ଗୋରୁ ହାଟରୁ, ଛେଳି, ମୁଢ଼ି ବେପାରୀଙ୍କୁ ନିଶା ଦେଇ କରୁଥିଲେ ଟାର୍ଗେଟ:  ଲୁଟେରାଙ୍କୁ ଧରିଲା ପୋଲିସ 

ଆନନ୍ଦପୁର,୨୪।୭(ସନ୍ତୋଷ ରାଉତ): କେନ୍ଦୁଝର ଜିଲା ଆନନ୍ଦପୁର ପୋଲିସକୁ  ବଡ ସଫଳତା ମିଳିଛି। ନିଶାଦିଆ ଲୁଟେରାଙ୍କ କବଳରେ ରହିଆସିଥିବା ଆନନ୍ଦପୁରବାସୀଙ୍କୁ ସାମାନ୍ୟ ଆସ୍ବସ୍ତି ମିଳିଛି। ତଦନ୍ତର ଅଗ୍ରଗତି ପରେ ଘଟଣାର ଗୁମର ଫିଟିବ ବୋଲି ଜଣାପଡିଛି। ସିସିଟିଭି ଫୁଟେଜ ଆଧାରରେ ନିଶାଦିଆ ଲୁଟେରାଙ୍କର ଗତିବିଧି ଲକ୍ଷ କରିବା ଓ ସାଦା ପୋଷାକରେ ବିଭିନ୍ନ ସ୍ଥାନରେ ଯାଞ୍ଚପରେ ସୋମବାର ନିଶାଦିଆ ଲୁଟେରାଙ୍କୁ ପୋଲିସ ଗିରଫ କରିଛି। ଗିରଫ ଲୁଟେରା ଢେଙ୍କାନାଳ ଜିଲା ଭୁବନ ଥାନା ଅଧୀନ ଓଡ଼ଶ ଗ୍ରାମର ବ୍ରଜବନ୍ଧୁ ରଣା । ୫୫ ବର୍ଷୀୟ ବ୍ରଜ ଦୀର୍ଘଦିନ ଧରି ଆନନ୍ଦପୁର ଅଞ୍ଚଳରେ ରହି ବ୍ୟବସାୟୀମାନଙ୍କୁ ନିଶା ଦେଇଲୁଟ କରିବା ବଳବତ୍ତର ରଖିଥିଲେ। ଆନନ୍ଦପୁର ପୋଲିସ ପ୍ରାଥମିକ ପର୍ଯ୍ୟାୟରେ ଲୁଟେରାଙ୍କର ସ୍କେଚ ଜାରି କରି ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ସୁଦ୍ଧା ଟେର୍‌ ପାଇପାରୁନଥିଲା। ଏପରିକି ଲୁଟେରାଙ୍କର ଫଟୋ ଗଣମାଧ୍ୟମ ଦ୍ୱାରା ପ୍ରସାରଣ ହେବା ପରେ ଲୋକମାନେ ଯଥେଷ୍ଟ ମାତ୍ରାରେ ସଚେତନ ହୋଇଥିବାବେଳେ ଲୁଟେରା ଉପରେ ନଜର ମଧ୍ୟ ରଖିଆସିଥିଲେ।
ତାଙ୍କ ନାମରେ ଆନନ୍ଦପୁର ଥାନାରେ କେସ ନଂ. ୧୫୪/୨୩ରେ ଦଫା ୩୯୨, ୩୨୮, ୩୦୭ରେ ମାମଲା ରୁଜୁ ହୋଇଛି। ଲୁଟେରା ବ୍ରଜ ସମ୍ପର୍କରେ ଅଧିକ ତଥ୍ୟ ଜାଣିବା ପାଇଁ  ତାଙ୍କୁ ଭଦ୍ରକ ଜିଲା ପୋଲିସ ନିକଟକୁ ସ୍ଥାନାନ୍ତର କରାଯାଇଛି। ସବିଶେଷ ତଥ୍ୟ  ହାସଲ କରାଯିବା ପରେ ସମସ୍ତ ତଥ୍ୟ ଗଣମାଧ୍ୟମକୁ ପ୍ରେସ୍‌ ମିଟ୍‌ ଜରିଆରେ ହସ୍ତାନ୍ତର କରାଯିବ ବୋଲି ଥାନା ଅଧିକାରୀ ଦେବକୀ ନାଇକ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଆନନ୍ଦପୁର ପୌରପରିଷଦ ଫକୀରପୁର ସାପ୍ତାହିକ ଗୋରୁ ହାଟରୁ, ବିରିଡିହା ଗ୍ରାମର ଛେଳି ବେପାରୀଙ୍କ ଠାରୁ, ଦୁଇରୁ ତିନି ଜଣ ମୁଢି ବେପାରୀଙ୍କ ଠାରୁ ନିଶାଦେଇ ଲୁଟ୍‌ କରାଯିବା ଏବଂ ଆନନ୍ଦପୁର ବଡଦାଣ୍ଡର ମାଛ ବେପାରୀ ଚକ୍ରଧର ସିଙ୍କୁ ଚା ରେ ନିଶାଦେଇ ଲୁଟ୍‌ କରିବା ଭଳି ଅନେକ ଘଟଣା ଆନନ୍ଦପୁର ପୁଲିସ ନଜରରେ ରହିଥିଲା।

Enter your email to get our daily news in your inbox.

All Right Reserved By Dharitri.Com

ପଏଣ୍ଟ ଖାତା ଖୋଲିଲା ମୁମ୍ବାଇ

ମୁମ୍ବାଇ,୩୧।୩: ପଦାର୍ପଣକାରୀ ଅଶ୍ୱନୀ କୁମାରଙ୍କ ଘାତକ ବୋଲିଂ ଓ ରିଆନ ରିକଲଟନଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ମୁମ୍ବାଇ ଇଣ୍ଡିଆନ୍ସ(ଏମ୍‌ଆଇ) ୮ ଉଇକେଟରେ କୋଲକାତା ନାଇଟ୍‌ ରାଇଡର୍ସ...

ହାଇୱା ପଛରେ ପିଟିଲା ବାଇକ୍‌: ଜଣେ ମୃତ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

ଲାଞ୍ଜିଗଡ,୩୧ା୩( ରମେଶ ଚନ୍ଦ୍ର ନାୟକ):ଲାଞ୍ଜିଗଡରୁ ମୁନିଗୁଡାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ବେଦାନ୍ତ କାରଖାନା ନିକଟରେ ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ହାଇୱା ପଛରେ...

ପ୍ରେମ, ପ୍ରତାରଣା, ଧୋକା: ଆଦିବାସୀ ଯୁବତୀ ୮ ମାସର ଗର୍ଭବତୀ, ଯୁବକ…

ପାଟଣା,୩୧ା୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ପ୍ରେମ, ପ୍ରତରଣା ପରେ ଧୋକା ଘଟଣା ସାମ୍‌ନାକୁ ଆସିଛି। ଜଣେ ୧୯ ବର୍ଷୀୟା ଆଦିବାସୀ ଯୁବତୀଙ୍କୁ...

ଭିସୁଟ ଛାତ୍ରୀ ଚିନ୍ମୟୀ ଆତ୍ମହତ୍ୟା ମାମଲା: ପୁରୁଷ ବନ୍ଧୁ ଗିରଫ

ସମ୍ବଲପୁର,୩୦ା୩(ପ୍ରମୋଦ ବହିଦାର): ଭିସୁଟ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁଙ୍କ ଆତ୍ମହତ୍ୟା ମାମଲାରେ ସୋମବାର ବୁର୍ଲା ପୋଲିସ ତାଙ୍କ ପୁରୁଷ ବନ୍ଧୁ ପ୍ରୀତିମାନ ଦେ(୨୭)ଙ୍କୁୁ ଗିରଫ କରଛି।...

କଠିନ ପରିଶ୍ରମ ଛାତ୍ରୀଛାତ୍ରଙ୍କ ଉନ୍ନତିର ମୂଳମନ୍ତ୍ର

ଲାଞ୍ଜିଗଡ,୧।୪(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡସ୍ଥିତ ଡିଏଭି ବେଦାନ୍ତ ଆନ୍ତର୍ଜାତୀୟ ବିଦ୍ୟାଳୟର ବାର୍ଷିକୋତ୍ସବ ବେଦାନ୍ତ ଟାଉନସିପ ଅନ୍ତର୍ଗତ ବିଦ୍ୟାଳୟ ପରିସରଠାରେ ଅନୁଷ୍ଠିତ...

ହଳଧର ସାହିତ୍ୟ ଅସ୍ମିତାର ଆବାହକ: ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଲୋକକବିଙ୍କୁ ଶୁଭେଚ୍ଛା

ବରଗଡ,୩୧।୩(ପ୍ରେମାନନ୍ଦ ଖମାରୀ): ପଦ୍ମଶ୍ରୀ ଲୋକକବି ହଳଧର ନାଗଙ୍କ ୭୫ ତମ ଜନ୍ମଦିନ ଅବସରରେ ବରଗଡ଼ରେ ସୋମବାର ତ୍ରିଦିବସୀୟ ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମର ଉଦଘାଟନୀ ସମାରୋହ ଅନୁଷ୍ଠିତ...

ଚା’ ଦୋକାନରୁ ଗଞ୍ଜେଇ ଜବତ, ଜଣେ ଗିରଫ

ଗଞ୍ଜାମ, ୩୧ା୩ (ବିଦ୍ୟାଧର ସାହୁ):ଗଞ୍ଜାମ ଥାନା ଅନ୍ତର୍ଗତ ୧୬ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ଏକ ଚା’ ଦୋକାନରେ ପୋଲିସ ଚଢ଼ାଉ କରି ଗଞ୍ଜେଇ ଜବତ କରିବା...

ଜାତୀୟ ସ୍ତରୀୟ ବିକଶିତ ଭାରତ ଯୁବ ପାର୍ଲିଆମେଣ୍ଟ:ମା’ ମାଣିକେଶରୀ ବିଶ୍ୱବିଦ୍ୟାଳୟର ସୁହାନୀ ମନୋନୀତ

ଭବାନୀପାଟଣା,୩୧।୩(ଉତ୍ତମ କୁମାର ଦାଶ): ଭାରତ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ବିକଶିତ ଭାରତ ଯୁବ ପାର୍ଲିଆମେଣ୍ଟ ଅବସରରେ ଗତ ୨ ଦିନ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image