‘୭୨ ହୁରେଂ’ର ଟ୍ରେଲରକୁ ସେନସରବୋର୍ଡ ଦେଲାନାହିଁ ସାର୍ଟିଫିକେଟ, ଡିଜିଟାଲି ରିଲିଜ କଲେ ମେକର୍ସ

ମୁମ୍ବାଇ,୨୮।୬: ଆତଙ୍କବାଦର କଳା କାହାଣୀ ଉପରେ ଆଧାରିତ ଫିଲ୍ମ ‘୭୨ ହୁରେଂ’ର ଟିଜର ସହ ଏହା ଚର୍ଚ୍ଚାରେ ରହି ଆସୁଛି। କିଛିଦିନ ତଳେ ଫିଲ୍ମର ଟିଜର ରିଲିଜର ଘୋଷଣା କରାଯାଇଥିଲା କି ୨୮ ଜୁନରେ ଏହା ରିଲିଜ ହେବାକୁ ଯାଉଛି।ସୂଚନାଯୋଗ୍ୟ, ସେଣ୍ଟ୍ରାଲ ବୋର୍ଡ ଅଫ ଫିଲ୍ମ ସାର୍ଟିଫିକେସନ ୭୨ ହୁରେଂର ଟ୍ରେଲରକୁ ସାର୍ଟିଫିକେଟ କରିବାକୁ ମନା କରିଦେଇଛି। ଏହାକୁ ନେଇ ନିର୍ମାତା କିନ୍ତୁ ପଛକୁ ହଟି ନ ଥିଲେ, ବୁଧବାର ଟ୍ରେଲରକୁ ଡିଜିଟାଲି ରିଲିଜ କରିଛନ୍ତି।
୭୨ ହୁରେଂ ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ଘଟଣାରେ ସବୁଠାରୁ ଇଣ୍ଟରେଷ୍ଟିଂ ବିଷୟ ହେଉଛି, ସେଣ୍ଟ୍ରାଲ ବୋର୍ଡ ଅଫ ଫିଲ୍ମ ସାର୍ଟିଫିକେସନ ଏହି ଫିଲ୍ମକୁ ପାସ କରି ଦେଇଛି। ଏହା ସହିତ ଫିଲ୍ମଟି ହଲ୍‌ରେ ପ୍ରଦର୍ଶିତ ହେବାକୁ ଅନୁମତି ଦିଆଯାଇଛି। ହେଲେ ଟ୍ରେଲର ରିଲିଜ ବେଳକୁ ସେନ୍ସର ବୋର୍ଡ ଏହାକୁ ଆପତ୍ତିଜନକ ବୋଲି କହି ସାର୍ଟିଫିକେଟ ଦେବାକୁ ମନା କରିଦେଇଛି।

୭୨ ହୁରେଂର ନିର୍ଦ୍ଦେଶନା ନାଶନାଲ ଆଓ୍ବାର୍ଡ ଓ୍ବିନିଂ ଫିଲ୍ମ ମେକର ସଞ୍ଜୟ ପୁରନ ସିଂ ଚୌହାନ ଦେଇଥିବା ବେଳେ ଏହାର ପ୍ରଡକସନ ଦାୟିତ୍ୱ ନେଇଛନ୍ତି ଗୁଲାବ ସିଂ ତଂଓ୍ବର, ଅନିରୁଦ୍ଧ ତଂଓ୍ବର ଓ ଅଶୋକ ପଣ୍ଡିତ। ଫିଲ୍ମରେ ପବନ ମାଲହୋତ୍ରା ଓ ଆମିର ବଶିର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ୭୨ ହୁରେଂ ଜୁଲାଇ ୭ରେ ସିନେମା ହଲରେ ରିଲିଜ ହେବାକୁ ଯାଉଛି।

Share