Categories: ଜାତୀୟ

ସିବିଡିଟି ଅଧ୍ୟକ୍ଷଙ୍କ କାର୍ଯ୍ୟକାଳ ବଢ଼ିଲା

ନୂଆଦିଲ୍ଲୀ,୧ା୧୦(ପି.ଟି.): କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି)ର ଅଧ୍ୟକ୍ଷ ନୀତିନ ଗୁପ୍ତାଙ୍କ କାର୍ଯ୍ୟକାଳକୁ କେନ୍ଦ୍ର ସରକାର ୯ ମାସ ବଢ଼ାଇଛନ୍ତି। ୧୯୮୬ ବ୍ୟାଚ୍‌ର ଏହି ଭାରତୀୟ ରାଜସ୍ବ ସେବା (ଆଇଆର୍‌ଏସ୍‌) ଅଧିକାରୀଙ୍କର ଶନିବାର ଅବସର ଗ୍ରହଣ କରିବାର ଥିଲା। ଆୟକର ବିଭାଗରେ କାର୍ଯ୍ୟରତ ଗୁପ୍ତାଙ୍କୁ ଗତବର୍ଷ ଜୁନ୍‌ରେ ସିବିଡିଟି ମୁଖ୍ୟ ଭାବେ ନିଯୁକ୍ତ କରାଯାଇଥିଲା। ନିଯୁକ୍ତି ସମ୍ପର୍କିତ କ୍ୟାବିନେଟ୍‌ କମିଟି ଠିକା ଭିତ୍ତିରେ ତାଙ୍କ କାର୍ଯ୍ୟକାଳକୁ ଅକ୍ଟୋବର ୧ରୁ ୨୦୨୪ ଜୁନ୍‌ ୩୦ ପର୍ଯ୍ୟନ୍ତ ବୃଦ୍ଧି ପ୍ରସ୍ତାବକୁ ଅନୁମୋଦନ କରିଛି।

Share