ରାଜ୍ୟ

୨ ଆକ୍ରମଣକାରୀ ଦୋଷୀ ସାବ୍ୟସ୍ତ

ଶେରଗଡ଼,୧୭ା୭(ଡି.ଏନ.ଏ.)- ଶେରଗଡ଼ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ରେଖାରାଣୀ ନାୟକ ମାଡ଼ ମାରିବା ଓ ବ୍ଲେଡରେ ଆକ୍ରମଣ କରିବା ନେଇ ଏକ ମାମଲାଣ ଶୁଣାଣି କରି ବରମୁଣ୍ଡଳୀ ଗ୍ରାମର ଗଣେଶ ପାଢ଼ୀ, ରାମହରି ଗୌଡଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।...

ଧାର ଟଙ୍କାକୁ କେନ୍ଦ୍ରକରି ମହିଳାଙ୍କୁ ମାଡ, ଅଭିଯୁକ୍ତ ଗିରଫ

ଆସିକା,୧୭ା୭(ଡି.ଏନ୍‌.ଏ.)- ଆସିକାଥାନାର କୋଟିନଡା ଫାଣ୍ଡି ଅନ୍ତର୍ଗତ ତରାସିଙ୍ଗ ଗ୍ରାମରେ ଗତ ରବିବାର ବାକିଆ ଟଙ୍କାକୁ କେନ୍ଦ୍ରକରି ଜଣେ ମହିଳାଙ୍କୁ ଗଁା ଦାଣ୍ଡରେ ଟଣାଓଟରା କରିବା ସହ ମାଡ ମାରିବା ଅଭିଯୋଗରେ ପୋଲିସ ବୁଧବାର ଅଭିଯୁକ୍ତଙ୍କୁ ଗିରଫ କରିଛି। ସେ ହେଲେ...

ରାସ୍ତାରେ ଭାସୁଛି ନର୍ଦ୍ଦମା ପାଣି

ବୁଗୁଡ଼ା,୧୭ା୭(ଡି.ଏନ.ଏ.)- ବୁଗୁଡ଼ା ବ୍ଲକ ଗୋଲିଆ ଗ୍ରାମ ୫ନଂ. ୱାର୍ଡରେ ଥିବା ତେଲୁଗୁସାହି ରାସ୍ତା ମରାମତି ଅଭାବରୁ ଖାଲଖମାରେ ଭର୍ତ୍ତି ହୋଇଛି। ଏହାର ମରାମତି ଲାଗି ଗ୍ରାମବାସୀ ଦାବି କରିଛନ୍ତି । ଗୋଲିଆ ୫ନଂ. ୱାର୍ଡର ତେଲୁଗୁ ସାହି ବାରିପଟ ରାସ୍ତା...

ରାସ୍ତାକଡ ଡ୍ରେନ୍‌ରୁ ଷଣ୍ଢ ଉଦ୍ଧାର

ଦିଗପହଣ୍ଡି,୧୭ା୭(ଡି.ଏନ.ଏ.)- ଦିଗପହଣ୍ଡି ଏନଏସି ୧ନଂ. ୱାର୍ଡ ନୀଳକଣ୍ଠ ନଗର ପ୍ରଥମ ଲେନରେ ନବନିର୍ମିତ ଡ୍ରେନ୍‌କୁ ବୁଧବାର ସକାଳେ ଏକ ଷଣ୍ଢ ଖସିପଡିଥିଲା। ଏନେଇ ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଫୋନ କରି ଜଣାଇଥିଲେ। ଅଗ୍ନିଶମ ବାହୀନି ପହଞ୍ଚତ୍ ଷଣ୍ଢଟିକୁ ଉଦ୍ଧାର...

ପୁରୀ ଷ୍ଟେଶନ ଅନୁଧ୍ୟାନ କଲେ ପିଏସ୍‌ସି ଟିମ୍‌: ଫୁଡ୍‌ ପ୍ଲାଜାକୁ ୧୦ ହଜାର, ଠିକାଦାରଙ୍କୁ ୨୫ହଜାର ଜରିମାନା

ପୁରୀ ଅଫିସ, ୧୭ା୭: ଭାରତୀୟ ରେଳ ମନ୍ତ୍ରଣାଳୟର ପାସେଞ୍ଜର ସର୍ଭିସ କମିଟି(ପିଏସ୍‌ସି) ୫ଦିନ ଓଡ଼ିଶା ଗସ୍ତରେ ଆସିଛନ୍ତି। ବୁଧବାର ପୂର୍ବାହ୍ନରେ ଏହି ଟିମ୍‌ ଭୁବନେଶ୍ୱର, ଖୋର୍ଦ୍ଧାରୋଡ଼ ଏବଂ ଅପରାହ୍ନରେ ପୁରୀ ଷ୍ଟେଶନ ଅନୁଧ୍ୟାନ କରିଛନ୍ତି। କମିଟି ଚେୟାରମ୍ୟାନ ରମେଶ କୁମାର...

ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ହେବ ନୋ ପାର୍କିଂ, ନୋ ଭେଣ୍ଡିଂ ଜୋନ୍‌: ହଟିଲେ ଉଠାଦୋକାନୀ, ୱାନ୍‌ୱେ ଟ୍ରାଫିକ ବ୍ୟବସ୍ଥା ଲାଗୁ

ପୁରୀ ଅଫିସ, ୧୭ା୭:ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଶ୍ରଦ୍ଧାଳୁଙ୍କ ସଂଖ୍ୟା ଦିନକୁ ଦିନ ବଢୁଛି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ ସୁବିଧାଜନକ ଯାତାୟାତ ଲାଗି ଜିଲା ପ୍ରଶାସନ ଶ୍ରୀମନ୍ଦିର ଚତୁଃପାର୍ଶ୍ୱକୁ ନୋ ପାର୍କିଂ ଏବଂ ନୋ ଭେଣ୍ଡିଂ ଜୋନ କରିବାକୁ...

ରାଜ୍ୟ ରକ୍ତ ସଞ୍ଚାଳନ ପରିଷଦ ପରିଚାଳନା କମିଟି ବୈଠକ: ୨୮ କୋଟି ୭୫ ଲକ୍ଷ ଟଙ୍କାର ବଜେଟ ଅନୁମୋଦିତ

ଭୁବନେଶ୍ୱର, ୧୭ା୭(ବ୍ୟୁରୋ): ରାଜ୍ୟ ରକ୍ତ ସଞ୍ଚାଳନ ପରିଷଦ ୩୧ତମ ପରିଚାଳନା କମିଟି ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଡା. ପ୍ରମୋଦ କୁମାର ମେହେର୍ଦ୍ଦାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି...

ହଳ କରିବା ବେଳେ ଓଲଟିଲା ଟ୍ରାକ୍ଟର, ଚାପିହୋଇ ଚାଳକ ମୃତ

ମାଥିଲି, ୧୭ା୭: ମାଲକାନଗିରି ଜିଲା ମାଥିଲି ଥାନା ଅନ୍ତର୍ଗତ ଚାଉଳମେନ୍ଦି ପଞ୍ଚାୟତ ଅଧୀନ ମଇଲିଗୁଡା ଗ୍ରାମରେ ଜଣେ ବ୍ୟକ୍ତି ଟ୍ରାକ୍ଟର ଦ୍ୱାରା ଚାଷ ଜମିରେ ହଳ କରୁଥିବା ବେଳେ ଦୁର୍ଘଟଣା ଘଟିଛି। ଟ୍ରାକ୍ଟର ଓଲଟି ପଡିବାରୁ ତା’ତଳେ ଚାପି ହୋଇ...

୧୧ କେଭି ବିଦ୍ୟୁତ୍‌ ତାରରେ ଲାଗି ଯୁବକଙ୍କ ଜୀବନ ଗଲା

ଗୁଡ଼ଭେଲା,୧୭।୭(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ମଧ୍ୟମ କ୍ଷୁଦ୍ରଜଳସେଚନ ବିଭାଗ ପକ୍ଷରୁ ତୁଷୁରା ସହରସ୍ଥିତ ସୋନଗଡ଼ ନଦୀରେ ଜଳସ୍ତର ମାପୁ ଥିବାବେଳେ ୧୧ କେଭି ବିଦ୍ୟୁତ୍‌ ତାରରେ ଲାଗି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଆଗଲପୁର ବ୍ଳକ ଅଧୀନ ଗୁଡୁରୁମୁଣ୍ଡା...

ଫିମ୍ପିମରା ପିଡିଏସ ଚାଉଳ ବଣ୍ଟନ: ହିତାଧିକାରୀ ଅସନ୍ତୋଷ

ଝୁମ୍ପୁୁରା, ୧୭।୭ (ଡି.ଏନ.ଏ.): ଝୁମ୍ପୁରା ବ୍ଲକ ଅନ୍ତର୍ଗତ କେତେକ ପଞ୍ଚାୟତରେ ପିଡିଏସ ବଣ୍ଟନରେ ବ୍ୟାପକ ଅନିୟମିତତା ନେଇ ପୂର୍ବରୁ ଅଭିଯୋଗ ରହିଛି। ଜଙ୍ଗଲାଞ୍ଚଳରେ ଅବସ୍ଥିତ ଆଦିବାସୀ ଅଧ୍ୟୁଷିତ ବସନ୍ତପୁର ପଞ୍ଚୟତରେ ୨ଦିନ ଧରି ଫିମ୍ପିମରା ପିଡିଏସ ଚାଉଳ ବଣ୍ଟନ ଯୋଗୁ...

ବର୍ଷାକୁ ନେଇ ଚାଷୀଙ୍କ ଚିନ୍ତା: ନଷ୍ଟ ହେବାକୁ ବସିଛି ଧାନ ତଳି

ଚମ୍ପୁଆ,୧୭ା୭(ଡି.ଏନ.ଏ.)-ଚମ୍ପୁଆରେ ସ୍ବାଭାବିକ ବର୍ଷା ହେଉ ନ ଥିବାରୁ ଧାନତଳି ନଷ୍ଟ ହେବାକୁ ବସିଥିବା ବେଳେ ଚାଷୀଙ୍କ ଚିନ୍ତା ବଢିବାରେ ଲାଗିଛି। ମୌସୁମୀ ବର୍ଷାକୁ ଅପେକ୍ଷା କରି ରହିଥିବା ଚାଷୀ ଶେଷରେ ଲଘୁଚାପ ବର୍ଷାକୁ ଅନେଇ ବସିରହିଥିଲେ ମଧ୍ୟ ବର୍ଷାର ଦେଖା...

ବଜ୍ରପାତରେ ଦମ୍ପତି ସମେତ ୩ ମୃତ, ଜଣେ ଗୁରୁତର

କେନ୍ଦୁଝର/ଢେଙ୍କିକୋଟ, ୧୬ା୭ (ସ୍ବ.ପ୍ର.): ହରିଚନ୍ଦନପୁର ବ୍ଲକର ବିଭିନ୍ନ ସ୍ଥାନରେ ବୁଧବାର ଅପରାହ୍ନରେ ବଜ୍ରପାତ ଘଟି ଏକ ଦମ୍ପତି ସମେତ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି। ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri