଗା ଗ୍ରାମର ପ୍ରିତିରଞ୍ଜନ ସାହୁଙ୍କଠାରୁ ଲୁଟ୍‌ କରୁଥିବାବେଳେ ଗ୍ରାମବାସୀଙ୍କ ଦ୍ୱାରା ବୁଦୁଲିମୁଣ୍ଡା ଗ୍ରାମର ଧରାପଡ଼ିଥିବା ୪ ଲୁଟେରାଙ୍କ ମଧ୍ୟରୁ ୨ ଜଣ ଲୁଟେରାଙ୍କୁ ଶୁକ୍ରବାର ପୋଲିସ...

ଅଗ୍ନିକାଣ୍ଡରେ ୨ ବଖରା ଜଳିଗଲା

ବୁଗୁଡ଼ା,୬ା୯(ଡି.ଏନ.ଏ.): ବୁଗୁଡ଼ା ବ୍ଲକ ଜେକ ଗ୍ରାମରେ ଅଗ୍ନିକାଣ୍ଡ ଘଟି ଶୁକ୍ରବାର ସକାଳେ ଦୁଇ ପରିବାରର ୨ ବଖରା ଜଳିଯାଇଛି। ବିଶ୍ୱନାଥ ବେହେରାଙ୍କ କୁମ୍ଭାର ଶାଳରେ ହାଣ୍ଡି ପୋଡ଼ିବା ସମୟରେ ଅଚାନକ ଅଗ୍ନିକାଣ୍ଡ ଘଟି ତାଙ୍କର ଶାଳ ପୋଡ଼ି ଯାଇଥିବାବେଳେ ତାଙ୍କ...

ସାପ କାମୁଡ଼ାରେ ମହିଳା ମୃତ

ଗଞ୍ଜାମ,୬ା୯(ଡି.ଏନ.ଏ.): ଗଞ୍ଜାମ ଏନ୍‌ଏସି ୱାର୍ଡ ନଂ. ୬ ଓଡ଼ିଆ ଢାମଣା ସାହିର ଜଣେ ମହିଳାଙ୍କ ଶୁକ୍ରବାର ସାପ କାମୁଡ଼ାରେ ମୃତ୍ୟୁ ଘଟିଛି। ସେ ହେଲେ ସୁବାସିନୀ ବାଡ଼ତ୍ୟା (୫୩)। ପାହାନ୍ତିଆରେ ସୁବାସିନୀ ଗଛରୁ ଫୁଲ ତୋଳୁଥିବା ସମୟରେ ଏକ ବିଷାକ୍ତ...

କୋଇଲା ବୋଝେଇ ପିକ୍‌ଅପ୍‌ ଜବତ: ଚାଳକ ଗିରଫ

ତିହିଡ଼ି, ୬।୯ (ଡି.ଏନ.ଏ.): ଭଦ୍ରକ-ଚାନ୍ଦବାଲି ରାସ୍ତାର ଦୋଳସାହି ଗୋରୁହାଟ ନିକଟରୁ ଶୁକ୍ରବାର ତିହିଡ଼ି ଥାନା ପୋଲିସ କୋଇଲା ବେଝେଇ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଜବତ କରିଛି। ଏଥିସହ ଭ୍ୟାନ୍‌ ଚାଳକ ବାସୁଦେବପୁର ଥାନା ଅଧୀନ ପୁରୁଣିଆ ଗ୍ରାମର ମନୋଜ ଦାସଙ୍କୁ...

କଳା ଦିବସ ପାଳନ କଲା କୁଡୁମୀ ସେନା

ବାରିପଦା ଅଫିସ,୬ା୯: ୧୯୫୦ମସିହା ସେପ୍ଟେମ୍ବର ୬ତାରିଖ ଦିନ କେନ୍ଦ୍ର ସରକାର କୁଡୁମୀ ଜାତିକୁ ଅନୁସୂଚିତ ଜାତିରୁ ବାଦ ଦିଆଯାଇଥିବା ପ୍ରତିବାଦରେ ଶୁକ୍ରବାର ମୟୂରଭଞ୍ଜ କୁଡୁମୀ ସେନା ପକ୍ଷରୁ କଳା ଦିବସ ପାଳନ କରାଯାଇଛି ା କୁଡୁମୀ ସେନାର ରାଜ୍ୟ ସଭାପତି...

ମାରିସା ପକ୍ଷରୁ ଜିଲାପାଳଙ୍କୁ ଦାବିପତ୍ର

ବାରିପଦା ଅଫିସ,୬ା୯: ବାରିପଦା ସହରରେ ଦିନକୁ ଦିନ ଅଳିଆ ଆବର୍ଜନା ଜମିବାରେ ଲାଗିଛି । ସହରର ଗଳିକନ୍ଦିରେ କୁଢ କୁଢ ଆବର୍ଜନା ପଚିସଢି ପରିବେଶକୁ ଦୂଷିତ କରୁଛି। ମ୍ୟୁନିସିପାଲଟି ପକ୍ଷରୁ ଏସବୁକୁ ସଫା ସୁତୁରା କରାଯାଉ ନ ଥିବାରୁ ମଶା...

ରାସ୍ତା ପ୍ରଶସ୍ତୀକରଣ ଲାଗି ଦାବିପତ୍ର

ସୋର, ୬।୯(ଡି.ଏନ.ଏ.): ସୋର ବ୍ଲକ ନଟାପଡ଼ାଠାରେ ୧୩୨/୩୩ କେଭି ଗ୍ରୀଡ଼ ସବ୍‌ଷ୍ଟେଶନ ପାଚେରି କଡ଼ ଦେଇ ଚାଷ ଜମିକୁ ଯାଇଥିବା ରାସ୍ତାକୁ ପ୍ରଶସ୍ତୀକରଣ ଲାଗି ଗ୍ରାମବାସୀ ଏସ୍‌ଡ଼ିଓ ଓ ସୋର ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଏହାର ନକଲ ବାଲେଶ୍ୱର...

ଓଲଟିଲା ଇଞ୍ଜିନ ଚାଳିତ ରିକ୍ସା, ଚାଳକ ମୃତ

ଜଳେଶ୍ୱର, ୬।୯: ଜଳେଶ୍ୱର ଥାନା ଅନ୍ତର୍ଗତ ନାମ୍ପୋ ଫାଣ୍ଡି ନିକଟସ୍ଥ ଚନ୍ଦନେଶ୍ୱର-ଜଳେଶ୍ୱର ରାସ୍ତାର ବାଣିଦା ଛକ ନିକଟରେ ରଡ ବୋଝେଇ ଇଞ୍ଜିନ ଚାଳିତ ରିକ୍ସା ଭାରସାମ୍ୟ ହରାଇ ରାସ୍ତା କଡ଼ ନୟନଯୋରିକୁ ଓଲଟି ପଡିଥିଲା। ଫଳରେ ଚାଳକ ରିକ୍ସା ତଳେ...

ଓଡ଼ିଶା ଅଭିମୁଖେ ଜଗା-କାଳିଆ: ପହଞ୍ଚିବା ପରେ ଏସ୍‌ସିବି ଯିବେ

ଭୁବନେଶ୍ୱର, ୬।୯(ବ୍ୟୁରୋ): ଶୁକ୍ରବାର ଦିଲ୍ଲୀ ଏମ୍‌ସ ଛାଡ଼ିଛନ୍ତି ଜଗା -କାଳିଆ। ଡାକ୍ତରଙ୍କ ପ୍ରେସ୍‌ମିଟ୍‌ ପରେ ସେମାନେ ଏମ୍‌ସରୁ ବାହାରିଛନ୍ତି। ସ୍ବତନ୍ତ୍ର ଆମ୍ବୁଲାନ୍ସରେ ସେମାନଙ୍କୁ ଏମ୍‌ସରୁ ରେଳ ଷ୍ଟେଶନ ନିଆଯାଇଛି। ସନ୍ଧ୍ୟାରେ ରାଜଧାନୀ ଏକ୍ସପ୍ରେସ୍‌ରେ ସେମାନେ ଓଡ଼ିଶା ଆସିବେ। ଶନିବାର ଉଭୟ...

ନୂଆ ମୋଟର ଯାନ ଆଇନକୁ ନାପସନ୍ଦ କଲେ ମନ୍ତ୍ରୀ: କହିଲେ ‘ଲୋକଙ୍କୁ ସତର୍କ କରାଇ ଏହାକୁ ଲାଗୁ କରିବା କଥା’

ଭୁବନେଶ୍ୱର,୬।୯(ବ୍ୟୁରୋ): ଦେଶବ୍ୟାପି ସେପ୍ଟେମ୍ବର ୧ରୁ ଲାଗୁ ହୋଇଥିବା ନୂଆ ମୋଟର ଯାନ ଆଇନ ବିରୋଧରେ ବିଭିନ୍ନ ମହଲରେ ପ୍ରତିବାଦର ସ୍ବର ଉଠୁଛି। ଜନସାଧାରଣ ଏହାକୁ ନାପସନ୍ଦ କରୁଥିବା ବେଳେ ଶୁକ୍ରବାର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ନିଜର ପ୍ରତିକ୍ରିୟା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri