Categories: ଜାତୀୟ

ନିର୍ବାଚନ ପରବର୍ତ୍ତୀ ହିଂସାରେ ୭ ଗିରଫ

କୋଲକାତା,୨୫।୭: ପଶ୍ଚିମବଙ୍ଗରେ ନିର୍ବାଚନ ପରବର୍ତ୍ତୀ ହିଂସାରେ ଶ୍ରୀଧର ଦାସଙ୍କ ମୃତ୍ୟୁ ଘଟଣାରେ ସୋମବାର କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି (ସିବିଆଇ) ୭ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ପ୍ରଣବ ବରକାଇଟ୍‌, ପ୍ରୀତମ ରୟ ସରକାର, ରତନ ରୟ ସରକାର, ଲିଟନ ଶିଲ, ଲିଟନ ଭୌମିକ, ନକୁଲ ରୟ ସରକାର ଓ ବିଶ୍ୱଜିତ ବର୍ମାନଙ୍କୁ କୋଚ୍‌ ବେହାର, ଜୟପୁର ଓ କୋଲକାତାରୁ ଗିରଫ କରାଯାଇଛି। ଅଭିଯୁକ୍ତଙ୍କ ନିକଟରୁ ସିବିଆଇ ଘଟଣା ସମ୍ବନ୍ଧୀୟ କିଛି ଦସ୍ତାବିଜ୍‌ ସଂଗ୍ରହ କରିଥିବା ଜଣାପଡ଼ିଛି। ସୋମବାର ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ ପରେ ପୋଲିସ ରିମାଣ୍ଡରେ ନେଇଛି। ସୂଚନାଯୋଗ୍ୟ, ଗତବର୍ଷ ମେ’ ୪ରେ ନିର୍ବାଚନ ପରେ କେତେଜଣ ଦୁର୍ବୃତ୍ତ ଶ୍ରୀଧରଙ୍କୁ ଠେଙ୍ଗା ଓ ଲୁହା ରଡ୍‌ରେ ପିଟି ପିଟି ଆକ୍ରମଣ କରିଥିଲେ। ସେଠାରେ ଉପସ୍ଥିତ ଥିବା ଶ୍ରୀଧରଙ୍କ ସ୍ତ୍ରୀ ଯେତେବେଳେ ତାଙ୍କୁ ରକ୍ଷା କରିବାକୁ ଯାଇଥିଲେ ସେତେବେଳେ ଅଭିଯୁକ୍ତମାନେ ତାଙ୍କୁ ମଧ୍ୟ ମାରପିଟ୍‌୍‌ କରିଥିଲେ। ଜୁନ୍‌ ୨୧ରେ ଚିକିତ୍ସାଧୀନ ଅବସ୍ଥାରେ ଶ୍ରୀଧରଙ୍କ ମୃତ୍ୟୁ ହୋଇଥିଲା।

Share