ରାଜ୍ୟ

ରାଜ୍ୟ ସଭା ନିର୍ବାଚନ ପାଇଁ ଗୁରୁବାର ପ୍ରକାଶ ପାଇବ ବିଜ୍ଞପ୍ତି, ୧୫ଯାଏ ନାମାଙ୍କନ ଦାଖଲ

ଭୁବନେଶ୍ୱର,୮।୨: ରାଜ୍ୟ ସଭା ନିର୍ବାଚନ ପାଇଁ ଗୁରୁବାର ବିଜ୍ଞପ୍ତି ପ୍ରକାଶ ପାଇବାକୁ ଯାଉଛି । ଆଜିଠାରୁ ଫେବୃଆରୀ ୧୫ଯାଏ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିବେ। ଫେବୃଆରୀ ୧୬ ତାରିଖରେ ନାମାଙ୍କନପତ୍ର ଯାଞ୍ଚ ହେବ । ସେହିପରି ୨୦ ଫେବୃଆରୀ...

ବିଧାନସଭା ବଜେଟ୍‌ ଅଧିବେଶନ: ଆଜି ଆସିବ କାମଚଳା ବଜେଟ୍‌

ଭୁବନେଶ୍ୱର,୮।୨: ଚାଲିଛି ବିଧାନସଭାର ବଜେଟ ଅଧିବେଶନ। ଗୁରୁବାର ଉପସ୍ଥାପନ ହେବ କାମଚଳା ବଜେଟ। ବିଧାନସଭାରେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ସଂଧ୍ୟା ୫ଟା ବେଳେ ବଜେଟ ଉପସ୍ଥାପନ କରିବେ। ତେବେ ଷୋଡଶ ବିଧାନସଭାରେ ଏହା...

କଳାହାଣ୍ଡି: ଗୁରୁତର ରୋଗୀଙ୍କୁ ବାରଣ୍ଡାରେ ଚିକିତ୍ସା

ଭବାନୀପାଟଣା,୮।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ସ୍ବାସ୍ଥ୍ୟ ସେବାକୁ ଗୁରୁତ୍ୱ ଦେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମେଡିକାଲ କଲେଜ ସ୍ଥାପନା କରିବା ସହ ୫-ଟିରେ ଡାକ୍ତରଖାନାଗୁଡିକୁ କୋଟି କୋଟି ଟଙ୍କାରେ ରୂପାନ୍ତର କରାଯାଇଛି। ସେହିପରି ଉନ୍ନତ ମାନର...

ମହାପ୍ରଭୁଙ୍କୁ କ୍ଷମା ପ୍ରାର୍ଥନା କଲେ ଦୈତାରୀ ପଣ୍ଡା

ପୁରୀ, ୮ା୨(ଅଜିତ୍‌ ମହାନ୍ତି)ଯାତ୍ରା ଜଗତର ଜଣାଶୁଣା ଅଭିନେତା ଦୈତାରୀ ପଣ୍ଡା କିଛିଦିନ ତଳେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତୁଳନା କରିଥିଲେ, ଯାହାକୁ ନେଇ ପଣ୍ଡାଙ୍କ ବିରୋଧରେ ସାରା ରାଜ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ପଣ୍ଡା ପୁରୀ...

ଭ୍ୟାଲେଣ୍ଟାଇନ୍‌ ସପ୍ତାହରେ ଅନୁଭବ-ବର୍ଷାଙ୍କ ଛାଡ଼ପତ୍ର; କହିଲେ-‘ଏବେ ଖୁସି ଲାଗି ପ୍ରାର୍ଥନା କରନ୍ତୁ’

ଭୁବନେଶ୍ୱର,୮।୨: ଭ୍ୟାଲେଣ୍ଟାଇନ୍‌ ସପ୍ତାହରେ ଅଲଗା ହୋଇଛନ୍ତି ଓଲିଉଡ୍‌ର ହିଟ୍‌ ଯୋଡ଼ି ଅନୁଭବ-ବର୍ଷା। ଗତ କିଛି ଦିନ ଧରି ସାରା ରାଜ୍ୟରେ ଅଭିନେତା ତଥା ଏମ୍‌ପି ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କ ବିବାହ ବିଚ୍ଛେଦ ମାମଲା ଚର୍ଚ୍ଚାରେ ରହିଥିଲା।...

କାମରେ ଲାଗୁନି ୨ ଥାନାର ନୂତନ କୋଠା

ଖୋର୍ଦ୍ଧା,୮ା୨ (ପ୍ରଭାତ ପାଣିଗ୍ରାହୀ)ଖୋର୍ଦ୍ଧା ବକ୍ସି ଜଗବନ୍ଧୁ ବିଦ୍ୟାଧର ଉଚ୍ଚ ବିଦ୍ୟାଳୟ ଛାତ୍ରାବାସରେ ଚାଲିଛି ଆଦର୍ଶ (ଟାଉନ) ଥାନା। ଅନ୍ୟପଟେ ଟ୍ରାଫିକ ଛକ ନିକଟରେ ଆଦର୍ଶ ଥାନାର ନୂତନ କୋଠା ନିର୍ମାଣ ସରିଛି। ନିର୍ମାଣକୁ ପ୍ରାୟ ଏକ ବର୍ଷ ବିତିଲାଣି। ଅଥଚ...

ଏସ୍‌ସିବି ପରିସରରେ ଜେରକ୍ସ ସୁବିଧା ନାହିଁ

କଟକ,୮ା୨(ଶିଳ୍ପା ପ୍ରିୟଦର୍ଶିନୀ)ଏସ୍‌ସିବି ମେଡିକାଲ ପରିସରରେ ଜେରକ୍ସ ସୁବିଧା ନ ଥିବା ରୋଗୀ ସମ୍ପର୍କୀୟମାନେ ଅଭିଯୋଗ କରିଛନ୍ତି। ଫଳରେ ଜେରକ୍ସ କରିବା ପାଇଁ ସେମାନଙ୍କୁ ମେଡିକାଲ ବାହାରକୁ ଯିବାକୁ ପଡୁଛି। ଏହାକୁ ନେଇ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ତୁରନ୍ତ ମେଡିକାଲ...

ଯୁବକଙ୍କୁ ରାସ୍ତାରେ ନିସ୍ତୁକ ପିଟିଲେ ଏଏସ୍‌ଆଇ

ପିପିଲି, ୮ା୨(ପ୍ରଭାତ ମହାପାତ୍ର/ଦୁର୍ଗାମାଧବ ମିଶ୍ର)ପିପିଲି ପୋଲିସର ଦବଙ୍ଗଗିରି। ଜଣେ ଯୁବକଙ୍କୁ ରାସ୍ତାରେ ନିସ୍ତୁକ ମାଡ଼ ମାରିଲେ ପୋଲିସ ଅଧିକାରୀ। ଏହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ପୋଲିସ ଅଧିକାରୀ ଜଣକ ବାଡ଼ିରେ ଯୁବକଙ୍କ ହାତ ଓ ଗୋଡ଼କୁ ନିସ୍ତୁକ...

ସରକାର ପାଇଛନ୍ତି ୨୮ ନୂଆ ଜିଲା ପ୍ରସ୍ତାବ

ଭୁବନେଶ୍ୱର,୮।୨(ଅନିଲ ଦାସ)ବରଗଡ଼ ଜିଲାର ପଦ୍ମପୁର ନିର୍ବାଚନମଣ୍ଡଳୀକୁ ଜିଲା ଘୋଷଣା କରିବାକୁ ରାଜ୍ୟ ସରକାରଙ୍କ ପ୍ରସ୍ତାବ ଥିବାବେଳେ ରାଜ୍ୟର ଅନ୍ୟାନ୍ୟ ଜିଲାରୁ ମଧ୍ୟ ନୂତନ ଜିଲା ଗଠନ ଦାବି ବଢ଼ିବାରେ ଲାଗିଛି। ୧୫ ଜିଲାରୁ ପଦ୍ମପୁର ସମେତ ୨୮ଟି ନୂଆ ରାଜସ୍ବ...

ଓଡ଼ିଆ ଭାଷା ଗବେଷଣା ପାଇଁ କର୍ପସ ପାଣ୍ଠି

ଭୁବନେଶ୍ୱର,୮।୨(ସୁନିତ୍‌ ମିଶ୍ର)ଓଡ଼ିଆ ଭାଷାରେ ଅନ୍ତର୍ଜାତୀୟ ଓ ଜାତୀୟ ସ୍ତରରେ ଗବେଷଣା ନିମନ୍ତେ ୧୦ କୋଟି ଟଙ୍କା ଅନୁଦାନରେ ଏକ କର୍ପସ ପାଣ୍ଠି ଗଠନ କରାଯିବ। ପୁରୀ ଜିଲା ସତ୍ୟବାଦୀଠାରେ ପ୍ରତିଷ୍ଠିତ ଓଡ଼ିଆ ବିଶ୍ୱବିଦ୍ୟାଳୟ ଜରିଆରେ ଏହା କାର୍ଯ୍ୟକାରୀ ହେବା ନେଇ...

ରଙ୍ଗିନ କୋବିର ଆଦର ବଢୁଛି

ଚମ୍ପୁଆ,୮ା୨(ମହେଶ୍ୱର ଦାସ)କେନ୍ଦୁଝର ଜିଲା ଚମ୍ପୁଆ ଦୈନିକ ବଜାରରେ ଦିନକୁ ଦିନ ରଙ୍ଗିନ କୋବିର ଆଦର ବଢ଼ିବାରେ ଲାଗିଛି। ଏହି କୋବି ବିକ୍ରି କରି ଚାଷୀ ବେଶ ଲାଭବାନ ହୋଇପାରୁଛନ୍ତି। ସାଧାରଣ କୋବିଠାରୁ ଏହି କୋବି ଅଧିକ ସୁଆଦିଆ ଓ ରଙ୍ଗିନ...

ବନ୍ଦ ହୋଇପଡ଼ିଛି ଏଣ୍ଡୋସ୍କୋପି ମେଶିନ

ବ୍ରହ୍ମପୁର,୮ା୨(ସୁବାସ ଚନ୍ଦ୍ର ପାଢ଼ୀ)ରୋଗୀଙ୍କ ଚିକିତ୍ସା ସେବା ନିମନ୍ତେ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଏହାସତ୍ତ୍ୱେ ବି ଏମକେସିଜି ମେଡିକାଳ କଲେଜ ଓ ହସ୍ପିଟାଲରେ ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ଅବହେଳା ପରିଲିଖିତ ହୋଇଛି। ଏହି ହସ୍ପିଟାଲରେ ଏଣ୍ଡୋସ୍କୋପି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri