Categories: ଜାତୀୟ

ବନ୍ଦେ ଭାରତ ଏକ୍ସପ୍ରେସର କ୍ୟାଟରିଂ କଣ୍ଟ୍ରାକ୍ଟରଙ୍କୁ ଜରିମାନା

ନୂଆଦିଲ୍ଲୀ,୧୪।୭: ଟ୍ରେନରେ ଦିଆଯାଉଥିବା ଖାଦ୍ୟର ଗୁଣବତ୍ତା ସମ୍ପର୍କରେ ସିଏସଏମଟି-ମଡଗାଓଁ ବନ୍ଦେ ଭାରତ ଏକ୍ସପ୍ରେସର କ୍ୟାଟରିଂ କଣ୍ଟ୍ରାକ୍ଟରଙ୍କ ଉପରେ ଅନେକ ଅଭିଯୋଗ ହୋଇଥିଲା। ଯାହା ପରେ ଭାରତୀୟ ରେଲଓ୍ବ କ୍ୟାଟରିଂ ଆଣ୍ଡ ଟୁରିଜିମ କର୍ପୋରେଶନ୍‌(ଆଇଆରସିଟିସି) ଦ୍ୱାରା ୨୫,୦୦୦ଟଙ୍କା ଜରିମାନା କରାଯାଇଛି।

ନିକଟରେ ଘଟିଥିବା ଏକ ଘଟଣାରେ ରେଳବାଇ ଦ୍ୱାରା ଜଣେ ଯାତ୍ରୀଙ୍କୁ ଦିଆଯାଇଥିବା ଖାଦ୍ୟରେ ମନୁଷ୍ୟ ନଖ ମିଳିଥିବା ବେଳେ ଏହି ଜରିମାନା ଲାଗୁ କରାଯାଇଛି। ଏହା ପରେ ସେ ଏହାର ଭିଡିଓ ରେକର୍ଡ କରି ସୋସିଆଲ ମିଡିଆରେ ଶେୟାର କରାଯାଇଥିଲା। ଯାହା ଭାଇରାଲ ହୋଇଥିଲା।

ଅଭିଯୋଗ ପରେ ଆଇଆରସିଟିସି ଘଟଣାର ଯାଞ୍ଚ କରିଥିଲେ ଏବଂ ଯାତ୍ରୀଙ୍କୁ ସନ୍ତୋଷଜନକ ସେବା ପ୍ରଦାନ କରିବା ପାଇଁ ସ୍ବତନ୍ତ୍ର ପ୍ରୋଟୋକଲ ଲାଗୁ କରାଯାଇଛି। ଏଥିସହ ବନ୍ଦେ ଭାରତ ଏକ୍ସପ୍ରେସରେ ଅନ-ବୋର୍ଡ ଖାଦ୍ୟ ସେବାକୁ ତଦାରଖ କରିବା ପାଇଁ ଜଣେ ଅଧିକାରୀ ନିଯୁକ୍ତ ହୋଇଛନ୍ତି।

Share