ବସ୍‌ରେ ଗୋରୁ ଚାଲାଣ

ବାଲେଶ୍ବର,୧୨।୯(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ସେରଗଡ଼ ଟୋଲଗେଟ୍‌ ନିକଟରୁ ୯ରୁ ଅଧିକ ଗୋରୁଙ୍କୁ ଏକ ବସରେ ଭଦ୍ରକରୁ ପଶ୍ଚିମବଙ୍ଗ ଚାଲାଣ ବେଳେ ଧରାପଡ଼ିଛି।
ବସ୍‌ଟି ପୂର୍ବରୁ ଏମିତି ଗୋରୁ ଚାଲାଣ କରୁଥିବା ବେଳେ ୪/୫ ଥର ଖସି ଯାଇଥିଲା। ହେଲେ ସୋମବାର ବିଳମ୍ବିତ ରାତିରେ ସ୍ଥାନୀୟ ଗୋ ସୁରକ୍ଷା ବାହିନୀ ସେରଗଡ଼ ନିକଟରେ କାବୁ କରିଥିଲେ। ଗୋ ସୁରକ୍ଷା କର୍ମୀ ଗୋରୁ ଭର୍ତ୍ତି ବସ୍‌ଟିକୁ ଧରିବାରେ ସଫଳ ହୋଇଥିଲେ ମଧ୍ୟ ଡ୍ରାଇଭର ଓ ହେଲ୍‌ପର ଫେରାର ଅଛନ୍ତି। ପରେ ବସ୍‌ଟିକୁ ଖନ୍ତାପଡ଼ା ଥାନା ପୁଲିସକୁ ହସ୍ତାନ୍ତର କରି ସ୍ଥାନୀୟ ମା ଭାରତୀ ଗୋ ସେବା କେନ୍ଦ୍ରରେ ଗୋରୁମାନଙ୍କୁ ଛଡାଯାଇଛି ।

Share