ରାଜ୍ୟ

ମାଲକାନଗିରିରେ ମାଓବାଦୀଙ୍କ ଲଙ୍କାକାଣ୍ଡ

ମାଲକାନଗିରି,୧୮।୫(ଡି.ଏନ୍‌.ଏ): ମାଲକାନଗିରିରେ ମାଓବାଦୀଙ୍କ ବର୍ବରତା ଦେଖିବାକୁ ମିଳିଛି। ଶୁକ୍ରବାର ବିଳମ୍ବିତ ରାତିରେ ମାଥିଲି ଥାନା ଅନ୍ତର୍ଗତ ଟେମୁରପାଲି ପଞ୍ଚାୟତ କାର୍ଯ୍ୟାଳୟରେ ପ୍ରାୟ ୩୦ରୁ ୪୦ ମାଓବାଦୀ ବିସ୍ଫୋରଣ ଘଟାଇଛନ୍ତି। ଏହି ବିସ୍ଫୋରଣରେ ପଞ୍ଚାୟତ ଅଫିସ ନଷ୍ଟ ହୋଇଯାଇଥିବା ବେଳେ ଏଥିରେ...

ବ୍ରିଜରେ ଝୁଲିରହିଲା ବସ୍‌, ଅଳ୍ପକେ ବର୍ତ୍ତିଲେ ୬୦ ଯାତ୍ରୀ

ସୋର,୧୮।୫(ଡି.ଏନ୍‌.ଏ): ସୋର ୧୬ନମ୍ବର ଜାତୀୟ ରାଜପଥ ଉତ୍ତେରେଶ୍ୱର ନକଟରେ ସଡ଼କ ଦୁର୍ଘଟଣା ଘଟିଛି। ଶୁକ୍ରବାର ବିଳମ୍ବିତ ରାତିରେ ସାହୁ ନାମକ ଏକ ଘରୋଇ ବସ୍‌ ବ୍ରହ୍ମପୁରରୁ ବାଲିଆପାଳ ଯାଉଥିବା ବେଳେ ଉତ୍ତେରେଶ୍ୱର ବସ୍‌ ଷ୍ଟୋପେଜ୍‌ରେ ଛିଡା ହୋଇଥିଲା। ସେହି ସମୟରେ...

ନୀଳଗିରି ଲାଙ୍ଗୁର ମାଙ୍କଡ଼ ଗୁରୁତର

ନରାଜ,୧୮ା୫(ଡି.ଏନ୍‌.ଏ.): ଚଳିତବର୍ଷ ନନ୍ଦନାକାନନରେ ପ୍ରଥମ କରି ଶୁକ୍ରବାର ଜନ୍ତୁଙ୍କ ଉପରେ ଗ୍ରୀଷ୍ମ ତାପର ପ୍ରଭାବ ଦେଖିବାକୁ ମିଳିଛି। ନନ୍ଦନକାନନ ଖୁଆଡ ନଂ ୫୩ରେ ରହୁଥିବା ଅଣ୍ଡିରା ନୀଳଗିରି ଲାଙ୍ଗୁର ଗୁରୁତୁର ଭାବେ ଅସୁସ୍ଥ ହୋଇ ନନ୍ଦନକାନନ ପ୍ରାଣୀ ଚିକିତ୍ସାକେନ୍ଦ୍ରର ଆଇସୁଲେଶନ...

ଟ୍ରଲି ବ୍ୟାଗ୍‌ରେ ଗଞ୍ଜେଇ ଚାଲାଣ

ଭୁବନେଶ୍ୱର,୧୮ା୫(ବ୍ୟୁରୋ): ରାତାରାତି ବିପୁଳ ଟଙ୍କା ରୋଜଗାର କରିବା ନିଶା ଏବେ ଗଞ୍ଜେଇ ମାଫିଆଙ୍କୁ ଘାରିଛି। ଅତି ଚତୁରତାର ସହ ନୂଆ ତରିକାରେ ଚାଲୁଛି ଗଞ୍ଜେଇ ଚାଲାଣ। ପୋଲିସ ଓ ଅବକାରୀ ବିଭାଗ କବଳରୁ ଖସିବାକୁ ମଧ୍ୟ ବଦଳାଉଛନ୍ତି କାରବାରର ଧାରା।...

ବଦଳି ଆବେଦନପତ୍ର ନିର୍ବାହୀ ଯନ୍ତ୍ରୀଙ୍କୁ ଦେବା ପାଇଁ ଲାଞ୍ଚ: ସାଉଥ୍‌କୋ ସହକାରୀ ଯନ୍ତ୍ରୀ ଗିରଫ

ବ୍ରହ୍ମପୁର ଅଫିସ,୧୮ା୫: ଜଣେ ଲାଇନ ମ୍ୟାନଙ୍କ ବଦଳି ଆବେଦନପତ୍ରକୁ ଛତ୍ରପୁର ସବ୍‌ଡିଭିଜନର ନିର୍ବାହୀ ଯନ୍ତ୍ରୀଙ୍କ ନିକଟକୁ ପଠାଇବା ପାଇଁ ଖଲ୍ଲିକୋଟ ସାଉଥକୋର ଜଣେ ସହକାରୀ ଯନ୍ତ୍ରୀ ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଶୁକ୍ରବାର ସକାଳେ ଭିଜିଲାନ୍ସ ହାତରେ...

ହାତୀ ଆକ୍ରମଣରେ ୨ ମୃତ

ହାଟଡିହି,୧୮।୫(ଡି.ଏନ.ଏ): କେନ୍ଦୁଝର ଜିଲା ହାଟଡିହି ବ୍ଲକରେ ହାତୀ ଆକ୍ରମଣରେ ୨୪ ଘଣ୍ଟା ନପୁରୁଣୁ ୨ଜଣଙ୍କ ପ୍ରାଣହାନୀ ଘଟିଛି। ଶନିବାର ସକାଳୁ କାନପୁର-ମରଚାଇପଦା ଗଁ।ର ମରାମଚନ୍ଦ୍ର ରାଉତଙ୍କ ପତ୍ନୀ ସଞ୍ଜୁଲତା (୫୨) ନିଜ ବଗିଚାକୁ ଆମ୍ବ ତୋଳିବାକୁ ଯାଉଥିବା ବେଳେ ହାତୀ...

ଫନୀ ପୁନରୁଦ୍ଧାର ପାଇଁ ସହାୟତା: ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଇଡ୍‌କୋ ଦେଲା ୧୦ କୋଟି

ଭୁବନେଶ୍ୱର,୧୮ା୫(ବ୍ୟୁରୋ): ଫନୀ ଦ୍ୱାରା ଓଡ଼ିଶା ଉପକୂଳ ବହୁତ କ୍ଷତିଗ୍ରସ୍ତ ହୋଇଛି। କ୍ଷତିଗ୍ରସ୍ତଙ୍କୁ ରିଲିଫ ବଣ୍ଟନ ଏବଂ ଧ୍ୱଂସପ୍ରାୟ ଭିତ୍ତିଭୂମିର ପୁନରୁତ୍ଥାନ କାର୍ଯ୍ୟ ଜାରି ରହିଛି। ବାତ୍ୟା ପ୍ରଭାବିତ ଦୁର୍ଗତଙ୍କ ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତାର ସୁଅ ଛୁଟୁଛି।...

ପର୍ଯ୍ୟଟନ ମନ୍ତ୍ରୀ, ସଂସ୍କୃତି ବିଭାଗ କମିଶନରଙ୍କ ରଘୁରାଜପୁର ଗାଁ ପରିଦର୍ଶନ: କ୍ଷୟକ୍ଷତି ଅନୁଧ୍ୟାନ କଲେ, ସମସ୍ୟା ବୁଝିଲେ

ପୁରୀ ଅଫିସ,୧୮ା୫: ବାତ୍ୟାରେ ଛାରଖାର ହୋଇଯାଇଛି ଐତିହ୍ୟ ଗାଁ ରଘୁରାଜପୁର। ବହୁ ଶିଳ୍ପୀଙ୍କ ପଟ୍ଟଚିତ୍ର ବର୍ଷା ପବନରେ ନଷ୍ଟ ହୋଇଯାଇଥିବାବେଳେ ଅନ୍ୟାନ୍ୟ ହସ୍ତକଳା ବି କ୍ଷତିଗ୍ରସ୍ତ ହୋଇଛି। ଅନେକ ଘର ଭାଙ୍ଗିଯିବା ସହ ବିଭିନ୍ନ ଗୋଟିପୁଅ ଅନୁଷ୍ଠାନ ପ୍ରଭାବିତ ହୋଇଛି।...

