Categories: ଜାତୀୟ

ବିଚାରପତିଙ୍କ ବିରୋଧରେ ଆପତ୍ତିଜନକ ପୋଷ୍ଟ ମାମଲାରେ ୫ ଗିରଫ

ନୂଆଦିଲ୍ଲୀ,୮ ।୮: ଆନ୍ଧ୍ର ପ୍ରଦେଶ ହାଇ କୋର୍ଟର ବିଚାରପତିଙ୍କ ବିରୋଧରେ ସୋସିଆଲ ମିଡିଆରେ ଆପତ୍ତିଜନକ ପୋଷ୍ଟ କରିଥିବା ଅଭିଯୋଗରେ ସିବିଆଇ ଏପର୍ଯ୍ୟନ୍ତ ୫ ଜଣଙ୍କୁ ଗିରଫ କରିସାରିଲାଣି । ୨ ଜଣଙ୍କୁ ରବିବାର ଗିରଫ କରାଯାଇଛି । ସିବିଆଇ ଦ୍ୱାରା କରାଯାଇଥିବା ଏହି ପଦକ୍ଷେପକୁ ନେଇ ସୁପିମକୋର୍ଟ ର ମୁଖ୍ୟ ବିଚାରପତ ଏନ୍ ବି ରମନ୍ନାଙ୍କ କଡା ଟିପ୍ପଣିର ପ୍ରଭାବ ବୋଲି କୁହାଯାଉଛି । ସୂଚନାଯୋଗ୍ୟ, ମୁଖ୍ୟ ବିଚାରପତି ରମନ୍ନା ଦୁଇ ଦିନ ପୂର୍ବରୁ କହିଥିଲେ, ଯେତେବେଳେ ତଳ କୋର୍ଟର ବିଚାରପତିଙ୍କୁ ଧମକ ଦିଆଯାଇଥିବା ନେଇ ଅଭିଯୋଗ ହୋଇଥାଏ, ସେତେବେଳେ ସିବିଆଇ ଓ ଆଇବି କୌଣସି ପଦକ୍ଷେପ ନିଅନ୍ତି ନାହିଁ । ଏହି କଥା ମୁଖ୍ୟ ବିଚାରପତି ଧନବାଦ(ଝାଡ଼ଖଣ୍ଡ)ରେ ଜିଲା ଜଜଙ୍କ ହତ୍ୟା ମାମାଲାର ଶୁଣାଣି ସମୟରେ ସେ କହିଥିଲେ । ତେବେ ବର୍ତ୍ତମାନ ବିଚାରପତିଙ୍କ ବିରୋଧରେ ପୋଷ୍ଟ କରିଥିବା ଘଟଣା ଆଜି କାଲିର ନୁହେଁ ବରଂ ଏହା ୨ ବର୍ଷ ତଳର ।

Share