ନୟାଗଡ଼ ଅଫିସ/ରଣପୁର, ୬ା୮(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ବ୍ଲକ ନରେନ୍ଦ୍ରପୁର ପଞ୍ଚାୟତ ବଧିପାଟଣା ନିକଟ ମେଳାତଇଲା ପାହାଡରେ ଏକ ପୁରାତନ ଗୁମ୍ଫା ଠାବ ହୋଇଛି। ଗୁମ୍ଫାଟିରେ ବୈଷ୍ଣବଦେବୀ ପୂଜା ପାଉଛନ୍ତି। ଜଣେ ଛେଳି ଚରାଳି ଗୁମ୍ଫାଟିକୁ ଦେଖିବା ପରେ ଏହା ଲୋକଲୋଚନକୁ ଆସିଛି। ଏହା ପରେ ଗୁମ୍ଫା ଦେଖିବାକୁ ଭିଡ ଜମିଛି। ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ ସନ୍ଧ୍ୟା ହେଲେ ଗୁମ୍ଫାରୁ ହୁଳହୁଳି ଶବ୍ଦ ଆସୁଛି। ପୂର୍ବେ ଏଠାରେ ସାଧୁସନ୍ଥମାନେ ରହୁଥିଲେ। କାଳକ୍ରମେ ସାଧୁସନ୍ଥ ଚାଲିଯିବା ପରେ ଗୁମ୍ଫାଟି ଉପେକ୍ଷିତ ହୋଇ ପଡି ରହିଥିଲା। ଗୁମ୍ଫା ଠାବ ହେବା ପରେ ସ୍ଥାନୀୟ ଲୋକେ ପୁଣିଥରେ ବୈଷ୍ଣବଦେବୀଙ୍କୁ ପୂଜା ଆରମ୍ଭ କରିଛନ୍ତି। ତେବେ ଗୁମ୍ଫା ଭିତରେ ୭ଟି ଘର ଥିବା ଦେଖିବାକୁ ମିଳିଛି। ଗୁମ୍ଫା ସମ୍ପର୍କରେ ଅନୁଧ୍ୟାନ କଲେ ଅନେକ ତଥ୍ୟ ମିଳିପାରିବ ବୋଲି ଲୋକେ ପ୍ରକାଶ କରିିଛନ୍ତି।