ଏମିତି ଜଣାପଡ଼େ କ୍ୟାନ୍‌ସରର ପ୍ରାଥମିକ ଲକ୍ଷଣ, ଅବହେଳା ନ କରି…

ଏକ ସଦ୍ୟତମ ସର୍ଭେରୁ ଜଣାପଡ଼ିଛି ଯେ, ଆମ ରାଜ୍ୟରେ କ୍ୟାନ୍‌ସର ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହାର କେତେକ କାରଣ ମଧ୍ୟ ରହିଛି। ଅଧିକାଂଶ ବ୍ୟକ୍ତି କ୍ୟାନ୍‌ସର ରୋଗର ଲକ୍ଷଣକୁ ପ୍ରାଥମିକ ସ୍ତରରେ ଜାଣିପାରନ୍ତି ନାହିଁ। କେବଳ ସେତିକି ନୁହେଁ, ସେଭଳି ଲକ୍ଷଣକୁ ଗୁରୁତ୍ୱର ସହ ନ ନେଇ ଅବହେଳା କରିଥାଆନ୍ତି। ଏହା ଫଳରେ କ୍ୟାନ୍‌ସର ରୋଗ ବଢ଼ିଯାଏ ଏବଂ ଅଧିକ ଦିନ ଚିକିତ୍ସା କରିବାକୁ ପଡ଼ିଥାଏ। ବେଳେବେଳେ ଏହା ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ। ତେଣୁ ଆମେ ଯଦି କ୍ୟାନ୍‌ସର ଲକ୍ଷଣକୁ ଅବହେଳା ନ କରି ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା, ଡାକ୍ତରଙ୍କ ପରାମର୍ଶରେ ସମସ୍ତ ଡାକ୍ତରୀ ପରୀକ୍ଷା କରାଇନେବା ଏବଂ ଆବଶ୍ୟକ ପଡିଲେ ଠିକ୍‌ ଚିକିତ୍ସା କରାଇନେବା, ତେବେ ଆମେ ମଧ୍ୟ ଅନ୍ୟ ସମସ୍ତ ବ୍ୟକ୍ତିଙ୍କ ଭଳି ଏକ ସାଧାରଣ ଜୀବନ ଅତିବାହିତ କରିପାରିବା। ତେଣୁ ଏହି ରୋଗର କାରଣ ସମ୍ପର୍କରେ ଆସନ୍ତୁ ଜାଣିବା। କାରଣ ଏ ବିଷୟରେ ଜଣେ ଭଲ ଭାବରେ ଅବଗତ ହେବା ନିହାତି ଦରକାର।
ଜିଭ, ପାଟିରେ ଘା’
ଆପଣଙ୍କ ଜିଭ, ପାଟିରେ ଘା’ ହୋଇଛି କି? ଯଦି ହଁ, ତେବେ ଏହା ଚିକିତ୍ସା ପରେ ସମ୍ପୂର୍ଣ୍ଣ ଭାବରେ ଶୁଖି ଯାଇଛି ତ? ଯଦି ଘା’ ଶୁଖୁ ନାହିଁ ତେବେ ବିଳମ୍ବ ନ କରି ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। କାରଣ ଏହା ହୁଏତ କ୍ୟାନ୍‌ସରର କାରଣ ହୋଇପାରେ। ଅନ୍ୟପକ୍ଷରେ ବେକରେ ଆବୁ ପରି ଫୁଲିବା, ସ୍ବର ପରିବର୍ତ୍ତନ ହେବା, ଖାଦ୍ୟ ଢୋକିବାରେ ଅସୁବିଧା ହେବାକୁ ଅବହେଳା କରନ୍ତୁ ନାହିଁ। ଏସବୁ ବିଷୟରେ ଜାଣିବାକୁ ପାଇଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। କାରଣ ଏଗୁଡିକୁ କ୍ୟାନ୍‌ସରର ପ୍ରାରମ୍ଭିକ ଲକ୍ଷଣ ଭାବରେ ଗଣାଯାଇଥାଏ।
ସ୍ତନରେ ଗୋଟା ଭଳି ଅନୁଭବ ହେବା
ଯଦି ଆପଣଙ୍କର ସ୍ତନ କିମ୍ବା କାଖରେ ଗୋଟା ଭଳି ଅନୁଭବ ହେଉଛି, ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ଏହା ସହିତ ସ୍ତନର ଆକାର ପରିବର୍ତ୍ତନ ହେବା, ନିପଲ ଭିତରକୁ ପଶିଯିବା, ନିପଲରୁ ତରଳ ପଦାର୍ଥ ବାହାରିବା ଆଦି ଲକ୍ଷଣ ଦେଖାଦେଲେ ଡାକ୍ତରଙ୍କ ସହ ଯେତେ ଶୀଘ୍ର ପରାମର୍ଶ କରିବେ ସେତେ ଭଲ।
ଅସ୍ବାଭାବିକ ରକ୍ତସ୍ରାବ ହେବା
ମେନୋପୋଜ୍‌ ବା ଋତୁସ୍ରାବ ବନ୍ଦ ହେବା ପରେ ମଝିରେ ମଝିରେ ରକ୍ତସ୍ରାବ ହେଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ଏହା ସହିତ ଶାରୀରିକ ସମ୍ପର୍କ ପରେ ରକ୍ତସ୍ରାବ ହେବା, ଅଧିକ ଯନ୍ତ୍ରଣା ହେବା ଏବଂ ଯୌନାଙ୍ଗରୁ ଦୁର୍ଗନ୍ଧଯୁ୍‌କ୍ତ ତରଳ ପଦାର୍ଥ ବାହାରିବା କ୍ୟାନ୍‌ସରର ଲକ୍ଷଣ ହୋଇପାରେ।
ଝାଡ଼ାରେ ପରିବର୍ତ୍ତନ
ଯଦି ଆପଣଙ୍କ ଝାଡ଼ାରେ ପରିବର୍ତ୍ତନ ହେଉଛି, ତେବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ହଠାତ୍‌ ପତଳା ଝାଡ଼ା ହେବା କିମ୍ବା ହଠାତ୍‌ କୋଷ୍ଠକାଠିନ୍ୟ ସମସ୍ୟା ଦେଖାଦେବା ଝାଡ଼ାରେ ରକ୍ତ ପଡ଼ିବା କ୍ୟାନ୍‌ସର ରୋଗର ଲକ୍ଷଣ ହୋଇପାରେ।
ଖାଇବାକୁ ଇଚ୍ଛା ନ ହେବା
ସବୁବେଳେ ପେଟ ଫୁଲିଲା ଭଳି ଅନୁଭବ ହେବା, ଖାଇବାକୁ ଇଚ୍ଛା ନ ହେବା, ଅତ୍ୟଧିକ ହାଲିଆ ଲାଗିବା ସହିତ ହଠାତ୍‌ ଓଜନ କମିଗଲେ ବିଳମ୍ବ ନ କରି ଯେତେଶୀଘ୍ର ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। କାରଣ ଏହା ହୁଏତ କ୍ୟାନ୍‌ସରର ପ୍ରମୁଖ ଲକ୍ଷଣ ହୋଇପାରେ।
ବାରମ୍ବାର କାଶ ହେବା
ପାଖାପାଖି ତିନି ସପ୍ତାହରୁ ଅଧିକ ସମୟ ଧରି କଫ ଲାଗି ରହିବା, କାଶରେ ପରିବର୍ତ୍ତନ, କଫରେ ରକ୍ତ ପଡ଼ିବା ଏବଂ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ ହେଲେ ଡେରି ନ କରି ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।
କଳାଜାଇ ଆକାର ପରିବର୍ତ୍ତନ
କଳାଜାଇ, ଭାତୁଡ଼ିର ଆକାର, ରଙ୍ଗ ଏବଂ ସଂଖ୍ୟାରେ ପରିବର୍ତ୍ତନ କ୍ୟାନ୍‌ସରର ଲକ୍ଷଣ ହୋଇପାରେ। ଏହା ସହିତ ଯଦି ସେଥିରୁ ରକ୍ତସ୍ରାବ ହେଉଛି ତେବେ ବିଳମ୍ବ ନ କରି ତୁରନ୍ତ ଡାକ୍ତରଙ୍କ ସହ ଏ ବିଷୟରେ ପରାମର୍ଶ କରନ୍ତୁ।
କ୍ୟାନ୍‌ସର ଚିକିତ୍ସା ସମ୍ଭବ
କ୍ୟାନ୍‌ସର ହେଉଛି ଅନ୍ୟତମ ପ୍ରମୁଖ ସ୍ବାସ୍ଥ୍ୟ ସମସ୍ୟା। ହେଲେ ଏହା ଜୀବନ ପ୍ରତି ବିପଦପୂର୍ଣ୍ଣ ନୁହେଁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ରୋଗର ପ୍ରାରମ୍ଭିକ ଲକ୍ଷଣ ବିଷୟରେ ଜାଣିପାରିଲେ ବିଳମ୍ବ ନ କରି ତୁରନ୍ତ ତଥା ଠିକ୍‌ ସମୟରେ ଚିକିତ୍ସା କରାଇ ନେଲେ କ୍ୟାନ୍‌ସରରୁ ଆରୋଗ୍ୟ ମିଳିଥାଏ। ଏହି କଥାଟିକୁ ସମସ୍ତେ ମନେରଖିବା ଯେ, କ୍ୟାନ୍‌ସର ଏକ ଡିଅଁା ରୋଗ ନୁହେଁ। କ୍ୟାନ୍‌ସର ରୋଗୀଙ୍କ ସହ ରହିଲେ, ତାଙ୍କୁ ଛୁଇଁଲେ, ସେମାନଙ୍କର ଜିନିଷପତ୍ର ବ୍ୟବହାର କଲେ କ୍ୟାନ୍‌ସର ହୋଇ ନ ଥାଏ। ଆମ ରାଜ୍ୟରେ କ୍ୟାନ୍‌ସରର ସମସ୍ତ ଚିକିତ୍ସା ଉପଲବ୍ଧ। ଅନ୍ୟପକ୍ଷରେ କ୍ୟାନ୍‌ସର ରୋଗର ଚିକିତ୍ସା ପାଇଁ ଆମ ରାଜ୍ୟ ସରକାର ଅନେକ ଯୋଜନା କରିଛନ୍ତି।
ପରିବାର ଲୋକଙ୍କ ଦାୟିତ୍ୱ
କ୍ୟାନ୍‌ସର ରୋଗୀଙ୍କୁ ଘୃଣା କରନ୍ତୁ ନାହିଁ। ଡାକ୍ତରଙ୍କ ପରାମର୍ଶ ଅନୁସାରେ ଠିକ୍‌ ସମୟରେ ପରୀକ୍ଷା କରାଇ ନିଅନ୍ତୁ। ରୋଗୀକୁ ସବୁବେଳେ ଉତ୍ସାହିତ କରନ୍ତୁ। ଘରେ ସକାରାତ୍ମକ ପରିବେଶ ସୃଷ୍ଟି କରନ୍ତୁ। ରୋଗୀ ସହିତ ହସଖୁସିରେ ଦିନ ଅତିବାହିତ କରନ୍ତୁ।

ଡା. କ୍ଷୀତିଶ ଚନ୍ଦ୍ର ମିଶ୍ର
-ବରିଷ୍ଠ କର୍କଟ ରୋଗ ବିଶେଷଜ୍ଞ, କାର୍ସିନୋଭା କ୍ୟାନ୍‌ସର ହସ୍‌ପିଟାଲ, କଟକ
ମୋ : ୯୪୩୮୧୬୩୨୮୦


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ଲୋକଙ୍କ ଠାରୁ ରୁହନ୍ତୁ ଦୂରରେ, ଜାଣନ୍ତୁ କାହିଁକି କହିଲେ ଚାଣକ୍ୟ

ଭାରତର ମହାନ ରାଜନୀତିଜ୍ଞ ଏବଂ ଅର୍ଥଶାସ୍ତ୍ର ବିଶେଷଜ୍ଞ ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ବିଭିନ୍ନ ବିଷୟରେ ବର୍ଣ୍ଣନା କରିଛନ୍ତି। ଚାଣକ୍ୟ ନୀତି ପୁସ୍ତକର ୧୭ତମ ଅଧ୍ୟାୟର...

ଫ୍ରିଜରେ ଆଳୁ ରଖୁଛନ୍ତି କି, ଡାକୁଛନ୍ତି ଏହି ରୋଗକୁ

ଆଳୁର ସେବନ ସଭିଙ୍କୁ ପସନ୍ଦ। ଅଧିକାଂଶ ବ୍ୟଞ୍ଜନରେ ଏହାର ବ୍ୟବହାର କରାଯାଇଥାଏ। କିନ୍ତୁ କିଛି ଲୋକ ଏହାକୁ ଫ୍ରିଜ୍‌ରେ ରଖିଦିଅନ୍ତି; ଯାହା ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ...

ମଧ୍ୟାହ୍ନ ଭୋଜନ ପରେ ପ୍ରବଳ ନିଦ ଆସୁଛି କି, ଖାଦ୍ୟରେ ସାମିଲ୍‌ କରନ୍ତୁ ଏହି ୨ଟି ଜିନିଷ, ଚୁଟ୍‌କିରେ ଛାଡିଯିବ ନିଦ

ମଧ୍ୟାହ୍ନ ଭୋଜନ ପରେ ଅପରାହ୍ନରେ ନିଦ ଆସିବା ବହୁତ ସ୍ବାଭାବିକ। ପ୍ରତ୍ୟେକ ବ୍ୟକ୍ତି କୁହନ୍ତିି ଯେ ଅପରାହ୍ନରେ ମଧ୍ୟାହ୍ନ ଭୋଜନ ଖାଇବା ପରେ ଯେଉଁ ହାଲୁକା...

ଔଷଧରେ ବ୍ୟବହାର ହୁଏ ଭାଙ୍ଗ, କ’ଣ ଖାଇବା ଦ୍ୱାରା ନିଶା ହୁଏ?

ହୋଲି ବିନା ଭାଙ୍ଗ ଅଧୁରା। ଭାଙ୍ଗ ବିନା ହୋଲି ସମ୍ପୂର୍ଣ୍ଣ ହୁଏ ନାହିଁ। ଏହି କାରଣରୁ ଲୋକମାନେ ଏହାକୁ ଥାଣ୍ଡା ସହିତ ମିଶାଇ ପିଅନ୍ତି। ତଥାପି,...

ସପ୍ତାହରେ ଦୁଇଥର ଖାଆନ୍ତୁ ଚୁନାମାଛ

ସପ୍ତାହକୁ ଦୁଇ ଥର ମାଛ ଖାଇବା ଦ୍ୱାରା ହୃତପିଣ୍ଡ ସୁସ୍ଥ ରହିବା ସହ ହାର୍ଟଆଟାକ ଆଶଙ୍କା ହ୍ରାସ ପାଇଥାଏ। ମାଛରେ ପ୍ରଚୁର ମାତ୍ରାରେ ଓମେଗା ୩...

କେତେ ଉପକାରୀ ଦଲିଆ

ଏବେ ଆମମାନଙ୍କର ଅନିୟମିତ ଜୀବନଶୈଳୀ ଆମକୁ ଅନେକ ରୋଗ ମୁହଁକୁ ଠେଲି ଦେଉଛି। ଠିକ୍‌ ସମୟରେ ଠିକ ଖାଦ୍ୟ ନ ଖାଇବା ଦ୍ୱାରା ବି ଆମେ...

Holi ପୂର୍ବରୁ ତୁରନ୍ତ ଘରୁ କାଢ଼ି ଦିଅନ୍ତୁ ଏସବୁ, ଧନ-ସମୃଦ୍ଧିରେ ଉପୁଜିବ ବାଧା…

ଏମିତି କିଛି ଜିନିଷ ରହିଛି; ଯାହାକୁ ଘରେ ରଖିଲେ ବାସ୍ତୁଦୋଷ ଉପୁଜିବା ସହ ନକାରାତ୍ମକ ଊର୍ଜା ବଢ଼ିଥାଏ। ସେଥିପାଇଁ ଏହି ଜିନିଷଗୁଡ଼ିକୁ ତୁରନ୍ତ ଘରୁ କାଢ଼ିଦେବା...

ସିଝାଇବା ନା ଷ୍ଟିମ କରିବା…ସ୍ବାସ୍ଥ୍ୟ ପାଇଁ କେଉଁଟା ଲାଭକାରୀ?

ସବୁଜ ପନିପରିବା ଏବଂ ଅନ୍ୟାନ୍ୟ ପୁଷ୍ଟିକର ଖାଦ୍ୟ ଆମ ଶରୀରକୁ ଭିଟାମିନ, ଖଣିଜ ପଦାର୍ଥ ଏବଂ ଫାଇବର ଯୋଗାଇଥାଏ। କିନ୍ତୁ ଆପଣ କ’ଣ ଜାଣନ୍ତି ଯେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image