ରାଜ୍ୟ

ଟ୍ରକ ଧକ୍କାରେ ବାପପୁଅ ମୃତ, ମୃତ୍ୟୁ ଖବର ଶୁଣି ସାନଭାଇ ହୃଦ୍‌ଘାତରେ ମୃତ

କେନ୍ଦୁଝର,୨୩।୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଘଟଗାଁ ଥାନା ଅଧୀନ ୨୦ ନମ୍ବର ଜାତୀୟ ରାଜପଥ ପିପିଳିଆ ଛକରେ ଶୁକ୍ରବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଲୁହାରଡ଼ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଏକ ସ୍କୁଟିକୁ ପଛପଟୁ ଧକ୍କା...

ଶ୍ରୀମନ୍ଦିର ନିକଟ କପାଳମୋଚନ ମନ୍ଦିରରୁ ଚୋରି

ପୁରୀ,୨୩ା୨: ଦୁର୍ବୃତ୍ତମାନେ ଠାକୁରଙ୍କୁ ବି ଛାଡୁନାହାନ୍ତି। ଶ୍ରୀମନ୍ଦିର ନିକଟ କପାଳମୋଚନ ମନ୍ଦିରରୁ ଦୁର୍ବୃତ୍ତମାନେ ଅଢ଼େଇ ଫୁଟ ଉଚ୍ଚର ଏକ ବିରଳ ପଥର ମୂର୍ତ୍ତି ଚୋରି କରି ନେଇଯାଇଛନ୍ତି। ଗୁରୁବାର ରାତିରେ ମନ୍ଦିର ଗ୍ରୀଲ୍‌ ଭାଙ୍ଗି ମୂର୍ତ୍ତି ଚୋରି କରିନେଇଛନ୍ତି। ଶ୍ରୀମନ୍ଦିରଠାରୁ...

କ୍ୟାବିନେଟ ନିଷ୍ପତ୍ତି: ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ପଦୋନ୍ନତି ସୁବିଧା

ଭୁବନେଶ୍ୱର,୨୩।୨: ସାଧାରଣ ନିର୍ବାଚନ ପୂର୍ବରୁ ପଞ୍ଚାୟତସ୍ତରରେ କାର୍ଯ୍ୟରତ କର୍ମଚାରୀଙ୍କୁ ଖୁସି କରିବାକୁ ରାଜ୍ୟ କ୍ୟାବିନେଟ ଆଜି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଓଡ଼ିଶା ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ (ନିଯୁକ୍ତି ଓ ସେବା ସର୍ତ୍ତାବଳୀ ପ୍ରଣାଳୀ)ର ପୁନର୍ଗଠନକୁ କ୍ୟାବିନେଟ...

ବଡ଼ଚଣା ଦେଖିପାରେ ଅମର ଲଢ଼େଇ

ଚଣ୍ଡିଖୋଲ,୨୩ା୨(ପ୍ରଦୀପ୍ତ କୁମାର ପୃଷ୍ଟି):ଯାଜପୁର ଜିଲାର ବଡ଼ଚଣା ବିଧାନସଭା କ୍ଷେତ୍ରରୁ କିଏ କେଉଁ ଦଳରୁ ଟିକେଟ ପାଇବେ ତାହାକୁ ନେଇ ଅଙ୍କକଷା ଚାଲିଛି। କାରଣ ୩ ପ୍ରମୁଖ ଦଳ ବିଜେଡି, ଭାଜପା ଓ କଂଗ୍ରେସରେ ଆଶାୟୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ସେଥିମଧ୍ୟରୁ...

ଗାଡ଼କଣରେ ଗୃହ ନିର୍ମାଣ: ୧୩୪.୮୫କୋଟିର ଟେଣ୍ଡରକୁ ମଞ୍ଜୁରୀ

ଭୁବନେଶ୍ୱର,୨୩।୨: ଓଡ଼ିଶା ରାଜ୍ୟ ହାଉସିଂ ବୋର୍ଡ ଦ୍ୱାରା ଭୁବନେଶ୍ୱରର ଗାଡ଼କଣ ମୌଜାଠାରେ ସୁଲଭ ମୂଲ୍ୟରେ ଗୃହ ନିର୍ମାଣ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ। ଏହି ପ୍ରକଳ୍ପରେ ମୋଟ ୩୫୧ ଗୃହ ନିର୍ମାଣ ହେବ। ସେଥିରେ ୨୧୬ଟି ମଧ୍ୟମ ଆୟକାରୀ ବର୍ଗଙ୍କ ପାଇଁ...

‘ନୂଆ-ଓ’ ବଜେଟ ରାଶି ୩୧୫ କୋଟିକୁ ବଢ଼ିଲା, କ୍ୟାବିନେଟ୍ ନିଷ୍ପତି

ଭୁବନେଶ୍ୱର,୨୩।୨(ଅନିଲ ଦାସ): ଯୁବ ସଶକ୍ତୀକରଣ ପାଇଁ ରାଜ୍ୟ ସରକାର ‘ନୂଆ-ଓ’ ଯୁବ ସଶକ୍ତୀକରଣ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ‘ନୂଆ-ଓ’ ଜିଲା ଉତ୍ସବରେ ଛାତ୍ରୀଛାତ୍ରଙ୍କ ଅଂଶଗ୍ରହଣ ବଢ଼ାଇବା ଏବଂ ସେମାନଙ୍କ ପାଇଁ ‘ନୂଆ-ଓ’ ଛାତ୍ରବୃତ୍ତି ପ୍ରଦାନ ଲାଗି ବଜେଟ ପରିମାଣକୁ ୩୧୫...

ନିଯୁକ୍ତି ପାଇଲେ ୫୭୬ ହିନ୍ଦୀ, ସଂସ୍କୃତ ଶିକ୍ଷକ, ପିଲାଙ୍କ ପାଇଁ ଆଦର୍ଶ ସୃଷ୍ଟି କରିବାକୁ ଶିକ୍ଷକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର,୨୩।୨(ଅନିଲ ଦାସ): ରାଜ୍ୟର ବିଭିନ୍ନ ସରକାରୀ ହାଇସ୍କୁଲରେ ୫୭୬ ଜଣ ହିନ୍ଦୀ ଓ ସଂସ୍କୃତ ଶିକ୍ଷୟିତ୍ରୀ ଶିକ୍ଷକ ଯୋଗ ଦେଇଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ୩୬୮ ଜଣ ହିନ୍ଦୀ ଓ ୨୦୮ ଜଣ ସଂସ୍କୃତ ଶିକ୍ଷକ। ଏ ନେଇ ମୁଖ୍ୟମନ୍ତ୍ରୀ...

ଆଜିଠୁ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି, ମାର୍ଚ୍ଚ ୨୦ ତାରିଖ ସୁଦ୍ଧା ସରିବ କାମ

କଟକ,୨୩।୨(କାର୍ତ୍ତିକ ସାହୁ): ଭାରତୀୟ ପ୍ରତ୍ନତତ୍ତ୍ୱ ଗବେଷଣା ସଂସ୍ଥା (ଏଏସ୍‌ଆଇ) ପୁରୀ ଶ୍ରୀମନ୍ଦିର ନାଟମଣ୍ଡପର ମରାମତି କାର୍ଯ୍ୟ ଆସନ୍ତା ମାର୍ଚ୍ଚ ୨୦ ତାରିଖ ସୁଦ୍ଧା ଶେଷ କରିବ। ଏହି ସମୟ ମଧ୍ୟରେ କାମ ସମ୍ପୂର୍ଣ୍ଣ କରାଯାଇ ଶ୍ରୀମନ୍ଦିର ପ୍ରଶାସନକୁ ଦାୟିତ୍ୱ ହସ୍ତାନ୍ତର...

ସ୍କୁଲ ଯାଇ ନିଖୋଜ ହୋଇଯାଇଥିଲେ ୨ ନାବାଳିକା ଛାତ୍ରୀ: ହେଲେ ଉଦ୍ଧାର

କଟକ,୨୨ା୨(କାର୍ତ୍ତିକ ସାହୁ): ବିଳାସପୁର ପୋଲିସର ସୂଚନା କ୍ରମେ କଟକ ଆର୍‌ପିଏଫ୍‌ ୨ନିଖୋଜ ନାବାଳିକାଙ୍କୁ ଉଦ୍ଧାର କରିଛି।ସୂଚନା ଅନୁସାରେ, ୨୧ତାରିଖରେ ନାବାଳିକାଦ୍ୱୟ ସ୍କୁଲକୁ ଯାଇ କେଉଁଆଡ଼େ ନିଖୋଜ ହୋଇଯାଇଥିଲେ। ଏନେଇ ବିଳାସପୁର ଜିଲା ସରକଣ୍ଡା ଥାନାରେ ଏକ ମାମଲା(ନଂ.୨୫୨/୨୦୨୪) ରୁଜୁ ହୋଇଥିଲା।...

ଆସନ୍ତାକାଲିଠୁ ବର୍ଷା, ଏହି ସବୁ ଜିଲାରେ ବର୍ଷିବ

ଭୁବନେଶ୍ୱର,୨୨।୨: ରାଜ୍ୟରେ ଆଜି ୧୮ଟି ସହରର ସର୍ବୋଚ୍ଚ ଦିନ ତାପମାତ୍ରା ୩୫ ଡିଗ୍ରୀରୁ ଅଧିକ ରେକର୍ଡ କରାଯାଇଛି। ସୋନପୁର ହୋଇଛି ସବୁଠୁ ଉତ୍ତପ୍ତ ସହର ରହିଛି। ଏଠାରେ ଆଜି ସର୍ବୋଚ୍ଚ ଦିନ ତାପମାତ୍ରା ୩୬.୩ ଡିଗ୍ରୀ ସେଲ୍ସିୟସ ରେକର୍ଡ କରାଯାଇଛି...

ଫିଲ୍ମ ‘12th Fail’କୁ ଟିକସମୁକ୍ତ କଲେ ରାଜ୍ୟ ସରକାର

ଭୁବନେଶ୍ୱର,୨୨।୨: ହିନ୍ଦୀ ଫିଲ୍ମ ‘12th Fail’ ରାଜ୍ୟରେ ଟିକସମୁକ୍ତ ହେବ। ଶିଳ୍ପ ବିଭାଗର ଏହି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ଗୁରୁବାର ମଞ୍ଜୁରୀ ଦେଇଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ,...

ଶ୍ରୀମନ୍ଦିର ନାଟମଣ୍ଡପ ମରାମତି: ମାର୍ଚ୍ଚ ୨୦ ସୁଦ୍ଧା ସମ୍ପୂର୍ଣ୍ଣ ହେବ କାର୍ଯ୍ୟ

କଟକ,୨୨ା୨(କାର୍ତ୍ତିକ ସାହୁ): ଭାରତୀୟ ପ୍ରତ୍ନତତ୍ତ୍ୱ ଗବେଷଣା ସଂସ୍ଥା(ଏଏସ୍‌ଆଇ) ପୁରୀ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାର୍ଯ୍ୟ ମାର୍ଚ୍ଚ ୨୦ ତାରିଖ ସୁଦ୍ଧା ଶେଷ କରି ଶ୍ରୀମନ୍ଦିର ପ୍ରଶାସନକୁ ଦାୟିତ୍ୱ ହସ୍ତାନ୍ତର କରାଯିବ ବୋଲି ଏଏସ୍‌ଆଇ ପୁରୀ ସର୍କଲ୍‌ର ସୁପରିନ୍‌ଟେଣ୍ଡିଂ ଆର୍କିଓଲୋଜିଷ୍ଟ୍‌ ଡ....

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri