ଗୋରୁ ବୋଝେଇ ଗାଡ଼ି ଦୁର୍ଘଟଣାଗସ୍ତ: ୩ ମାଫିଆ ଗିରଫ

ପାଟଣା,୧୮।୨(ବୀର କିଶୋର ଦାଶ):କେନ୍ଦୁଝର ଜିଲା ତରୁମୁଙ୍ଗା ଥାନା ପୋଲିସ ମଙ୍ଗଳବାର ୩ ଗୋରୁ ମାଫିଆଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ବ୍ୟକ୍ତି ହେଉଛନ୍ତି ଉତ୍ତର ପ୍ରଦେଶ ମୁଜାଫର୍‌ ନଗର ଜିଲାର ଏମ ଡି ମହାସିନ। ପଞ୍ଜାବ ରାଜ୍ୟ ତ୍ରନ ତରଙ୍ଗ ଜିଲା ରରଣବୀର ସିଂ ଓ ଜସ ମେଲ ସିଂହ। ଏନେଇ ୨୮୧/୨୫ରେ ଏକ ମାମଲା ହୋଇଥିବା ତୁରୁମୁଙ୍ଗା ଥାନା ଅଧିକାରୀ ଧର୍ମେନ୍ଦ୍ର ଶାନ୍ତିର କହିଛନ୍ତି।
ସୂଚନାଯୋଗ୍ୟ ଯେ, ପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଇଥିବା ୪୯ ନଂ ମୁମ୍ବାଇ-କଲିକତା ଜାତୀୟ ରାଜପଥ ତୁରୁମୁଙ୍ଗା ବଜାର ନିକଟରେ ସୋମବାର ଅପରାହ୍ନରେ ଏକ ଟ୍ରଲର ଓ ବାଇକକୁ ଧକ୍କା ଦେଇ ଡିଭାଇଡ଼ରକୁ ଚଢି ଯାଇଥିଲା। ଦୁର୍ଘଟଣାରେ ବାଇକ ଆରୋହୀ ଗୁରୁତର ହୋଇଥିବାବେଳେ ଦୁର୍ଘଟଣା ଘଟାଇ ଥିବା ଟ୍ରଲରକୁ ତୁରୁମୁଙ୍ଗା ପୋଲିସ ଜବତ କରି ତଦନ୍ତ କରୁଥିଲେ। ଟ୍ରଲର ଭିତରୁ ୩୪ ଗୋରୁଙ୍କୁ ଉଦ୍ଧାର କରିଥିଲା ପୋଲିସ। ସେଥିମଧ୍ୟରୁ ଗୋଟେ ଗୋରୁର ଟ୍ରଲର ଭିତରେ ମୃତ୍ୟୁ ଘଟିଥିଲା। ଗୋରୁଙ୍କୁ ଅତି ଦୟନୀୟ ଅବସ୍ଥାରେ ଗାଡି ଭିତରେରେ ଆଳୁ ବସ୍ତା ଭଳି ପୁରାଇ ଗୋ ମାଫିଆ ଚାଲାଣ କରୁଥିଲେ। ପଶୁ ଚିକିତ୍ସକଙ୍କ ଦ୍ୱାରା ୩୩ ଆହତ ଗୋରୁଙ୍କୁ ଚିକିତ୍ସା କରାଯିବା ପରେ କରଞ୍ଜିଆ ଗୋଶାଳାକୁ ପଠାଯିବ ବୋଲି ପୋଲିସ କହିଛି।

Share