ରାଜ୍ୟ

ଚିକିଟି ବିଧାନସଭାରେ କଡା ଟକ୍କର

ବ୍ରହ୍ମପୁର ଅଫିସ,୨୩।୫- ଚିକିଟି ବିଧାନସଭା ର୍ନିବାଚନ ମଣ୍ଡଳୀରେ ଭାଜପା ଏବଂ ବିଜେଡି ମଧ୍ୟରେ କଡା ଟକ୍କର ଚାଲିଛି। ପ୍ରଥମ ରାଉଣ୍ଡରେ ବିଜେଡିର ଉଷା ଦେବୀ ୨୩୩୩ ଭୋଟ ପାଇଥିବା ବେଳେ ଭାଜପାର ମନୋରଞ୍ଜନ ଦ୍ୟାନସାମନ୍ତରା ୨୪୬୩ ଖଣ୍ଡ ଭୋଟ ପାଇ...

ତୃତୀୟ ରାଉଣ୍ଡ ସୁଦ୍ଧା ଜୁନାଗଡ଼ରେ ବିଜେଡି ଆଗୁଆ

ଭବାନୀପାଟଣା,୨୩।୫: ତୃତୀୟ ରାଉଣ୍ଡ ଗଣତି ଶେଷ ସୁଦ୍ଧା ଜୁନାଗଡ଼ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ଦିବ୍ୟଶଙ୍କର ମିଶ୍ର ଆଗୁଆ ଅଛନ୍ତି। ଦିବ୍ୟଶଙ୍କର ୪୫୫୬ ଭୋଟ ପାଇଥିବାବେଳେ ଭାଜପାର ମନୋଜ କୁମାର ମେହେର ୨୪୧୨ ଭୋଟ ପାଇଛନ୍ତି।

ରାୟଗଡ଼ାରେ ବିଜେଡିର ହିମିରିକା ଆଗୁଆ

ରାୟଗଡ଼ା ଅଫିସ୍‌, ୨୩।୫: ରାୟଗଡା ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରଥମ ରାଉଣ୍ଡ ଗଣତିରେ ବିଜେଡି ଆଗୁଆ ରହିଛି। ବିଜେଡିର ପ୍ରାର୍ଥୀ ଲାଲ୍‌ ବିହାରୀ ହିମିରିକା ୩୫୯ ଭୋଟରେ ଆଗୁଆ ରହିଛନ୍ତି। ହିମିରିକାଙ୍କୁ ୧୫୪୬ ଭୋଟ ମିଳିଥିବାବେଳେ କଂଗ୍ରେସର ଆପ୍ପଲୁ ସ୍ବାମୀ...

ସୁନ୍ଦରଗଡ଼ ବିଧାନସଭା: ଯୋଗେଶ ସିଂ ପଛୁଆ

ସୁନ୍ଦରଗଡ଼,୨୩।୫: ସୁନ୍ଦରଗଡ଼ ବିଧାନସଭା ଆସନରୁ ଭାଜପା ପ୍ରାର୍ଥୀ କୁସୁମ ଟେଟେ ଆଗୁଆ ଅଛନ୍ତି। ଚତୁର୍ଥ ରାଉଣ୍ଡ ଗଣତି ଶେଷ ସୁଦ୍ଧା କୁସୁମ ୭୮୧୭ ଭୋଟ ପାଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ଯୋଗେଶ ସିଂ ୬୮୫୦ ଭୋଟ ପାଇଛନ୍ତି। କଂଗ୍ରେସର...

୭ମ ରାଉଣ୍ଡ ସୁଦ୍ଧା ନୂଆପଡ଼ାରେ ବିଜେଡି ଆଗୁଆ

ନୂଆପଡ଼ା,୨୩।୫: ୭ମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ନୂଆପଡ଼ା ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆ ଆଗୁଆ ଅଛନ୍ତି। ରାଜେନ୍ଦ୍ର ୧୪୫୯୩ ଭୋଟ ପାଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ଘାସିରାମ ମାଝି ୧୧୮୮୫ ଭୋଟ ପାଇଛନ୍ତି।

ଖଡ଼ିଆଳରେ କଂଗ୍ରେସ ଆଗୁଆ

ନୂଆପଡ଼ା ଅଫିସ,୨୩।୫: ୯ମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ଖଡ଼ିଆଳ ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ଅଧିରାଜ ପାଣିଗ୍ରାହୀ ଆଗରେ ରହିଛନ୍ତି। ଅଧିରାଜ ୧୮୩୦୭ ଭୋଟ ପାଇଥିବାବେଳେ ବିଜେଡି ପ୍ରାର୍ଥୀ ଲମ୍ବୋଦର ନିଆଲ ୧୫୪୨୧ ଭୋଟ ପାଇଛନ୍ତି।

ମାଲକାନଗିରି: ତୃତୀୟ ରାଉଣ୍ଡରେ ଭାଜପାର ଆଦିତ୍ୟ ମାଢ଼ି ଆଗୁଆ

ମାଲକାନଗିରି,୨୩ା୫(ସ୍ବ.ପ୍ର.): ମାଲକାନଗିରି ବିଧାନସଭା ନିର୍ବାଚନ ମଣ୍ଡଳୀରେ ତୃତୀୟ ରାଉଣ୍ଡ ଗଣତିରେ ଭାଜପା ପ୍ରାର୍ଥୀ ଆଦିତ୍ୟ ମାଢ଼ି ଆଗୁଆ ରହିଛନ୍ତି। ତୃତୀୟ ରାଉଣ୍ଡ ସୁଦ୍ଧା ଆଦିତ୍ୟ ମାଢ଼ି ୪୦୯୬ ଭୋଟ୍‌ ପାଇଥିବା ବେଳେ ବିଜେଡିର ମୁକୁନ୍ଦ ସୋଢ଼ି ୩୧୨୧ ଏବଂ କଂଗ୍ରେସର...

ଜି.ଉଦୟଗିରିରେ ସାଲୁଗା, ବାଲିଗୁଡାରେ ଚକ୍ରମଣି, ଫୁଲବାଣୀରେ ଅଙ୍ଗଦ ଆଗରେ

ଜି.ଉଦୟଗିରି,୨୩।୫(ଡି.ଏନ୍‌.ଏ.)- ଜି.ଉଦୟଗିରି ବିଧାନସଭା କ୍ଷେତ୍ରରେ ବିଜେଡି ପ୍ରାର୍ଥୀ ସାଲୁଗା ପ୍ରଧାନ ଆଗୁଆ ଅଛନ୍ତି। ସାଲୁଗାଙ୍କୁ ୫୯୮୫ ଭୋଟ ମିଳିଥିବାବେଳେ ଭାଜପାର ଅର୍ଚ୍ଚନା ପ୍ରଧାନଙ୍କୁ ୩୯୭୭ ଭୋଟ ମିଳିଛି। ସେହିପରି ବାଲିଗୁଡାରେ ବିଜେଡି ପ୍ରାର୍ଥୀ ଚକ୍ରମଣୀ କହଁର ୨୫୦୫ ଭୋଟ ପାଇଥିବା...

ଓଡ଼ିଶାରେ ବିଜେଡି ଆଗରେ: ବିଧାନ ସଭାରେ ୯୪, ଲୋକ ସଭାରେ ୧୪ଟି ଆସନରେ ଆଗୁଆ

ଭୁବନେଶ୍ୱର, ୨୩।୫(ବ୍ୟୁରୋ): ଓଡ଼ିଶାର ୧୪୬ଟି ବିଧାନ ସଭା ଏବଂ ୨୧ଟି ଲୋକ ସଭା ଆସନ ପାଇଁ ଚାଲିଛି ଭୋଟ ଗଣତି। ପ୍ରାଥମିକ ଟ୍ରେଣ୍ଟ ଅନୁଯାୟୀ ଉଭୟ ବିଧାନସଭା ଏବଂ ଲୋକ ସଭାରେ ବିଜେଡି ବିରୋଧୀ ଭାଜପା ଏବଂ କଂଗ୍ରେସଠାରୁ ଢେର୍‌...

ପଦ୍ମପୁର ବିଧାନସଭା: ଭାଜପା ଆଗରେ

ପଦ୍ମପୁର,୨୩।୫: ପଦ୍ମପୁର ବିଧାନସଭା ଆସନରୁ ଭାଜପା ପ୍ରାର୍ଥୀ ପ୍ରଦୀପ ପୁରୋହିତ ଆଗୁଆ ଅଛନ୍ତି। ପଞ୍ଚମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ପ୍ରଦୀପ ୯୦୦୨ ଭୋଟ ପାଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ବିଜୟ ରଞ୍ଜନ ସିଂ ବରିହା ୮୧୨୭ ଭୋଟ...

ଧର୍ମଗଡ଼ ବିଧାନସଭା: ବିଜେଡି ଆଗୁଆ

ଭବାନୀପାଟଣା,୨୩।୫: ଧର୍ମଗଡ଼ ବିଧାନସଭା ଆସନରୁ ପ୍ରଥମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେଡିର ମୌଷଦୀ ବାଗ ଆଗୁଆ ରହିଛନ୍ତି। ମୌଷଦୀ ୧୫୩୮ ଭୋଟ ପାଇଥିବାବେଳେ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ଦିଗମ୍ବର ଧୁରିଆ ୯୬୩ ଖଣ୍ଡ ଭୋଟ ପାଇଛନ୍ତି।

ଅଷ୍ଟମ ରାଉଣ୍ଡ ସୁଦ୍ଧା ବ୍ରଜରାଜନଗରରେ କିଶୋର ମହାନ୍ତି ଆଗୁଆ

ଲଖନପୁର,୨୩।୫: ଅଷ୍ଟମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବ୍ରଜରାଜନଗର ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ କିଶୋର ମହାନ୍ତି ଆଗୁଆ ଅଛନ୍ତି। କିଶୋର ୧୭୧୯୧ ଭୋଟ ପାଇଥିବାବେଳେ ଭାଜପାର ରାଧାରାଣୀ ପଣ୍ଡା ୧୪୦୭୦ ଭୋଟ ପାଇଛନ୍ତି।

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri