ରାଜ୍ୟ

ଅବକାରୀ ବିଭାଗ ଓ ପୋଲିସ ପକ୍ଷରୁ ମିଳିତ ଚଢାଉ: ୧୮୦୦ ଲିଟର ପୋଚ ନଷ୍ଟ

ଭୁବନ,୧୭।୫(ଡି.ଏନ.ଏ.)-ଢେଙ୍କାନାଳ ଜିଲା ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଭାବେ ଶୁକ୍ରବାର ଭୁବନ ଅଞ୍ଚଳରେ ଚଢ଼ାଉ କରାଯାଇ ୧୮୦୦ ଲିଟର ମହୁଲ ପୋଚ ସହ ସମସ୍ତ ମଦ ରନ୍ଧା ସରଞ୍ଜାମ ନଷ୍ଟ କରାଯାଇଛି। ଢେଙ୍କାନାଳ ଏସ୍‌ପି ଅନୁପମା ଜେମ୍ସ...

ଠାକୁରଗଡ଼ ଅଞ୍ଚଳରେ ଝଡ଼ତୋଫାନ, ଗଛ ପଡ଼ି ରାସ୍ତା ଅବରୋଧ

ବଇଣ୍ଡା,୧୭।୫(ଡି.ଏନ.ଏ.)-ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ତଥା ଆଖପାଖ ଅଞ୍ଚଳରେ ଗୁରୁବାର ସାରେ ଝଡ଼ତୋଫାନ ସହ ପ୍ରବଳ ବର୍ଷା ହୋଇଥିଲା। ଫଳରେ ଠାକୁରଗଡ଼ ମଇମୁରା ରାସ୍ତାର ଶିବ ମନ୍ଦିର ନିକଟରେ ଥିବା ଏକ ଆମ୍ବଗଛ ଭାଙ୍ଗିଯିବାରୁ ଠାକୁରଗଡ଼-ମଇମୁରାକୁ ଯୋଗଯୋଗ ବିଚ୍ଛିନ୍ନ ହୋଇପଡ଼ିଥିଲା। ଶୁକ୍ରବାର...

ଥାନା ନିକଟରୁ ବାଇକ ଚୋରି

ବଇଣ୍ଡା,୧୭।୫(ଡି.ଏନ.ଏ.)-ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା ନିକଟସ୍ଥ ଲକ୍ଷ୍ମୀବଜାର ନିକଟରୁ ଶୁକ୍ରବାର ସକାଳେ ଏକ ବାଇକ (ନଂ.ଓଆର୧୯ଜେ୨୧୬୯) ଚୋରି ହୋଇଯାଇଛି। ଏ ନେଇ ବାଇକ ଚାଳକ ସାନହୁଲା ଗ୍ରାମର ବୁଲେଟ ବିହାରୀ ସାହୁ ଥାନାରେ ଅଭିଯୋଗ କରିଛନ୍ତି। ବୁଲେଟ ସକାଳେ ଠାକୁରଗଡ଼...

ବାତ୍ୟା ପରେ ବିଗୁଡୁଛି ପରିମଳ ବ୍ୟବସ୍ଥା: କୋମାରେ ଗାଁ କଲ୍ୟାଣ ସମିତି

ବ୍ରହ୍ମଗିରି, ୧୭ା୫(ଡି.ଏନ୍‌.ଏ.)-ପ୍ରଳୟଙ୍କରୀ ବାତ୍ୟା ଫନୀ ପୁରୀ ଜିଲାରେ ତାଣ୍ଡବ ରଚିଛି। ଏଥିରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ବ୍ରହ୍ମଗିରି ବ୍ଲକ। ବାତ୍ୟା ପରେ ବିଗୁଡୁଛି ଗାଁ ପରିମଳ ବ୍ୟବସ୍ଥା। ଗାଁ ଚାରିପଟେ ଗଦାହୋଇଛି କୁଢ କୁଢ ଆବର୍ଜନା। ପରିବେଷ ଏବେ...

ଶାନ୍ତିଶୃଙ୍ଖଳାରେ ସାନି ମତଦାନ ଲାଗି ପୂର୍ବାଞ୍ଚଳ ଡିଆଇଜିଙ୍କୁ ଭେଟିଲେ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

ବାଲେଶ୍ୱର ଅଫିସ,୧୭।୫: ବାଲେଶ୍ୱର ଜିଲା ଜଳେଶ୍ୱର ବିଧାନସଭା ନିର୍ବାଚନମଣ୍ଡଳୀର ୧୮୭ ଓ ୧୮୯ ନମ୍ବର ବୁଥ୍‌ରେ ମତଦାନରେ ଅନିୟମିତତା ହୋଇଥିବା କଂଗ୍ରେସ ପକ୍ଷରୁ ଜିଲା ନିର୍ବାଚନ ଅଧିକାରୀ ରମେଶ ଚନ୍ଦ୍ର ରାଉତଙ୍କ ନିକଟରେ ଗତ ଏପ୍ରିଲ ୩୦ ତାରିଖରେ ଅଭିଯୋଗ...

ଭଦ୍ରକରେ ଅନ୍ତର୍ଜାତୀୟ ମାନବାଧିକାର ସମିତିର ରାଜ୍ୟ ସଭାପତି: ଗେଷ୍ଟ ହାଉସ୍‌ରୁ ୨ ମୃତଦେହ ଉଦ୍ଧାର ଘଟଣାର ନିରପେକ୍ଷ ତଦନ୍ତ ଦାବି

ଭଦ୍ରକ ଅଫିସ, ୧୭।୫ : ଶୁକ୍ରବାର ଅନ୍ତର୍ଜାତୀୟ ମାନବାଧିକାର ସମିତିର ରାଜ୍ୟ ସଭାପତି ସସ୍ମିତା ଦାସ ଭଦ୍ରକ ଗସ୍ତରେ ଆସି ସାଳନ୍ଦୀ ଗେଷ୍ଟହାଉସ୍‌ରୁ ୨ ମୃତଦେହ ଉଦ୍ଧାର ଘଟଣାର ତଦନ୍ତ କରି ଫେରିଛନ୍ତି। ସେ ଜିଲାପାଳ ଜ୍ଞାନରଞ୍ଜନ ଦାସଙ୍କୁ ଭେଟି...

ଫନୀରେ ଧ୍ୱସ୍ତ ବିଧ୍ୱସ୍ତ ରତ୍ନବଟ ଆଶ୍ରମ: ଆଜି ପ୍ରାଚୀ ଉପତ୍ୟକାରେ ବାରଗାଦି ମେଳଣ

କାକଟପୁର, ୧୭।୫(ଡି.ଏନ୍‌.ଏ.):ପବିତ୍ର ବୁଦ୍ଧ ପୂର୍ଣ୍ଣମୀ ଅର୍ଥାତ୍‌ ବୈଶାଖ ପୂର୍ଣ୍ଣୀମାରେ ଶନିବାର କାକଟପୁରର ରତ୍ନବଟ ଆଶ୍ରମରେ ଅନୁଷ୍ଠିତ ହେବ ବାରଗାଦି ମେଳଣ। ଦିନକ ପାଇଁ ଉତ୍ସବ ମୁଖର ହୋଇପଡ଼ିବ ରତ୍ନବଟ ଆଶ୍ରମ। ମାତ୍ର ଫନୀର ତାଣ୍ଡବରେ ରତ୍ନବଟ ଆଶ୍ରମର ବୃକ୍ଷରାଜୀ ଧ୍ୱସ୍ତ...

ଧରିତ୍ରୀ ପ୍ରଭାବ: ଫନୀ ପ୍ରଭାବିତ ଅଞ୍ଚଳରେ ଘରଭଙ୍ଗା ସର୍ଭେ, ବିପନ୍ନଙ୍କ ଭଙ୍ଗାଘରର ଜିଓ ଟ୍ୟାଗ୍‌ ବାଧ୍ୟତାମୂଳକ

କଟକ ସଦର,୧୭।୫(ଡି.ଏନ୍‌.ଏ.): ବାତ୍ୟା ‘ଫନୀ’ ପ୍ରଭାବରେ ଗୃହଶୂନ୍ୟ ବ୍ୟକ୍ତିମାନଙ୍କୁ ପକ୍କାଘର ଯୋଗାଇ ଦେବା ଲାଗି ରାଜ୍ୟ ସରକାର ଘୋଷଣା କରିବା ପରେ ନ୍ୟସ୍ତ ସ୍ବାର୍ଥ ବ୍ୟକ୍ତିଙ୍କର ତତ୍ପରତା ବୃଦ୍ଧି ପାଇଥିଲା। ଏ ସମ୍ପର୍କରେ ୧୬।୫।୧୯ରେ ଧରିତ୍ରୀର ଭୁବନେଶ୍ୱର ସଂସ୍କରଣର ଫନୀ...

କଟକ କେନ୍ଦ୍ରାଞ୍ଚଳ ଗୋଇନ୍ଦା ବିଭାଗର ଚଢ଼ାଉ: ୫୩ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ, ଅଭିଯୁକ୍ତ ଗିରଫ

କଟକ ରୋଡ୍‌,୧୭।୫(ଡି.ଏନ୍‌.ଏ.): କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗ ଶୁକ୍ରବାର ରାଜଧାନୀର ମଞ୍ଚେଶ୍ୱର ଥାନା ଅଞ୍ଚଳରେ ଚଢ଼ାଉ କରି ଜଣେ ବ୍ରାଉନସୁଗାର ବ୍ୟବସାୟୀଙ୍କୁ ଗିରଫ କରିଛି। ଅଭିଯୁକ୍ତଜଣଙ୍କ ହେଲେ ଉକ୍ତ ଥାନା ଅଧୀନ କଳାରାହାଙ୍ଗ ଗ୍ରାମର କୃଷ୍ଣଚନ୍ଦ୍ର ନାଥ। ତାଙ୍କଠାରୁ...

ବଦଳୁଛି ପାଣିପାଗ: ପ୍ରଚଣ୍ଡ ଖରା ସତ୍ତ୍ୱେ ବାବୁବାଲି ଦ୍ୱୀପରେ ଚାଲିଛି କଇଁଛଙ୍କ ଗଣ ଅଣ୍ଡାଦାନ

ରାଜନଗର,୧୭।୫(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ବଙ୍ଗୋପସାଗର ମଧ୍ୟରେ ଥିବା ବିଶ୍ୱ ପ୍ରସିଦ୍ଧ ଅଲିଭ୍‌ ରିଡଲେ କଇଁଛଙ୍କ ଅନ୍ତୁଡ଼ିଶାଳ ବାବୁବାଲି ଦ୍ୱୀପରେ ଗତ ଦୁଇ ଦିନ ଧରି ୫୦ଟି ମା’ କଇଁଛ ସମୂହ ଅଣ୍ଡାଦାନ କରୁଛନ୍ତି। କଇଁଛ ସୁରକ୍ଷା ଦାୟିତ୍ୱରେ...

କଣ୍ଟାପଡା, ନିଆଳି ବ୍ଲକ ସମ୍ପୂର୍ଣ୍ଣ ବାତ୍ୟା ପ୍ରଭାବିତ ନେଇ ଘୋଷଣା: ରାଶନ କାର୍ଡ ନ ଥିବା ବିପନ୍ନଙ୍କୁ ମିଳିବ ୫୦ କିଲୋ ଚାଉଳ

କଣ୍ଟାପଡା,୧୭।୫(ଡି.ଏନ୍‌.ଏ.): ଜନପ୍ରତିନିଧିଙ୍କ ଆନ୍ଦୋଳନ ଓ ସ୍ଥାନୀୟ ବାତ୍ୟା ପ୍ରଭାବିତଙ୍କ ଦାବି ପରେ ଗୁରୁବାର ରାଜ୍ୟସରକାରଙ୍କ ସ୍ବତନ୍ତ୍ର ରିଲିଫ କମିଶନର କଣ୍ଟାପଡା ଓ ନିଆଳି ବ୍ଲକକୁ ସମ୍ପୂର୍ଣ୍ଣ ଫନୀ ପ୍ରଭାବିତ ବୋଲି ଘୋଷଣା କରିଛନ୍ତି। ଉଭୟ ବ୍ଲକର ବାତ୍ୟା ପ୍ରଭାବିତଙ୍କୁ ରିଲିଫ...

ବାତ୍ୟା ବାହାନା:ଦରଦାମ୍‌ ଆକାଶଛୁଆଁ

ଭୁବନେଶ୍ୱର,୧୭।୫(ବ୍ୟୁରୋ):ବାତ୍ୟା ‘ଫନୀ’ ପୁରୀ ଓ ଭୁବନେଶ୍ୱର ସହରକୁ ଉଜାଡି ଦେଇଛି। ଭାଙ୍ଗିଦେଇଛି ଲୋକଙ୍କ ଆର୍ଥିକ ମେରୁଦଣ୍ଡ। ବାତ୍ୟା ଯିବାର ୧୪ ଦିନ ପରେ ମଧ୍ୟ ଅଣ୍ଟା ସଳଖି ପାରିନାହାନ୍ତି ଖୋର୍ଦ୍ଧା, କଟକ, ପୁରୀ ଜିଲାର ଜନସାଧାରଣ। ବିଦ୍ୟୁତ୍‌ ଓ ପାଣି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri