ବେଙ୍ଗାଲୁରୁ,୨୭।୯: କାବେରୀ ଜଳ ବିବାଦ ମାମଲାରେ କର୍ନାଟକର ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା କହିଛନ୍ତି ଯେ, ଜଳ ଛାଡିବା ସମ୍ପର୍କରେ ସେ ତାଙ୍କ ଓକିଲଙ୍କ ସହ କଥା ହୋଇଛନ୍ତି। କାବେରୀ ଜଳ ନିୟାମକ କମିଟି (ସିଡବ୍ଲ୍ୟୁଆରସି) ୩୦୦୦ କ୍ୟୁସେକ ଜଳ ମୁକ୍ତ କରିବାକୁ ପ୍ରସ୍ତାବ ଦେଇଛି, ମୁଁ ପୂର୍ବରୁ ମୋର ଓକିଲଙ୍କ ସହ କଥା ହୋଇସାରିଛି, ସେ ସୁପ୍ରିମକୋର୍ଟରେ ଏହି ପ୍ରସ୍ତାବକୁ ଚ୍ୟାଲେଞ୍ଜ କରିବାକୁ ପରାମର୍ଶ ଦେଇଛନ୍ତି। ତାମିଲନାଡୁକୁ ଦେବାକୁ ଆମ ପାଖରେ ପାଣି ନାହିଁ । ଆମେ ସିଡବ୍ଲ୍ୟୁଆରସିର ଆଦେଶକୁ ଚ୍ୟାଲେଞ୍ଜ ଦେଉଛୁ।
ସୂଚନାଯୋଗ୍ୟ, ତାମିଲନାଡୁ ପାଇଁ କାବେରୀ ନଦୀ ଜଳ ଛାଡକୁ ବିରୋଧ କରି ଭାଜପା ଏବଂ ଜେଡିଏସ ଦ୍ୱାରା ସମର୍ଥିତ କୃଷକ ଏବଂ କନ୍ନଡ ସଂଗଠନ ଦ୍ୱାରା ମଙ୍ଗଳବାର ବେଙ୍ଗାଲୁରୁ ବନ୍ଦ ଡାକରା ଦିଆଯାଇଥିଲା। ଏହାର ଆଂଶିକ ପ୍ରଭାବ ମଧ୍ୟ ଦେଖାଯାଇଥିଲା।