‘ଗେଲ’ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କେବି ସିଂଙ୍କୁ ଗିରଫ କଲା ସିବିଆଇ, ୫୦ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ

ନୂଆଦିଲ୍ଲୀ,୫।୯: ଭାରତ ସରକାରଙ୍କର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଅଧୀନରେ ଥିବା ଗ୍ୟାସ ଅଥୋରିଟି ଅଫ ଇଣ୍ଡିଆ ଲିମିଟେଡ(ଗେଲ)ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କେବି ସିଂଙ୍କୁ ଗିରଫ କରିଛି ସିବିଆଇ। କେବି ସିଂଙ୍କ ସମେତ ଆହୁରି ୫ଜଣଙ୍କୁ ଗିରଫ କରାଯାଇଛି। ଖବର ସରବରାହ ସଂସ୍ଥା ଏଏନଆଇ ଅନୁଯାୟୀ, ୫୦ ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗରେ ସିବିଆଇ କେବିଙ୍କୁ ଗିରଫ କରିଛି।

ସିବିଆଇ ଅଧିକାରୀଙ୍କ କହିବାନୁସାରେ, ଅଧିକାରୀମାନେ ନୋଏଡା, ଦିଲ୍ଲୀ, ବିଶାଖାପାଟନମରେ ଚଢାଉ କରିଥିଲେ। ୫୦ଲକ୍ଷ ଟଙ୍କା ଲାଞ୍ଚ ନେବା ମାମଲାରେ ସିବିଆଇ ଦିଲ୍ଲୀ, ନୋଏଡା, ବିଶାଖାପାଟନମରେ ଗେଲ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଓ ଅନ୍ୟମାନଙ୍କ ଠିକଣାରେ ସର୍ଚ୍ଚ ଅପରେଶନ ଜାରି ରଖିଛି। ଗ୍ୟାସ ପାଇପଲାଇନ ପ୍ରକଳ୍ପରେ କିଛି କଣ୍ଟ୍ରାକ୍ଟରଙ୍କୁ ଅନୁକମ୍ପା ଦେବା ପାଇଁ ଲାଞ୍ଚ ପ୍ରଦାନ କରାଯାଇଥିଲା ବୋଲି ଅଧିକାରୀ କହିଛନ୍ତି।

Share