Advertisement

ବିବାହ ଭୋଜିରେ ଖାଦ୍ୟ ପରିବେଷଣକାରୀଙ୍କୁ ଦେଖି ଆଶ୍ଚର୍ଯ୍ୟ ହେଲେ ଲୋକେ

ଦେଶରେ ବର୍ତ୍ତମାନ କରୋନା ମହାମାରୀ କାୟା ବିସ୍ତାର କରିଥିବା ବେଳେ ଆନ୍ଧ୍ରପ୍ରଦେଶରେ ଏକ ବିବାହ ଭୋଜିରେ ଏପରି ଏକ ଘଟଣା ଦେଖିବାକୁ ମିଳିଥିଲା ଯାହା ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଆନ୍ଧ୍ରପ୍ରଦେଶରେ ଏକ ଅନନ୍ୟ ବିବାହର ଭିଡିଓ ସୋସିଆଲ ମିଡିଆରେ ଏବେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଏହି ଭାଇରାଲ ଭିଡିଓରେ ୱେଟରମାନଙ୍କୁ ପିପିଇ କିଟ୍‌ରେ ଦେଖିବାକୁ ମିଳିଥିଲା।
ଏହି ବିବାହ ଗତ ୨୨ ଜୁଲାଇରେ ଆନ୍ଧ୍ରପ୍ରଦେଶର କୃଷ୍ଣ ଜିଲାର ମୁଦିନାପାଲ୍ଲୀ ଗ୍ରାମରେ ଅନୁଷ୍ଠିତ ହୋଇଥିଲା। ପ୍ରକୃତପକ୍ଷେ ଏହି ବିବାହର ଆୟୋଜକମାନେ ଖାଦ୍ୟ ଏବଂ ଅନ୍ୟାନ୍ୟ ଜିନିଷ ଯୋଗାଇବା ପାଇଁ ସେମାନଙ୍କ ଅଂଶୀଦାରମାନଙ୍କୁ ପିପିଇ କିଟ୍‌ ପିନ୍ଧିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ବିବାହ ଭୋଜିରେ ପ୍ରାୟ ୨୦୦ ଅତିଥି ଯୋଗ ଦେଇଥିଲେ।
ଖାଦ୍ୟ ପରିବେଷଣ କରୁଥିବା ଲୋକମାନେ ମଧ୍ୟ ପିପିଇ କିଟ୍‌ ପିନ୍ଧିଥିବା ଭିଡିଓରେ ଦେଖିବାକୁ ମିଳିଛି। ଏହା ବ୍ୟତୀତ ଏହି ବିବାହରେ ସାମାଜିକ ଦୂରତା ଉପରେ ବିଶେଷ ଧ୍ୟାନ ଦିଆଯାଇଥିଲା। ଖାଇବା ସମୟରେ ଲୋକମାନେ ପରସ୍ପରଠାରୁ ବହୁ ଦୂରରେ ବସିଥିବାର ମଧ୍ୟ ଦେଖିବାକୁ ମିଳିଛି।
ସୂଚନାଯୋଗ୍ୟ, ଆନ୍ଧ୍ରପ୍ରଦେଶରେ ବର୍ତ୍ତମାନ ସୁଦ୍ଧା ୮୦,୦୦୦ରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୩୯୯୩୫ ଜଣ ସୁସ୍ଥ ହୋଇଛନ୍ତି। ୩୯,୯୯୦ ଜଣ ଚିକିତ୍ସିତ ହେଉଛନ୍ତି। ୯୩୩ ଜଣଙ୍କ ମୃତ୍ୟୁ ଘଟିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share