ରାଜ୍ୟ

ଡିଜିପି ଦାୟିତ୍ୱରେ ଅରୁଣ ଷଡ଼ଙ୍ଗୀ

ଭୁବନେଶ୍ୱର,୩୦ା୧୨: ବରିଷ୍ଠ ଆଇପିଏସ୍‌ ଅରୁଣ ଷଡ଼ଙ୍ଗୀଙ୍କୁ ଓଡ଼ିଶାର ପୋଲିସ ମହାନିର୍ଦ୍ଦେଶକ (ଡିଜିପି)ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି। ୧୯୯୦ ବ୍ୟାଚ୍‌ର ଆଇପିଏସ୍‌ ଅଫିସର ଅରୁଣଙ୍କୁ ଅତିରିକ୍ତ ଦାୟିତ୍ୱ ନେଇ ଗୃହ ବିଭାଗ ପକ୍ଷରୁ ଶନିବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଅରୁଣ ବିଜୁ...

ନୂଆବର୍ଷ ପୂର୍ବରୁ କର୍ମଚାରୀଙ୍କ ମନରେ ଛନକା: ବିଳମ୍ବରେ ଅଫିସ୍‌ ଆସିଲେ ଦରମା ବନ୍ଦ

ଭୁବନେଶ୍ୱର,୩୦।୧୨: ଏଣିକି ବିଳମ୍ବରେ ଅଫିସ ଆସିଲେ ଦରମା ବନ୍ଦ । ନୂଆବର୍ଷ ପୂର୍ବରୁ ବିଏମ୍‌ସି କର୍ମଚାରୀଙ୍କୁ ତାଗିଦ୍‌ କରି ଏପରି ନିର୍ଦ୍ଦେଶନାମା ଜାରି କରିଛି । ତେବେ ବିଏମ୍‌ସି ମୁଖ୍ୟାଳୟରେ କାମ କରୁଥିବା ସମସ୍ତ କର୍ମଚାରୀ ସକାଳ ୯.୪୫ରୁ ୧୦.୧୫...

ମାନସ ମଙ୍ଗରାଜଙ୍କୁ ସମ୍ବଲପୁର ସଂସଦୀୟ କ୍ଷେତ୍ରର ପର୍ଯ୍ୟବେକ୍ଷକ ଦାୟିତ୍ୱ

ଭୁବନେଶ୍ୱର,୩୦।୧୨: ସମ୍ବଲପୁର ସଂସଦୀୟ କ୍ଷେତ୍ରର ପର୍ଯ୍ୟବେକ୍ଷକ ଭାବେ ଏମ୍‌ପି ମାନସ ମଙ୍ଗରାଜଙ୍କୁ ନିଯୁକ୍ତି ମିଳିଛି । ପୂର୍ବରୁ ସେ ବ୍ରହ୍ମପୁର ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିଲେ। ବର୍ତ୍ତମାନ ତାଙ୍କୁ ସମ୍ବଲପୁର ଦାୟିତ୍ୱ ଦିଆଯାଇଛି। ସେହିପରି ସୌଭାଗ୍ୟ ନାୟକଙ୍କୁ ସମ୍ବଲପୁର ଓ ରେଙ୍ଗାଳି...

ଜବରଦଖଲ ଉଚ୍ଛେଦ, ୧୦ ଏକର ଜମିରେ ଏନ୍‌ଏସି ପୋତିଲା ଲାଲଝଣ୍ଡା

କେସିଙ୍ଗା,୩୦।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏସି ଅଧୀନ ବସ୍‌ଷ୍ଟାଣ୍ଡ ନିକଟ ଜାତୀୟ ରାଜପଥକୁ ଲାଗି ରହିଥିବା ୧୦ ଏକର ଜମି ଜବରଦଖଲମୁକ୍ତ ହୋଇଛି। ଦୀର୍ଘ ୩୦ ବର୍ଷ ଧରି କୁର୍ଲୁପଡା ଗ୍ରାମର କେତେକ ବ୍ୟକ୍ତି ସମ୍ପୃକ୍ତ ଜମିକୁ ଜବରଦଖଲ...

ସମୁଦ୍ରରେ ଓଲଟିଲା ଡଙ୍ଗା: ଚାଲିଗଲା ମତ୍ସ୍ୟଜୀବୀଙ୍କ ଜୀବନ

ଗୋପାଳପୁର,୩୦।୧୨(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ଗୋପାଳପୁର ସମୁଦ୍ରରେ ଶନିବାର ଭୋରରେ ଏକ ଅଘଟଣ ଘଟିଛି l ଏକ ଡଙ୍ଗା ଓଲଟି ଜଣେ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଅଳ୍ପକେ ବଞ୍ଚି ଯାଇଛନ୍ତି। ମୃତକ ହେଲେ ଗୋପାଳପୁର...

ପୂରଣ ହେବ ୩୯୯ ଓସିଏସ୍‌ ପଦବୀ

କଟକ,୩୦ା୧୨(ସୁପ୍ରିୟା ପ୍ରିୟଦର୍ଶିନୀ): ରାଜ୍ୟରେ ଓଡ଼ିଶା ସିଭିଲ ସର୍ଭିସ (ଓସିଏସ୍‌)ର ୩୯୯ ପଦବୀ ଖୁବ୍‌ଶୀଘ୍ର ପୂରଣ ହେବ। ବିଭିନ୍ନ ବିଭାଗରେ ଖାଲି ପଡ଼ିଥିବା ଏହି ପଦବୀ ପାଇଁ ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ନିଯୁକ୍ତି ପରୀକ୍ଷା କରିବ। ଏନେଇ ଶୁକ୍ରବାର ଓପିଏସ୍‌ସି...

ଅତିଶୀଘ୍ର ଭୁଲିହୋଇଗଲାଣି ସୁଦପଡ଼ା

ଭୁବନେଶ୍ୱର, ୩୦।୧୨(ଲାଲା ସୁନୀଲ କୁମାର ରଥ): ଗତ ୬ତାରିଖରେ ଓଡ଼ିଶା, ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗର ୧୦ଜିଲାର ପ୍ରାୟ ୩୦ଟି ସ୍ଥାନରେ ଦେଶୀ ମଦ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଆୟକର(ଇନ୍‌କମ୍‌ ଟ୍ୟାକ୍ସ) ଚଢ଼ାଉ ହୋଇଥିଲା। ଏଥିରେ ବଲାଙ୍ଗୀର ଜିଲାର ସୁଦପଡ଼ା, ଟିଟିଲାଗଡ଼...

ପଦ୍ମପୁର ପାଇଁ ସୃଷ୍ଟି ହେଲା ନୂଆ ଏଡିଏମ୍‌ ପଦବୀ: ଚଭନ କୁନାଲ ମୋତିରାମ ପ୍ରଥମ ଏଡିଏମ୍‌

ଭୁବନେଶ୍ୱର,୨୯।୧୨(ଅନିଲଦାସ)-ବରଗଡ଼ ଜିଲାର ପଦ୍ମପୁର ପାଇଁ ରାଜ୍ୟ ସରକାର ନୂତନ ଆଡିଶ୍‌ନାଲ ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ (ଏଡିଏମ୍‌ ) ପଦବୀ ସୃଷ୍ଟି କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଏହାକୁ ଅନୁମୋଦନ କରିଛନ୍ତି। ପଦ୍ମପୁର କାର୍ଯ୍ୟାଳୟ ପାଇଁ ସୃଷ୍ଟି ହୋଇଥିବା ଏହି ପଦବୀ...

୬ ଆଇପିଏସ୍‌ ଅଫିସରଙ୍କୁ ଡିଆଇଜି ପାହ୍ୟାକୁ ପଦୋନ୍ନତି

ଭୁବନେଶ୍ୱର,୨୯ା୧୨(ଅନିଲଦାସ)-ରାଜ୍ୟ ସରକାର ଶୁକ୍ରବାର ୨୦୧୦ ବ୍ୟାଚ୍‌ର ୬ ଜଣ ଆଇପିଏସ୍‌ ଅଫିସରଙ୍କୁ ଡିଆଇଜି ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି। ସେମାନେ ହେଲେ ଆଶିଷ କୁମାର ସିଂହ, ପାରୁଲ ଗୁପ୍ତା, ମିତ୍ରଭାନୁ ମହାପାତ୍ର, ସାରା ଶର୍ମା, କନୱର ବିଶାଲ ସିଂ ଓ ଶିବା...

ଦିନରେ ବେପାରୀ, ରାତିରେ ଚୋରି: ଟାର୍ଗେଟରେ ତାଲା ପଡ଼ୁଥିବା ଘର

ଭୁବନେଶ୍ୱର,୨୯।୧୨(ସୂର୍ଯ୍ୟକାନ୍ତ ବେହେରା) : ବାହାର ରାଜ୍ୟରୁ ଆସି ବେପାର କରିବା ବାହାନାରେ ଗଢ଼ୁଛନ୍ତି ଅପରାଧୀ ଗ୍ୟାଙ୍ଗ୍‌। ନିଜ ସହଯୋଗୀ ଅପରାଧୀଙ୍କ ସମେତ ଓଡ଼ିଶାର ଅପରାଧୀଙ୍କୁ ମଧ୍ୟ ଗ୍ୟାଙ୍ଗ୍‌ରେ ସାମିଲ କରୁଛନ୍ତି। କେତେବେଳେ କବାଡ଼ିଆ ଦୋକାନୀ ତ ପୁଣି କେତେବେଳେ କମ୍ବଳ...

୧୩ରେ ପହଞ୍ଚିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ନୂଆବର୍ଷ ଲାଗି ସତର୍କ କଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର, ୨୯।୧୨(ଅସମାପିକା ସାହୁ): ରାଜ୍ୟରେ କରୋନା ସଂକ୍ରମଣ ପୁଣି ବ୍ୟାପିବାରେ ଲାଗିଛି। ଟେଷ୍ଟିଂ ତୁଳନାରେ କମ୍‌ ଆକ୍ରାନ୍ତ ଚିହ୍ନଟ ହେଉଥିଲେ ମଧ୍ୟ କ୍ରମାଗତ ଭାବେ ଏହି ସଂଖ୍ୟା ବଢ଼ି ଚାଲିଥିବାରୁ ଚିନ୍ତା ବଢ଼ିଛି। ଗୁରୁବାର ୫୦୦ ନମୁନାର କରୋନା ଟେଷ୍ଟ...

୨୨ ଏକର ଜମିରେ ହୋଇଥିଲା ଗଞ୍ଜେଇ ଚାଷ: ଜାଳିଦେଲା ପୋଲିସ

ଦାରିଙ୍ଗବାଡି,୨୯।୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ପୋଲିସ ପୁଣି ଗଞ୍ଜେଇ ଗଛ ନଷ୍ଟ କରିଛି। ଦାରିଙ୍ଗବାଡ଼ି ଥାନା ଅଧୀନ କିରିକୁଟି ପଞ୍ଚାୟତ ଆଦିବାସୀ ନାହୁ ଏବଂ କିରିକୁଟି ଅଞ୍ଚଳରେ ପ୍ରାୟ ୨୨ ଏକର ଜମିରେ ଗଞ୍ଜେଇ ଚାଷ ହୋଇଥିବା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri