ରାଜ୍ୟ

ଖରିଫ୍‌ ଧାନ ବିକ୍ରିକୁ ୩ ମାସ ବିତିଲା, ମିଳିଲାନି ପ୍ରାପ୍ୟ: ଯୋଗାଣ ଅଧିକାରୀଙ୍କୁ ସ୍ମାରକପତ୍ର ପ୍ରଦାନ କଲେ ଚାଷୀ

ବାଲେଶ୍ୱର ଅଫିସ, ୧୧।୬-ବାଲେଶ୍ୱର ସଦର ବ୍ଲକ ଅଧୀନ ନଗ୍ରମ ସେବା ସମବାୟ ସମିତିରେ ପ୍ରାୟ ୧୦୦ରୁ ଊର୍ଦ୍ଧ୍ୱ ଚାଷୀଙ୍କୁ ଧାନ ବିକ୍ରି ସହାୟକ ମୂଲ୍ୟ ମିଳି ନ ଥିବାରୁ ଚାଷୀମାନେ ସୋମବାର ଯୋଗାଣ ଅଧିକାରୀଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ସଦର...

ଗାଳ୍ପିକ ଅମରେଶଙ୍କୁ ‘କହ୍ନେଇ କଥା ପୁରସ୍କାର’

ବାଲେଶ୍ୱର ଅଫିସ, ୧୧।୬- ଓଡ଼ିଆ କଥା ସାହିତ୍ୟର ପ୍ରଚଣ୍ଡ ପ୍ରତିଭାଧାରୀ ଗାଳ୍ପିକ ସ୍ବର୍ଗତ କହ୍ନେଇଲାଲ୍‌ ଦାସଙ୍କ ସ୍ମୃତିରେ ପ୍ରଦତ୍ତ ‘କହ୍ନେଇ କଥା ପୁରସ୍କାର’ ଚଳିତବର୍ଷ ପାଇଁ ଯୁବ ଗାଳ୍ପିକ ଅମରେଶ୍‌ ବିଶ୍ୱାଳଙ୍କୁ ପ୍ରଦାନ କରାଯିବ ବୋଲି ସ୍ମୃତି ସଂସଦ ପକ୍ଷରୁ...

ମୋଦିଙ୍କୁ ଭେଟିଲେ ନବୀନ

ଭୁବନେଶ୍ୱର,୧୧।୬(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ହୋଇଥିବା ମୋଦିଙ୍କୁ ନବୀନ ଶୁଭେଚ୍ଛା ଜଣାଇଥିଲେ। ଏହା ପରେ ସାକ୍ଷାତ ସମୟରେ ଓଡ଼ିଶାର ବିଭିନ୍ନ ଦାବି ପ୍ରସଙ୍ଗରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି।...

ଗଞ୍ଜାମ ଜିଲାପରିଷଦ ସଭାପତି ଦାୟିତ୍ୱ ନେଲେ ସ୍ନେହଲତା

ଛତ୍ରପୁର, ୧୧।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାପରିଷଦ ସଭାପତି ଭାବେ ଉପାଧ୍ୟକ୍ଷା ସ୍ନେହଲତା ପଣ୍ଡା ମଙ୍ଗଳବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଛତ୍ରପୁର ବିଧାୟକଭାବେ ନିର୍ବାଚିତ ହେବା ପରେ ସୁବାସ ଚନ୍ଦ୍ର ବେହେରା ଜିଲାପରିଷଦ ସଭାପତି ପଦବୀରୁ ଇସ୍ତଫା ଦେଇଥିଲେ। ଏହାପରେ ଗଞ୍ଜାମ ଜିଲାପାଳ...

ରଥଯାତ୍ରା ପାଇଁ ସବୁ ଚ୍ୟାନେଲକୁ ସିଧା ପ୍ରସାରଣ ଅନୁମତି

ପୁରୀ ଅଫିସ, ୧୧।୬: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଏକ ନିର୍ଦ୍ଦିଷ୍ଟ ଚ୍ୟାନେଲ ପ୍ରସାରଣ ପାଇଁ ଯେଉଁ କଟକଣା ଲାଗୁ କରିବାକୁ ଯୋଜନା କରାଯାଇଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ସବୁ ଟିଭି ଚ୍ୟାନେଲମାନେ ଏହି ରଥଯାତ୍ରାକୁ ପ୍ରସାରଣ କରିପାରିବେ ବୋଲି ନିଷ୍ପତ୍ତି ହୋଇଛି।...

ବ୍ୟୁଟି ସାଲୁନ ‘ଏନ୍‌ରିଚ୍‌’ ଉଦ୍‌ଘାଟିତ

ଭୁବନେଶ୍ୱର, ୧୧ା୬(ବ୍ୟୁରୋ): ସମାଜରେ ବହୁ ଅସହାୟ ଓ ସୁବିଧାରୁ ବଞ୍ଚତ୍ତ ମହିଳା ରହିଛନ୍ତି, ଯେଉଁମାନଙ୍କୁ ରୋଜଗାର କରିବାକୁ ସୁଯୋଗ ତ ଛାଡ଼ ଖାଦ୍ୟ ବି ମିଳେନା। ଫଳରେ ସେମାନଙ୍କ ପାଇଁ ଜୀବନଧାରଣ କରିବା କଷ୍ଟସାଧ୍ୟ ହୋଇଯାଏ। ଏପରି ସ୍ଥିତିକୁ ଭୁବନେଶ୍ୱର...

