ରାଜ୍ୟ

ପୁଣି କାନ୍ଧରେ ବୁହାହେଲା ମୃତଦେହ

କ.ନୂଆଗାଁ,୨ା୭(ଡି.ଏନ୍‌.ଏ.)- କନ୍ଧମାଳ ଜିଲା କ.ନୂଆଗାଁ ବ୍ଲକ ସାରଙ୍ଗଗଡ ଥାନା ଅଞ୍ଚଳରେ ପୁଣି ମୃତଦେହକୁ କାନ୍ଧରେ ବୋହି ନେଇଛନ୍ତି ପରିବାର ଲୋକେ। ବଣ୍ଡଗୁଡା ଗ୍ରାମ ପଞ୍ଚାୟତରେ ରାତି ଜଗୁଆଳି ଭାବେ କାର୍ଯ୍ୟରତ ଦିଲୀପ ଦଳବେହେରାଙ୍କର ସାରଙ୍ଗଗଡ ସ୍ବାସ୍ଥ୍ୟକେନ୍ଦ୍ରରେ ମୃତ୍ୟୁ ହୋଇଥିଲା। ମୃତଦେହ...

ଅପରାଧ ଯୋଜନା ପଣ୍ଡ: କାର ଛାଡି ଜଙ୍ଗଲକୁ ଦୌଡି ପଳାଇଲେ ଦୁର୍ବୃତ୍ତ

ଦାରିଙ୍ଗବାଡି,୨।୭(ଡି.ଏନ.ଏ.)- କନ୍ଧମାଳ ଜିଲାରେ ଦିନକୁ ଦିନ ଅପରାଧ ବୃଦ୍ଧି ପାଉଛି। ବାଲିଗୁଡା ଠାରୁ ଦାରିଙ୍ଗବାଡି, ବାଡାବାଙ୍ଗା, ସିଆଙ୍ଗବାଲି ଦେଇ ଗଞ୍ଜାମକୁ ବ୍ୟାପକ ଗଞ୍ଜେଇ ଚୋରାଚାଲାଣ ହେଉଛି। ସେହିପରି ଦାରିଙ୍ଗବାଡିକୁ ଦୈନିକ ଶହଶହ ପର୍ଯ୍ୟଟକ ଆସୁଥିବାରୁ ଏହି ଅଞ୍ଚଳ ଏବେ ଅପରାଧୀଙ୍କ...

ମହାପ୍ରଭୁଙ୍କ ନବଯୌବନ ଦର୍ଶନ: ଅନୁକୂଳ ପାଗ ଯୋଗୁ ଭକ୍ତଙ୍କ ଭିଡ଼, ଭିତରକାଠ ନିକଟରେ ମହିଳାଙ୍କୁ ମାଡ଼ ଅଭିଯୋଗ

ପୁରୀ ଅଫିସ,୨ା୭: ୧୪ଦିନର ଅଣସର ବିଧି ପରେ ମଙ୍ଗଳବାର ନବଯୌବନ ରୂପରେ ଦର୍ଶନ ଦେଇଛନ୍ତି ଦରୁଦିଅଁ। ହଜାର ହଜାର ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ନବଯୌବନ ରୂପ ଦର୍ଶନ କରି କୃତାର୍ଥ ହୋଇଛନ୍ତି। ଅନୁକୂଳ ପାଗ ଯୋଗୁ ଭକ୍ତଙ୍କ ଭିଡ଼ ହୋଇଥିଲା। ଏହାକୁ...

ଢେଙ୍କାନାଳଯୋଡା ଶିଶୁଙ୍କ ଚିକିତ୍ସା ପାଇଁ ୭ ଜଣିଆ ଡାକ୍ତରୀ ଟିମ୍‌: ଇକୋ ଟେଷ୍ଟରୁ ଗୋଟିଏ ହୃତପିଣ୍ଡ ଜଣାପଡ଼ିଲା

କଟକ ଅଫିସ, ୨।୭- ଢେଙ୍କାନାଳ ଯୋଡାଶିଶୁଙ୍କ ଚିକିତ୍ସା ପାଇଁ କଟକ ଶିଶୁଭବନରେ ୭ ଜଣିଆ ଡାକ୍ତରୀ ଦଳ ଗଠିତ ହୋଇଛି। ଶିଶୁ ଶଲ୍ୟ ବିଭାଗର ବରିଷ୍ଠ ପ୍ରଫେସର ଡାକ୍ତର ହିରଣ୍ୟ ମହାନ୍ତିଙ୍କ ନେତୃତ୍ୱରେ ଗଠିତ ଏହି ଟିମ୍‌ରେ ଶିଶୁ ସର୍ଜରୀ...

ବନ ମହୋତ୍ସବରେ ସଂକଳ୍ପ:ମହାପ୍ରଭୁଙ୍କ ସେବା ପାଇଁ ପ୍ରାଚୀ ତଟରେ ହେବ ପଦ୍ମବନ ପ୍ରକଳ୍ପ

ଗୋପ/କାକଟପୁର, ୨।୭(ଡି.ଏନ୍‌.ଏ.)-୭୦ତମ ବନମୋହତ୍ସବ ଅବସରରେ ପୁରୀ ଜିଲା ଗୋପ ବ୍ଲକ ନୟାହାଟ ସ୍ଥିତ ପ୍ରାଚୀ ତଟରେ ପଦ୍ମବନ ପ୍ରକଳ୍ପ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଶ୍ରୀ ଜଗନ୍ନାଥ ସଂସ୍କୃତିର ଜୀବନରେଖା ପବିତ୍ର ପ୍ରାଚୀ ନଦୀ ଅବବାହିକାରେ ପୂର୍ବପରି ବନାଞ୍ଚଳ ସୃଷ୍ଟି, ମଧୁର...

ରଥଯାତ୍ରା ପାଇଁ ଟ୍ରାଫିକ୍‌ କଟକଣା: ଏନ୍‌ଏଚ୍‌ରେ ୨୪ ଘଣ୍ଟିଆ ପାଟ୍ରୋଲିଂ, ଦୁର୍ଘଟଣା ଗାଡ଼ି ଉଠାଇବା ପାଇଁ ରହିବ କ୍ରେନ୍‌

କଟକ ଅଫିସ, ୨।୭-ଆସନ୍ତା ୪ ତାରିଖରେ ପୁରୀରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। କେବଳ ପୁରୀ ନୁହେଁ ରାଜ୍ୟର ବିଭିନ୍ନ ସ୍ଥାନରେ ରଥଯାତ୍ରା ପାଳନ ହେବାକୁ ଯାଉଛି। କଟକରେ ରଥଯାତ୍ରା ପାଳନ ପାଇଁ ପୂଜା କମିଟି ପକ୍ଷରୁ ପ୍ରସ୍ତୁତି କରାଯାଇଛି। ଏହା...

ଚାନ୍ଦବାଲି ଗାଁକୁ ପଶିଲା ଜୁଆର ପାଣି: ନଦୀକୂଳବାସୀ ଆତଙ୍କିତ, ଖରିଫ ଫସଲ ବାଧାପ୍ରାପ୍ତ ହେବା ଆଶଙ୍କା

ଆରଡି, ୨ା୭(ଡି.ଏନ.ଏ.)-ବଙ୍ଗୋପସାଗରରେ ଲଘୁଚାପ ଅବପାତ ରୂପ ନେବା ପରେ ଚାନ୍ଦବାଲି ଜିଲାରେ ଲଗାଣବର୍ଷା ଲାଗି ରହିଛି। ଚାନ୍ଦବାଲି ବ୍ଲକରେ ସର୍ବାଧିକ ବର୍ଷା ହୋଇଛି। ମଙ୍ଗଳବାର ଅମାବାସ୍ୟା ଯୋଗୁ ସମୁଦ୍ର ଅତ୍ୟନ୍ତ ଜୁଆରିଆ ରହିଛି। ମୁହାଣ ଦେଇ ବୈତରଣୀକୁ ଅଧିକ ଜୁଆର...

କପାଳୀ କ୍ଷେତ୍ରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ନବଯୌବନ ବେଶ ଦର୍ଶନ

ବନ୍ତ,୨ା୭(ସ୍ବ.ପ୍ର.)-ଭଦ୍ରକ ଜିଲା ବନ୍ତ ବ୍ଲକର କପାଳୀକ୍ଷେତ୍ର ଜଗନ୍ନାଥ ମନ୍ଦିରରେ ମଙ୍ଗଳବାର ନେତ୍ରୋସତ୍ବ ଅନୁଷ୍ଠିତ ହୋଇଯାଇଛି। ଭକ୍ତମାନେ ଚତୁର୍ଦ୍ଧାମୂର୍ତ୍ତିଙ୍କ ନବଯୌବନ ବେଶ ଦର୍ଶନ କରିଥିଲେ। ମଙ୍ଗଳବାର ସକାଳେ ଦିଅଁମାନେ ରନତ୍ବେଦିକୁ ବିଜେ କରିଥିଲେ। ଠାକୁରଙ୍କୁ ବିଭିନ୍ନ ଅଳଙ୍କାରରେ ସୁସଜ୍ଜିତ କରାଯାଇଥିଲା। ପୂଜକ...

କୂଳ ଲଙ୍ଘୁଛି ଜନନୀ ଯନ୍ତ୍ରଣା: ଖଟିଆରେ ୪ କି.ମି. ବୁହାହେଲେ ଗର୍ଭବତୀ ମା’, ପାହାଡରେ ଜନ୍ମଦେଲେ ଶିଶୁକନ୍ୟା

ନୂଆପଡା ଅଫିସ/ଖଡିଆଳ,୨ା୭: ଶିଶୁ, ମାତୃ ମୃତ୍ୟୁହାର କମାଇବାକୁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଏଥିସକାଶେ ଆନୁଷ୍ଠାନିକ ପ୍ରସବ ଉପରେ ସ୍ବାସ୍ଥ୍ୟ ବିଭାଗ ଗୁରୁତ୍ୱ ଦେଉଛି । ହେଲେ ନୂଆପଡ଼ା ଜିଲା ସଦର ମହକୁମାଠାରୁ ୮୦ କି.ମି. ଦୂର...

ଶ୍ରୀନହରକୁ ବିଜେ ହେଲା ଖଡ଼ିପ୍ରସାଦ: ମହାପ୍ରଭୁଙ୍କର ହେଲା ବନକଲାଗି

ପୁରୀ ଅଫିସ, ୨ା୭: ଶ୍ରୀନହରକୁ ମଙ୍ଗଳବାର ଖଡ଼ି ପ୍ରସାଦ ବିଜେ କରାଯାଇଛି। ପୂର୍ବାହ୍ନରେ ଦତ୍ତମହାପାତ୍ର ସେବକ ଏବଂ ଦଇତାପତି ସେବକମାନେ ଶ୍ରୀନହରକୁ ଖଡ଼ି ପ୍ରସାଦ ବିଜେ କରାଇଥିଲେ। ପତି ମହାପାତ୍ର ସଂସ୍କାର କରିବା ପରେ ମହାପ୍ରଭୁଙ୍କୁ ଖଡ଼ି ପ୍ରସାଦ ଲାଗି...

ସରକାରୀ ସ୍କୁଲ ଛାତ୍ରୀନିବାସରେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ: ବିଧାନସଭାରେ ହଟ୍ଟଗୋଳ, ଗୃହରେ ବିବୃତି ଦେବାକୁ ବାଚସ୍ପତିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୨।୭(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଏକ ସରକାରୀ ସ୍କୁଲ ଛାତ୍ରୀନିବାସରେ ଚାରି ଜଣ ନାବାଳିକା ଗର୍ଭବତୀ ହୋଇଛନ୍ତି। ଏ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଏହି ଘଟଣାକୁ ଚପାଇ ଦେବା ଲାଗି ସମସ୍ତ ଉଦ୍ୟମ କରାଯାଇଛି। ରାଜ୍ୟ ସରକାର ମା’କୁ...

ବାତ୍ୟା ‘ଫନୀ’ ମାଡ଼: ୫ ସହରରେ ଉଜୁଡ଼ିଗଲା ୧.୭୩ ଲକ୍ଷ ବୃକ୍ଷ

ଭୁବନେଶ୍ୱର,୨।୭(ବ୍ୟୁରୋ): ମେ’ ୩ ତାରିଖରେ ହୋଇଥିବା ସାମୁଦ୍ରିକ ଝଡ଼ ଫନୀରେ ୫ ସହରରେ ୧ ଲକ୍ଷ ୭୩ହଜାର ୯୫୭ ଗଛ ବରବାଦ ହୋଇଛି। ଜଟଣୀରେ ୩ହଜାର ୪୭୩ଟି ଗଛ, ଖୋର୍ଦ୍ଧାରେ ୪୯୬, ପୁରୀରେ ୪୯ହଜାର ୪୫୯, ଭୁବନେଶ୍ୱରରେ ୧୨ହଜାର ୮୮୩ଏବଂ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri