ରାଜ୍ୟ

ଏଟିଏମ୍‌ ସୁରକ୍ଷା କର୍ମୀଙ୍କ ମୃତ୍ୟୁ: ଅଂଶୁଘାତ ସନ୍ଦେହ

ଧାମନଗର, ୧୭।୪ (ଡି.ଏନ.ଏ.) – ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନ ଅର୍ଜୁନପୁର ଗ୍ରାମର ପ୍ରହଲ୍ଲାଦ ରାଉତଙ୍କ ପୁଅ ଇନ୍ଦ୍ରଜିତ(୩୩)ଙ୍କର ବୁଧବାର ସକାଳେ ମୃତ୍ୟୁ ଘଟିଛି। ଅଂଶୁଘାତରେ ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ଇନ୍ଦ୍ରଜିତ୍‌ ଏଟିଏମ୍‌ ଟଙ୍କା ଭରା...

ବନ୍ଦ ହୋଟେଲରୁ ମ୍ୟାନେଜରଙ୍କ ଗଳିତ ମୃତଦେହ ଉଦ୍ଧାର

ଭୁବନେଶ୍ୱର,୧୭ା୪ (ବ୍ୟୁରୋ)- ନୟାପଲ୍ଲୀ ଥାନା ଅନ୍ତର୍ଗତ ଇନ୍ଦ୍ରଧନୁ ମାର୍କେଟ କମ୍ପ୍ଲେକ୍ସରେ ଥିବା ଏକ ହୋଟେଲରୁ ମ୍ୟାନେଜରଙ୍କ ଗଳିତ ମୃତଦେହକୁ ପୋଲିସ ବୁଧବାର ଉଦ୍ଧାର କରିଛି। ମୃତକ ହେଲେ ଖୋର୍ଦ୍ଧା ଜିଲା ପୋଡ଼ପାଟଣା ଗ୍ରାମର ଜଗନ୍ନାଥ ସୁବୁଦ୍ଧିଙ୍କ ପୁଅ ଶିବରାମ ସୁବୁଦ୍ଧି(୪୮)।...

ଟ୍ରକ୍‌ -୧୦୮ ଆମ୍ବୁଲାନ୍‌ସ ମୁହାଁମୁହିଁ ଧକ୍କା: ଜଣେ ମୃତ, ୩ଗୁରୁତର

ଦେବଗଡ଼,୧୭।୪(ସ୍ବ.ପ୍ର.)-ଦେବଗଡ ଜିଲା ତିଲେଇବଣି ବ୍ଲକ ପ୍ରଭାଶୁଣି ଗ୍ରାମ ନିକଟରେ ବୁଧବାର ଭୋର ଏକ ଦୁର୍ଘଟଣା ଘଟିଛି। ଟ୍ରକ୍‌ ଓ ଆମ୍ବୁଲାନ୍‌ସ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ...

ବିଜେଡି ବିଧାୟକ ପ୍ରାର୍ଥୀ ଓ ଏମ୍‌ପି ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କଲେ ମୁଖ୍ୟମନ୍ତ୍ରୀ

ପାଟଣା,୧୭।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀ ସାହାରପଡା ହାଇସ୍କୁଲ ପଡ଼ିଆରେ ବୁଧବାର ପୂର୍ବାହ୍ନରେ ଏକ ବିଶାଳ ଜନସଭା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଯୋଗଦେଇ ୧୫ହଜାର ଊର୍ଦ୍ଧ୍ୱ ଜନସାଧାରଣଙ୍କୁ ସମ୍ବୋଧିତ କରିଥିଲେ। ଏହାପରେ...

କେନ୍ଦୁଝର ଜିଲା ପାଇଁ ଭାଜପା କ’ଣ କରିଛି: ମୁଖ୍ୟମନ୍ତ୍ରୀ

କେନ୍ଦୁଝର,୧୭।୪(ସ୍ବ.ପ୍ର.): ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର କେନ୍ଦୁଝର ଜିଲା ସଦର ନିିର୍ବାଚମଣ୍ଡଳୀ ଗସ୍ତ କରି ନିର୍ବାଚନୀ ପ୍ରଚାର କରିଛନ୍ତି। ପରେ ମୁଖ୍ୟମନ୍ତ୍ରୀ ପଦ୍ମପୁରଠାରେ ଏକ ସାଧାରଣ ସଭାରେ ଯୋଗଦେଇ କହିଛନ୍ତି ଯେ, ଭାଜପା ଦଳ ଦେଶକୁ...

ସ୍ବାମୀଙ୍କୁ ପଥରରେ ଛେଚି ମାରିଦେଲେ ସ୍ତ୍ରୀ

କପ୍ତିପଦା, ୧୭।୪(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ଅଧୀନ ମଝିଗାଡ଼ିଆ ପଞ୍ଚାୟତ ମହୁଲପଙ୍ଖା ଗାଁରେ ଜଣେ ମହିଳା ମଙ୍ଗଳବାର ରାତିରେ ତାଙ୍କ ସ୍ବାମୀଙ୍କୁ ପଥରରେ ଛେଚି ହତ୍ୟା କରିଛନ୍ତି। ମୃତକ ହେଲେ ଟୁନା ବେସ୍ରା। ତାଙ୍କ ଅଭିଯୁକ୍ତ ସ୍ତ୍ରୀ ହେଲେ...

ମୁଖ୍ୟମନ୍ତ୍ରୀଙ୍କ ରୋଡ ଶୋ’ ବେଳେ ଅଣ୍ଡାମାଡ଼ ଘଟଣା: ଅଟକ ବାଳଗୋପାଳଙ୍କ ସମେତ ୧୪ଜଣଙ୍କୁ ଛାଡ଼ିଲା ପୋଲିସ

ବଲାଙ୍ଗୀର ଅଫିସ,୧୭ା୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ବଲାଙ୍ଗୀର ଜିଲାରେ ମାରାଥନ୍‌ ରୋଡ ଶୋ’ କରିବା ସମୟରେ ଆଗଲପୁର ବ୍ଲକ ସାଲେଭଟାଠାରେ କଳାପତାକା ପ୍ରଦର୍ଶନ ଓ ଅଣ୍ଡାମାଡ ଘଟଣା ଘଟିଥିଲା। ଏହି ଘଟଣାରେ ପୂର୍ବତନ ଏମ୍‌ପି ବାଳଗୋପାଳ ମିଶ୍ର ଓ...

ଆଜି କଟକରେ ହାଇଭୋଲ୍‌ଟେଜ ପ୍ରଚାର: ମୁଖ୍ୟମନ୍ତ୍ରୀ, ଅମିତ୍‌ ଶାହଙ୍କ ରୋଡ୍‌ ଶୋ’

କଟକ ଅଫିସ/ନରସିଂହପୁର(ଡି.ଏନ.ଏ.),୧୭।୪: ବୁଧବାର କଟକ ପ୍ରଚାର ମଇଦାନ କମ୍ପିବ। ମଇଦାନକୁ ଓହ୍ଲାଇବେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଭାଜପା ଜାତୀୟ ଅଧ୍ୟକ୍ଷ ଅମିତ୍‌ ଶାହ। ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଅପରାହ୍ନରେ ହେଲିକପ୍ଟର ଯୋଗେ ନରାଜ ହେଲିପ୍ୟାଡ୍‌ରେ ଅବତରଣ...

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ଶେଷ: ୧୮ରେ ୨୭୯ ପ୍ରାର୍ଥୀଙ୍କ ଭାଗ୍ୟପରୀକ୍ଷା

ଭୁବନେଶ୍ୱର,୧୭ା୪(ବ୍ୟୁରୋ) ଆସନ୍ତା ୧୮ ତାରିଖରେ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ସେଥିପାଇଁ ମଙ୍ଗଳବାର ଅପରାହ୍ନ ୫ଟା ସୁଦ୍ଧା ନିର୍ବାଚନ ପ୍ରଚାର ଶେଷ ହୋଇଛି। ମତଦାନ ପରିଚାଳନା ପାଇଁ କର୍ମଚାରୀମାନେ ନିର୍ବାଚନ ସାମଗ୍ରୀ ଧରି ଗନ୍ତବ୍ୟସ୍ଥଳକୁ ଗସ୍ତ...

ଜଳୁଛି ସାରା ଓଡ଼ିଶା: ଭୁବନେଶ୍ୱର ସର୍ବାଧିକ ଉତ୍ତପ୍ତ ସହର

ଭୁବନେଶ୍ୱର,୧୭।୪(ବ୍ୟୁରୋ)- ପ୍ରବଳ ଖରା ତାତିରେ ଜଳୁଛି ସାରା ଓଡ଼ିଶା। ପ୍ରଚଣ୍ଡ ରୌଦ୍ରତାପରେ ଜନଜୀବନ ହନ୍ତସନ୍ତ ହୋଇଗଲାଣି। ମଙ୍ଗଳବାର ରାଜଧାନୀ ଭୁବନେଶ୍ୱର ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର ପାଲଟିଥିଲା। ଏପରି କି, ଟିଟିଲାଗଡ଼ ଓ ତାଳଚେରକୁ ପଛରେ ପକାଇ ଭୁବନେଶ୍ୱର ସବୁଠାରୁ...

ମିସ୍‌ ଟ୍ରାଡିଶନାଲ୍‌ ଟାଇଟଲ୍‌ ଜିତିଲେ ଓଡ଼ିଆ ଝିଅ ଶିବାନୀ

ଭୁବନେଶ୍ୱର,୧୭।୪(ବ୍ୟୁରୋ)- ମୁମ୍ବାଇ ମହାନଗର ଆନ୍ତଃ ବିଦ୍ୟାଳୟ ପ୍ରତିଯୋଗିତାରେ ଭାଗନେଇ ମିସ୍‌ ଟ୍ରାଡିଶନାଲ୍‌ ବିଭାଗରେ ବିଜୟୀ ହୋଇଛନ୍ତି ଓଡ଼ିଆ ଝିଅ ଶିବାନୀ ମିଶ୍ର। ଓଡ଼ିଶାରୁ ପ୍ରତିନିଧିତ୍ୱ କରିଥିବା ଶିବାନୀ ଏହି ପ୍ରତିଯୋଗିତାରେ ଓଡ଼ିଶାର ସଂସ୍କୃତି, ପରମ୍ପରା, ଚଳଣି ଓ ପାରମ୍ପରିକ ଓଡ଼ିଆ...

କୁଶଭଦ୍ରା ଗଣ୍ଡରେ ବୁଡ଼ିଗଲେ ୩ କଲେଜ ଛାତ୍ର: ନିମାପଡ଼ାରେ ପ୍ରବଳ ଉତ୍ତେଜନା, ରାସ୍ତାରୋକୋ

ନିମାପଡ଼ା,୧୭।୪(ଡି.ଏନ୍‌.ଏ.): ପୁରୀ ଜିଲା ନିମାପଡ଼ା ଥାନା ଅନ୍ତର୍ଗତ କୁଶଭଦ୍ରା ନଦୀର ଧୀରପୁର ବାଲିଘାଟ ଗଣ୍ଡରେ ଗାଧୋଉଥିବାବେଳେ ୩ଜଣ କଲେଜ ଛାତ୍ର ବୁଡି ଯାଇଛନ୍ତି। ମଙ୍ଗଳବାର ଅପରାହ୍ନରେ ଘଟିଛି ଏହି ଘଟଣା। ବୁଡି ଯାଇଥିବା ଛାତ୍ରମାନେହେଲେ ସ୍ଥାନୀୟ ଶ୍ୟାମସୁନ୍ଦରପୁରର ଜ୍ୟୋତିରଞ୍ଜନ ସାହୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri