ରାଜ୍ୟ

ପୁରୀରେ ଚାପଖେଳବେଳେ ବାଣ ବିସ୍ଫୋରଣ: ମୃତ୍ୟୁସଂଖ୍ୟା ୨କୁ ବୃଦ୍ଧି

ପୁରୀ,୩୦।୫: ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ଚାପଖେଳବେଳେ ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏପର୍ଯ୍ୟନ୍ତ ଏହି ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଘଟଣାରେ ୩୦ରୁ ଉର୍ଦ୍ଧ ଆହତ ହୋଇଥିବାବେଳେ ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।...

ବିଜେଡି ପାଇଁ କାମ କରିବା କୁଟ୍ଟେ, ଆଶିଷ ସିଂଙ୍କ ପୁରୁଣା ଅଭ୍ୟାସ: ଭାଜପା

ଭୁବନେଶ୍ୱର, ୩୦।୫(ସୁନିତ୍‌ ମିଶ୍ର)ପୋଲିସ ବିଭାଗରେ ଉଚ୍ଚପଦସ୍ଥ ଅଧିକାରୀଭାବେ ଅବସ୍ଥାପିତ ଡି.ଏସ୍‌. କୁଟ୍ଟେ ଓ ଆଶିଷ ସିଂ ବିଜେଡିର ଚାମଚାଗିରି କରୁଛନ୍ତି ବୋଲି ଭାଜପା ବାରମ୍ବାର ଓଡ଼ିଶାବାସୀଙ୍କୁ ଅବଗତ କରାଇଛି। ଏହା ହେଉଛି ଏହି ୨ ପୋଲିସ ଅଧିକାରୀଙ୍କ ପୁରୁଣା ଅଭ୍ୟାସ।...

ଏଠି ଗୁମାସ୍ତାଗିରି ଶାସନ ଚାଲିଛି: ଧର୍ମେନ୍ଦ୍ର

ଅସ୍ତରଙ୍ଗ,୩୦ା୫(ମମତା ଜେନା)ପୁରୀ ଜିଲା ଅସ୍ତରଙ୍ଗ ବ୍ଲକ ପଡ଼ିଆରେ ବୁଧବାର ଆୟୋଜିତ ଭାଜପାର ବିଜୟ ସଂକଳ୍ପ ସମାବେଶରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶାସକ ଦଳ ଉପରେ ଗର୍ଜିଛନ୍ତି। ସେ କହିଛନ୍ତି, କାକଟପୁର ନିର୍ବାଚନମଣ୍ଡଳୀ ସ୍ବାଭିମାନର ମାଟି,...

ହଜିବାକୁ ବସିଛି କଳାହାଣ୍ଡିର ହାବସପୁରୀ ପାଟଶାଢ଼ି

ଭବାନୀପାଟଣା,୩୦ା୫(ଉତ୍ତମ କୁମାର ଦାଶ)କଳାହାଣ୍ଡି ହାବସପୁରୀ ପାଟଶାଢ଼ିର କମକୁଟ ପରିପାଟୀ ମହିଳାମାନଙ୍କୁ ଆକର୍ଷିତ କରିଥାଏ। ହେଲେ ସରକାରୀ ସହାୟତା ଓ ପ୍ରୋତ୍ସାହନ ଅଭାବରୁ ବିଭିନ୍ନ ସମୟରେ ବିଶ୍ବ ଦରବାରରେ ନିଜର ଏକ ନିଆରା ଛାପ ସୃଷ୍ଟି କରିଥିବା ହାବସପୁରୀ ପାଟଶାଢ଼ି ହଜିବାକୁ...

ପରିବା ବ୍ୟବସାୟୀଙ୍କ ଝିଅ ବିଶ୍ୱବିଦ୍ୟାଳୟ ଟପ୍ପର

ପାଟଣା,୩୦ା୫(ବୀର କିଶୋର ଦାଶ)କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ କ୍ଷୀରେଇ ଟାଙ୍ଗିରିସ୍ଥିତ ବିଶ୍ୱବିନାୟକ ଡିଗ୍ରୀ କଲେଜର ଛାତ୍ରୀ ନମ୍ରତା ବେହେରା କମ୍ପ୍ୟୁଟର ସାଇନ୍ସରେ ଶ୍ରୀରାମଚନ୍ଦ୍ର ଭଞ୍ଜ ବିଶ୍ୱବିଦ୍ୟାଳୟରେ ଟପ୍ପର ହୋଇଛନ୍ତି। ସେ ମୋଟ ୧୪୦୦ ରୁ ୧୨୧୯ ନମ୍ବର ଯଥା ୮୭...

ସୁଜାତା କାର୍ତ୍ତିକେୟନ୍‌ଙ୍କୁ ରାଜ୍ୟରୁ ଅପସାରଣ କରିବାକୁ ଭାଜପାର ଦାବି

ଭୁବନେଶ୍ୱର, ୩୦।୫(ସୁନିତ୍‌ ମିଶ୍ର)ଆଇଏଏସ୍‌ ଅଫିସର ସୁଜାତା କାର୍ତ୍ତିକେୟନ୍‌ଙ୍କ ବିରୋଧରେ ମୁଖ୍ୟ ନିର୍ବାଚନ କମିଶନର(ସିଇସି)ଙ୍କ ନିକଟରେ ଭାଜପାର ଏକ ପ୍ରତିନିଧି ଦଳ ଫେରାଦ ହୋଇଛି। ମୁକ୍ତ ଅବାଧ ନିର୍ବାଚନ ପ୍ରକ୍ରିୟାରେ ସୁଜାତା ହସ୍ତକ୍ଷେପ କରିବା ଓ ରାଜ୍ୟରେ ନିର୍ବାଚନୀ ହିଂସାକୁ ଉସୁକାଇବା...

ଭାଜପା ରୋଡ୍‌ ଶୋ’ରେ ବ୍ୟବହୃତ ବାଣରୁ ଅଗ୍ନିକାଣ୍ଡ

ବିଞ୍ଝାରପୁର,୩୦ା୫(ରାମକୃଷ୍ଣ ଦାସ):ଭାଜପା ରୋଡ୍‌ ଶୋ’ରେ ବ୍ୟବହୃତ ବାଣରୁ ବିଞ୍ଝାରପୁର ଥାନା ଛକରେ ବୁଧବାର ମଧ୍ୟାହ୍ନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ଥାନାଛକର ଏକ କାଠ ତିଆରି ସାମଗ୍ରୀ ଦୋକାନ ସମୂର୍ଣ୍ଣ ଜଳିପୋଡି ଭସ୍ମ ହୋଇଯାଇଛି। ସୂଚନା ମୁତାବକ, ମାଇଁନ୍ଦା ଛକରୁ...

ନିର୍ବାଚନ ପରେ ଭାଜପା-ବିଜେଡି ପୁଣି ଏକାଠି ହୋଇଯିବେ: ଖାର୍ଗେ

ବାଲେଶ୍ୱର, ୩୦।୫(ମାନସ ବିଶ୍ୱାଳ)ଭାଜପା ଯାହା ଚାହୁଁଛି ବିଜେଡି ତାକୁ ସମର୍ଥନ କରୁଛି। ଏବେ ପରସ୍ପର ଅଲଗା ଅଲଗା ଅଛନ୍ତି। ମାତ୍ର ନିର୍ବାଚନ ପରେ ପୁଣି ଭାଜପା-ବିଜେଡି ଏକାଠି ହୋଇଯିବେ ବୋଲି ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି) ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ...

ନବୀନଙ୍କ ସ୍ବାସ୍ଥ୍ୟହାନିରେ ଷଡ଼ଯନ୍ତ୍ର, ଯାଞ୍ଚ ହେବ: ମୋଦି

ବାରିପଦା/ ବାଲେଶ୍ୱର/ କେନ୍ଦ୍ରାପଡ଼ା, ୩୦ା୫(ନୀଳାଦ୍ରି ବିହାରୀ ଦଣ୍ଡପାଟ/ମାନସ ବିଶ୍ୱାଳ/ ଜଗନ୍ନାଥ ଧଳ)ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଯାଇଛି। ଏହା ପଛରେ ଷଡ଼ଯନ୍ତ୍ର ହୋଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ବାରିପଦା ଏବଂ କେନ୍ଦ୍ରାପଡ଼ାରେ ଆୟୋଜିତ ନିର୍ବାଚନୀ ସଭାରେ କହିଛନ୍ତି।...

ମୁଁ ସୁସ୍ଥ, ମିଛ ପ୍ରଚାରର ଯାଞ୍ଚ ପାଇଁ କମିଟି ହେଉ: ନବୀନ

ଭୁବନେଶ୍ୱର,୩୦ା୫(ଅନିଲ ଦାସ)ବାରିପଦାର ଏକ ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଏକ ଯାଞ୍ଚ କମିଟି ଗଠନ କରିବାକୁ କହିଛନ୍ତି। ତେବେ ପ୍ରଧାନମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟର କଡ଼ା ଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ନବୀନ କହିଛନ୍ତି...

ଚାପଖେଳ ବେଳେ ବାଣ ବିସ୍ଫୋରଣ: ୩୦ ଆହତ, ଜଣେ ନାବାଳକର ମୃତ୍ୟୁ

ପୁରୀ/କଟକ,୩୦।୫(ଅଜିତ୍‌ ମହାନ୍ତି/ଶିଳ୍ପୀ ପ୍ରିୟଦର୍ଶିନୀ)ଭଉଁରୀ ଅବସରରେ ବୁଧବାର ରାତିରେ ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ଚାପଖେଳ ଚାଲିଥିବାବେଳେ ଅଭାବନୀୟ ଘଟଣା ଘଟିଛି। ବାଣ ବିସ୍ଫୋରଣ ହେବାରୁ ନିଆଁ ପଡ଼ି ୩୦ରୁ ଅଧିକ ଭକ୍ତ ଆହତ ହୋଇଛନ୍ତି। ଆହତମାନଙ୍କୁ ପ୍ରଥମେ ପୁରୀ ସଦର ମୁଖ୍ୟ...

ଚନ୍ଦନ ଯାତ୍ରା ସମୟରେ ନରେନ୍ଦ୍ର ପୋଖରୀରେ ବାଣ ବିସ୍ଫୋରଣ ଘଟଣା : ଉଦ୍‌ବେଗ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୯l୫: ଚନ୍ଦନ ଯାତ୍ରା ସମୟରେ ନରେନ୍ଦ୍ର ପୋଖରୀ ଦେବୀଘାଟରେ ଘଟିଥିବା ଦୁର୍ଭାଗ୍ୟଜନକ ବାଣ ଦୁର୍ଘଟଣାରେ ବହୁ ଲୋକ ଆହତ ହୋଇଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି। ଆହତମାନଙ୍କ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri