ନିଶ୍ଚିନ୍ତକୋଇଲି,୧୧ା୮(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ଥାନା ଅଧିନସ୍ଥ ସୁକରପଡ଼ା ଏକ ପୋଖରୀ ନିକଟରୁ ମଇଁଷି ସମେତ ଦୁଇଟି ଗୋରୁ ଚାଲାଣ କଣ୍ଟେନର ଜବତ ହୋଇଥିବା ଥାନାଧିକାରୀ ସୂଚନା ଦେଇଛନ୍ତି। ଗୋ’ଚାଲାଣ ସମ୍ପର୍କରେ ଖବର ପାଇ ଗୋ ସୁରକ୍ଷା ସମିତି ପକ୍ଷରୁ ପୋଲିସକୁ ସୂଚନା ଦିଆଯାଇଥିଲା। ପୋଲିସ ଏହା କାର୍ଯ୍ୟାନୁଷ୍ଠାନ ନେଇଛି। ଗୁରୁବାର ରକ୍ଷାବନ୍ଧନ ପରିପ୍ରେକ୍ଷୀରେ ପୁରପଲ୍ଲୀରେ ଗୋ-ପୂଜନ ଚାଲିଥିଲାବେଳେ ସୁକରପଡ଼ାରୁ ଗୋଚାଲାଣ ହେବା ଘଟଣାକୁ ସାଧାରଣରେ ନିନ୍ଦା କରାଯାଇଛି। ଗୋ-ମଙ୍ଗଳା ସେମିତି,ଜାଗରଣ ମଞ୍ଚ ପକ୍ଷରୁ ଥାନାରେ ଅଭିଯୋଗ କରାଯାଇ ଗୋରୁ ଜିମା ଦିଆଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ଗୋ’ ଚାଲାଣକାରୀମାନେ ଗୋରୁ ଛାଡ଼ି ଫେରାର ହୋଇଯାଇଥିବା ବେଳେ ଦୁଇଟି କଣ୍ଟେନର ଜବତ କରିଛି ପୋଲିସ।