ପରିଚାଳନା ବୈଠକ ଆରମ୍ଭ

ପୁରୀ ଅଫିସ, ୧୧।୬: ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ମଙ୍ଗଳବାର ପୂର୍ବାହ୍ନରେ ପରିଚାଳନା କମିଟି ବୈଠକ ଆରମ୍ଭ ହୋଇଯାଇଛି। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସ୍ନାନଯାତ୍ରା, ରଥଯାତ୍ରା, ବାହୁଡ଼ା, ସୁନାବେଶ, ଅଧରପଣା ଓ ନିଳାଦ୍ରୀବିଜେ ନୀତି...

ବାରଣ୍ଡାରେ ଶୋଇଥିବା ବେଳେ ବ୍ୟକ୍ତିଙ୍କ ମୁଣ୍ଡ କାଟି ନେଇଗଲେ ଦୁର୍ବୃତ୍ତ

ସମ୍ବଲପୁର,୧୧।୬(ବ୍ୟୁରୋ): ସମ୍ବଲପୁର ଜିଲା ଅଇଁଠାପାଲି ଥାନା ତିଲେଇମାଲ ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଏକ ହତ୍ୟାକାଣ୍ଡ ଘଟିଛି । ରାତିରେ ବାରଣ୍ଡାରେ ମଶାରି ଟାଙ୍ଗି ଶୋଇଥିବା ଜଣେ ବ୍ୟକ୍ତିଙ୍କ ମୁଣ୍ଡ କାଟି ଦୁର୍ବୃତ୍ତମାନେ ନେଇଯାଇଥିବା ଜଣାପଡିଛି। ସେ ହେଲେ ସତ୍ୟନାରାୟଣ...

ଏସ୍‌ସିବି କାଜୁଆଲ୍‌ଟିରେ ନାହିଁ ପ୍ଲାଷ୍ଟର

କଟକ ଅଫିସ, ୧୧।୬: ଯେତେ ବ୍ୟବସ୍ଥା କଲେ ମଧ୍ୟ ଏସ୍‌ସିବି ମେଡ଼ିକାଲ କାଜୁଆଲ୍‌ଟି ଅବସ୍ଥା ସୁଧୁରୁନାହିଁ। ମେଡିକାଲର ମୁଖଶାଳା କୁହାଯାଉଥିବା କାଜୁଆଲ୍‌ଟିକୁ ନେଇ ଆଉ ଏକ ବଡ଼ଧରଣର ଅବ୍ୟବସ୍ଥା ସାମ୍ନାକୁ ଆସିଛି। ଯାହାକୁ ନେଇ ରବିବାର ରାତିରେ ରୋଗୀ ସମ୍ପର୍କୀୟମାନେ...

ତତ୍ପରତା ଦେଖାଇ ଶୋଇଗଲା କମିଶନରେଟ ପୋଲିସ: ବ୍ଲାକ୍‌ ସ୍ପଟ୍‌ ସ୍ଥାନରେ ବ୍ୟାରିକେଡ୍‌, ଇଣ୍ଟରସେପ୍ଟର କଥା ଭୁଲିଗଲେ ଅଧିକାରୀ

ଭୁବନେଶ୍ୱର,୧୧।୬(ବ୍ୟୁରୋ) : ରାଜଧାନୀ ଦେଇ ଯାଇଥିବା ୧୬ ନଂ. ଜାତୀୟ ରାଜପଥ ଉପରେ ବାରମ୍ବାର ଦୁର୍ଘଟଣା ଘଟି ଜୀବନ ଯାଉଛି। ମାସକ ମଧ୍ୟରେ ୧୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଯାଇଥିବାବେଳେ ପୋଲିସ ପ୍ରଶାସନର ଖାମଖିଆଲ ମନୋଭାବ ପାଇଁ ଗୋଟିଏ ପରେ...

ପୁରୀକୁ ଗଡ଼ିବ ୨୦୦ ସ୍ବତନ୍ତ୍ର ବସ୍‌

କଟକ ଅଫିସ, ୧୧।୬: ରଥଯାତ୍ରା ପାଇଁ ପୁରୀକୁ ଅଧିକ ସ୍ବତନ୍ତ୍ର ୨୦୦ ବସ୍‌ ଚାଲିବ। ୪ ଦିନ ଏହି ବସ୍‌ ଚାଲିବ। ଜୁଲାଇ ୪ ତାରିଖରେ ରଥଯାତ୍ରା। ରଥଯାତ୍ରା ଦିନ ଓ ତା’ପରଦିନ ଏହି ସ୍ବତନ୍ତ୍ର ବସ୍‌ ପୁରୀକୁ ଗଡ଼ିବ।...

୩ ରଥର ୩୩ କଣଗୁଜ ସରିଲା

ପୁରୀ ଅଫିସ, ୧୧।୬: ଶ୍ରୀନଅର ସମ୍ମୁଖ ରଥଖଳାରେ ଚାଲିଛି ରଥକାମ। ଅକ୍ଷୟତୃତୀୟାଠାରୁ ଆରମ୍ଭ ହୋଇଥିବା ରଥ ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି। ମହାରଣା, ରୂପକାର, ଭୋଇ, କମାର ଓ କରତି ସେବକମାନେ କାମରେ ବ୍ୟସ୍ତ ରହିଛନ୍ତି। ଶ୍ରୀକ୍ଷେତ୍ର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri