ନୂଆଦିଲ୍ଲୀ: କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ(ସିବିଡିଟି) ପକ୍ଷରୁ ୧.୨୯ ଲକ୍ଷ କୋଟି ଟଙ୍କା ଟିକସଦାତାଙ୍କୁ ରିଫଣ୍ଡ ପ୍ରଦାନ କରାଯାଇଛି। ଏପ୍ରିଲରୁ ନଭେମ୍ବର ମଧ୍ୟରେ ୩୯.୪୯ ଲକ୍ଷ ଟିକସଦାତାଙ୍କୁ ଏହି ରିଫଣ୍ଡ ଜାରି କରାଯାଇଥିବା ଆୟକର ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୩୭.୫୫ ଲକ୍ଷ ମାମଲାରେ ୩୪,୮୨୦ କୋଟି ଟଙ୍କାର ବ୍ୟକ୍ତିଗତ ଆୟକର ରିଫଣ୍ଡ ଦିଆଯାଇଥିବା ବେଳେ ୧.୯୩ ଲକ୍ଷ ମାମଲାରେ ୯୪,୩୭୦ କୋଟି ଟଙ୍କାର କର୍ପୋରେଟ ଟିକସ ରିଫଣ୍ଡ ଦିଆଯାଇଛି। ଆର୍ଥତ୍କ ବର୍ଷ ୨୦୧୯-୨୦ ଲାଗି ରିଟର୍ନ ଫାଇଲ କରିବାର ସୀମାକୁ ଅର୍ଥ ମନ୍ତ୍ରଣାଳୟ ଡିସେମ୍ବର ୩୧ ଯାଏ ବଢାଇଛି। ଏଥି ଲାଗି ପୂର୍ବରୁ ନଭେମ୍ବର ୩୦ ଶେଷ ସୀମା ରଖାଯାଇଥିଲା।