ରାଜ୍ୟ

ପିକ୍‌ନିକ୍‌ ବସ୍‌ ସହ ଟ୍ରେଲର-ହାଇଓ୍ବା ମୁହାଁମୁହିଁ: ୩୫ ଆହତ, ୫ ଗୁରୁତର

ପରଜଙ୍ଗ,୪ା୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ମହାବିରୋଡ଼ ଥାନା ୧୪୯ ନଂ ଜାତୀୟ ରାଜପଥର ଭେଜିଆ ଛକ ନିକଟରେ ଗୁରୁବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି। ଏକ ପିକ୍‌ନିକ୍‌ ବସ୍‌ ସହିତ ଟ୍ରେଲର ଓ ହାଇଓ୍ବାର ମୁହାଁମୁହିଁ ଧକ୍କା ହୋଇଛି। ଫଳରେ...

ତେଲ ଟ୍ୟାଙ୍କର-ଟ୍ରକ୍‌ ମୁହାଁମୁହିଁ: ଜିଅନ୍ତା ଜଳିଗଲେ ଡ୍ରାଇଭର

ବାରିପଦା,୪ା୧: ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଘାଟି ଉପରେ ଗୁରୁବାର ସକାଳୁ ଏକ ତେଲ ଟ୍ୟାଙ୍କର ସହ ଟ୍ରକ୍‌ର ମୁହାଁମୁହିଁ ଧକ୍କା ହେବାରୁ ଟ୍ୟାଙ୍କର ଡ୍ରାଇଭର ଜିଅନ୍ତା ଜଳିଯାଇଛନ୍ତି। ଟ୍ରକ୍‌ ଡ୍ରାଇଭର ଟ୍ରକ୍‌ ତଳେ ଚାପି ହୋଇରହିଛନ୍ତି। ଅଗ୍ନିଶମ ବିଭାଗ କର୍ମଚାରୀମାନେ...

ଓଡ଼ିଶାରେ କରୋନାର ନୂଆ ଭାରିଆଣ୍ଟ

ଭୁବନେଶ୍ୱର,୪ା୧: ରାଜ୍ୟରେ ଗୁରୁବାର କରୋନାର ନୂଆ ଭାରିଆଣ୍ଟ ଚିହ୍ନଟ ହୋଇଛି। ଜେଏନ୍‌.୧ ନାମକ ଏକ ଭାରିଆଣ୍ଟ ୨ ରୋଗୀଙ୍କଠାରେ ଚିହ୍ନଟ ହୋଇଛି। ସୁନ୍ଦରଗଡ଼ର ଜଣେ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଆଉ ଜଣେ ଭୁବନେଶ୍ୱରର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିବା...

ନୂଆପଡ଼ା ଜିଲାରେ ବାଘ, ଭାଲୁ ଆତଙ୍କ; ଖାଦ୍ୟ ଅନ୍ବେଷଣରେ ଗାଁ ମୁହାଁ ବନ୍ୟପ୍ରାଣୀ

ନୂଆପଡ଼ା,୪।୧(ମକାରୁ ବେମାଲ): ନୂଆପଡ଼ା ଜିଲାରେ ବାଘ ଓ ଭାଲୁ ଆତଙ୍କ ଲାଗି ରହିଛି। ଫଳରେ ଲୋକଙ୍କ ଜୀବନଯାତ୍ରା ଉପରେ ଏହାର ପ୍ରଭାବ ଦେଖିବାକୁ ମିଳୁଛି। ପ୍ରାତଃଭ୍ରମଣ କରିବା, ଜମିକୁ ଚାଷ କାମ କରିବାକୁ ଯିବା ଲାଗି ଲୋକେ ଭୟ କରୁଛନ୍ତି।...

ଅନ୍ତର୍ଜାତୀୟସ୍ତରରେ ପହଞ୍ଚୁଛି ମାଣ୍ଡିଆ, ଆଦିବାସୀଙ୍କ ପାଖରୁ ଯାଇ ହେଲାଣି ବିଦେଶୀ ସମ୍ଭ୍ରାନ୍ତଙ୍କ ପ୍ରିୟ

ସୁନାବେଡା ୪ା୧(କୃତ୍ତିବାସ ପ୍ରଧାନ): ମାଣ୍ଡିଆ ଏମିତି ଏକ ଶସ୍ୟ ଆଦିବାସୀ ଜନଜାତିଙ୍କୁ ଛାଡିଦେଲେ ବାକି ଅନେକ ଲୋକଙ୍କ କାନକୁ ଏହି ଶବ୍ଦଟି ଖରାପ ଶୁଭୁ ଥିଲା। ଲୋକଙ୍କ ମନରେ ଧାରଣା ଥିଲା ଏହା ଆଦିବାସୀମାନଙ୍କ ଖାଦ୍ୟ। କିନ୍ତୁ ବର୍ତ୍ତମାନ ସମୟରେ...

ଘନକୁହୁଡ଼ିରେ ଭୁବନେଶ୍ୱର ବିମାନବନ୍ଦରରେ ଅବତରଣ କରିପାରିବ ବିମାନ

ଭୁବନେଶ୍ୱର, ୪।୧(ଅସମାପିକା ସାହୁ): ଘନ କୁହୁଡ଼ିରେ ବି ବିମାନ ଅବତରଣ କରିପାରିବ। ପାଇଲଟଙ୍କୁ ରନ୍‌ୱେ ଦୃଶ୍ୟମାନ ହେବ। ଏଥିପାଇଁ ଭୁବନେଶ୍ୱର ବିମାନବନ୍ଦରରେ କାଟାଗୋରୀ-୨ ଭିଜନ ସମ୍ପ୍ରସାରଣ ପାଇଁ କାମ ଚାଲିଥିବା ବିମାନବନ୍ଦର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ଏଥିପାଇଁ ରନ୍‌ୱେରେ ୪୦...

ଆଜିଠୁ ଛାତ୍ରୀଛାତ୍ରଙ୍କୁ ଏନ୍‌ଇଇଟି, ଜେଇଇ କୋଚିଂ; ୮ଟାରୁ ୧୦ଟା କମ୍ବାଇନ୍‌ଡ ୱାର୍ମ ଅପ୍‌ କ୍ଲାସ୍‌

ଭୁବନେଶ୍ୱର, ୪।୧(ଅସମାପିକା ସାହୁ): ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରୀଛାତ୍ରଙ୍କ ମଧ୍ୟରେ ପ୍ରତିଯୋଗିତାମୂଳକ ଦକ୍ଷତା ବୃଦ୍ଧି ପାଇଁ ଗୁରୁବାରଠାରୁ ଏନ୍‌ଇଇଟି ଏବଂ ଜେଇଇ ଆଶାୟୀଙ୍କୁ ଅନ୍‌ଲାଇନ୍‌ କୋଚିଂ ମିଳିବ। ସମ୍ପୂର୍ଣ୍ଣ ରୂପେ...

କେନ୍ଦୁଝରରେ ଅନାହାର ମୃତ୍ୟୁ

କେନ୍ଦୁଝର,୪ା୧(ନରେଶ ଚନ୍ଦ୍ର ପଟ୍ଟନାୟକ/ଦୀପକ ମିଶ୍ର): ଅନାହାରରୁ ମୃତ୍ୟୁ ସହ ସଂଘର୍ଷ କରୁଥିଲେ। ସ୍ଥିତି ଏପରି ହୋଇଥିଲା ଯେ ବିଛଣାରୁ ଉଠିବାକୁ ବଳ ପାଉ ନ ଥିଲା। ୩ ଛୁଆ ମଧ୍ୟ ଖାଦ୍ୟ ଅଭାବରୁ ରୋଗାଗ୍ରସ୍ତ ହୋଇଯାଇଥିଲେ। ଅବଶ୍ୟ ପ୍ରଶାସନ ପକ୍ଷରୁ...

ଗୋପପୁରରେ ଭୟାବହ ଅଗ୍ନିକାଣ୍ଡ: ଘର ସହ ୧୩ ଛେଳି, ୩ ଗୋରୁ ଜୀବନ୍ତ ଦଗ୍ଧ

ନିଶ୍ଚିନ୍ତକୋଇଲି,୪ା୧(ଅଶୋକ କୁମାର ମହାପାତ୍ର): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ବଡ଼କ୍ଷୀର ପଞ୍ଚାୟତ ଗୋପପୁର ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ଗୋଟିଏ ପରିବାରର ଦୁଇ ବଖରା ଗୃହ ସମ୍ପୂର୍ଣ୍ଣ ଭସ୍ମୀଭୂତ ହୋଇଯାଇଛି। ଘରେ ଥିବା ୧୮ଟି ଛେଳି...

ଜଗତ୍‌ସିଂହପୁର ଜିଲା: ଅଚଳ ଶତାଧିକ ଅନୁଷ୍ଠାନ

ଜଗତ୍‌ସିଂହପୁର, ୪ା୧ (ପ୍ରମୋଦ କୁମାର ନାୟକ): ଆବଶ୍ୟକ ବେଳେ ଅନେକ ସଙ୍ଗଠନ, ଅଭିଯାନ, ମଞ୍ଚ, ସମିତି, ପରିଷଦ, ସଂଘ, ଟ୍ରଷ୍ଟ, ମହାସଭା ଓ ୟୁନିୟନ ଆଦି ସୃଷ୍ଟି ହୁଏ। ଏହି ଜରିଆରେ ଆନ୍ଦୋଳନଠାରୁ ଆରମ୍ଭ କରି ଅନେକ ଦାବି ଓ...

କେନ୍ଦ୍ରାପଡ଼ା ଜିଲାରେ ବଢ଼ୁଛି ଚିଙ୍ଗୁଡ଼ି ଘେରି, କମୁଛି ଜଙ୍ଗଲ, ଚାଷ ଜମି

କେନ୍ଦ୍ରାପଡ଼ା, ୪ା୧ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲାରେ ଚିଙ୍ଗୁଡି ଘେରିର ଅହେତୁକ ଭାବେ ବୃଦ୍ଧି ସ୍ଥାନୀୟ ଅଞ୍ଚଳବାସୀ ସହ ପରିବେଶବିତ୍‌ଙ୍କ ଉଦ୍‌ବେଗର କାରଣ ସାଜିଛି। ଜିଲାରେ ମାତ୍ର ୭୨୯ ଚାଷୀ ଚିଙ୍ଗୁଡ଼ି ଘେରି ପାଇଁ ଜିଲା ମତ୍ସ୍ୟ ବିଭାଗରୁ ଅନୁମତି...

୬ରେ ଦଶପଲ୍ଲାକୁ ଗଡ଼ିବ ରେଳ

ନୟାଗଡ଼/ଦଶପଲ୍ଲା,୪।୧ (ଲୋକନାଥ ମିଶ୍ର/ପ୍ରକାଶ କୁମାର ପାଣି): ଜାନୁଆରୀ ୬ରେ ଦଶପଲ୍ଲା ରେଳ ଷ୍ଟେଶନ ଉଦ୍‌ଘାଟନ ହେବ। ଏଥିପାଇଁ ପୂର୍ବତଟ ରେଳ ବିଭାଗର ମହାପ୍ରବନ୍ଧକ ମନୋଜ ଶର୍ମା ନୟାଗଡ଼ ଜିଲାର ଦଶପଲ୍ଲା ଗସ୍ତ କରିଛନ୍ତି। ମହାପ୍ରବନ୍ଧକ ଭୁବନେଶ୍ୱରରୁ ଦଶପଲ୍ଲାକୁ ରେଳ ଇଞ୍ଜିନରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri