ନୂଆଦିଲ୍ଲୀ,୩।୧୦: ଇଣ୍ଟରପୋଲ୍ର ୯୦ତମ ସାଧାରଣ ସଭା ପୂର୍ବରୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଟୁଇଟର ଏବଂ ଇନ୍ଷ୍ଟାଗ୍ରାମ୍ରେ ପ୍ରବେଶ କରିଛି। ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଏବଂ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ) ସୋସିଆଲ ମିଡିଆ ସହ ଯୋଡ଼ିହୋଇ ରହିଥିବା ବେଳେ ସିବିଆଇ ଏହାଠାରୁ ଦୂରରେ ରହି ପ୍ରେସ୍ ବିଜ୍ଞପ୍ତିର ପୁରୁଣା ଧାରାରେ ସୀମିତ ରହିଥିଲା। ତେବେ ଦିଲ୍ଲୀରେ ହେବାକୁ ଥିବା ଇଣ୍ଟରପୋଲ୍ ସାଧାରଣ ସଭାକୁ ସିବିଆଇ ଆୟୋଜନ କରୁଛି। ଏଥିରେ ୧୯୫ ଦେଶର ପ୍ରତିନିଧି ଯୋଗଦେବେ। ଏଥିରେ ମୁଖ୍ୟତଃ ସାଇବର ଅପରାଧ, ଅର୍ଥନୈତିକ ଅପରାଧ, ଇଣ୍ଟରନେଟ୍ରେ ଶିଶୁମାନଙ୍କ ଉପରେ ଅଶ୍ଳୀଳ ଚିତ୍ର ଓ ଭିଡିଓ ପ୍ରସାରଣ ଆଦି ଅପରାଧ ନିୟନ୍ତ୍ରଣ ସମ୍ପର୍କରେ ଆଲୋଚନା କରାଯିବ।