ଶ୍ରୀମନ୍ଦିରରେ ନୃସିଂହ ଜନ୍ମ ନୀତି

ପୁରୀ ଅଫିସ,୧୮ା୫: ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଅବତାରୀ। ତାଙ୍କଠାରୁ ସବୁ ଅବତାର ଆବିର୍ଭୂତ ହୋଇ ଯୁଗେ ଯୁଗେ ବିବିଧ ଲୀଳାମାନ ବିସ୍ତାର କରି ପୁନଶ୍ଚ ତାଙ୍କରିଠାରେ ଲୀନ ହୋଇଥାନ୍ତି ବୋଲି ସ୍କନ୍ଦ ପୁରାଣରେ ଉଲ୍ଲେଖ ରହିଛି। ସେହି ସ୍ମୃତିରେ ପ୍ରତିବର୍ଷ...

କାର୍ଯ୍ୟସ୍ଥଳରେ ବିଦ୍ୟୁତ୍‌ ଠିକା ମିସ୍ତ୍ରି ଜଳିଯିବା ଘଟଣା: ୧୦ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା

ଭୁବନେଶ୍ୱର,୧୮ା୫(ବ୍ୟୁରୋ): କାର୍ଯ୍ୟସ୍ଥଳରେ ୧୧ କେଭି ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ବୁଧବାର ଅପରାହ୍ନରେ ଜଳିଯାଇଥିଲେ ଠିକା ମିସ୍ତ୍ରି ମୟୂରଭଞ୍ଜ ଜିଲା ଭିଜିଡିହି ଗ୍ରାମର ବାଗଇ ମୁର୍ମୁ ଓରଫ ମଟକା (୨୨)। ସେସୁ ଭୁବନେଶ୍ୱର ସିଟି ଡିଭିଜନ-୧ ଅଧୀନ ସତ୍ୟନଗର ବିଦ୍ୟୁତ୍‌ କାର୍ଯ୍ୟାଳୟ...

ନନ୍ଦନକାନନର ଘଡ଼ିଆଳ କୁମ୍ଭୀର ଯିବ ଭିତରକନିକା

ବାରଙ୍ଗ,୧୮ା୫(ଡି.ଏନ୍‌.ଏ.): ପ୍ରାଣୀ ଉଦ୍ୟାନ ନନ୍ଦନକାନନରୁ ଘଡିଆଳ କୁମ୍ଭୀର ଭିତରକନିକାକୁ ଯିବ। ନନ୍ଦନକାନନରେ ଘଡିଆଳ କୁମ୍ଭୀରମାନଙ୍କ ସଂଖ୍ୟା ବୃଦ୍ଧିପାଇବାରେ ଲାଗିଛି। ଫଳରେ ଏମାନଙ୍କ ବାସସ୍ଥାନ, ଖାଦ୍ୟ ଓ ସୁରକ୍ଷା ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଘଡିଆଳ କୁମ୍ଭୀରଙ୍କ ସୁରକ୍ଷା ଓ...

ଆର୍ଥିକ ମେରୁଦଣ୍ଡ ଦୋହଲାଉଛି ପ୍ରାକୃତିକ ବିପର୍ଯ୍ୟୟ: ୬ ବର୍ଷରେ ୧୮ ହଜାର କୋଟି କ୍ଷତି

ଭୁବନେଶ୍ୱର,୧୮ା୫(ବ୍ୟୁରୋ): ପ୍ରାକୃତିକ ବିପତ୍ତିର ପ୍ରଚଣ୍ଡ ପ୍ରହାର ରାଜ୍ୟ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଉଛି। ଗୋଟିଏ ପରେ ଗୋଟିଏ ବିପର୍ଯ୍ୟୟ ବ୍ୟକ୍ତିଗତ ଓ ସାମଗ୍ରିକ ବିକାଶ କ୍ଷେତ୍ରରେ ଏକ ବିରାଟ ଅନ୍ତରାୟ ସୃଷ୍ଟି କରୁଛି। କେବଳ ବାତ୍ୟା ନୁହେଁ ମରୁଡି ମଧ୍ୟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri