ମୁମ୍ବାଇ,୨୬।୨: ନ୍ୟାଶନାଲ ଷ୍ଟକ୍ ଏକ୍ସଚେଞ୍ଜ (ଏନ୍ଏସ୍ଇ) ଅନିୟମିତତା ମାମଲାରେ ଏହାର ପୂର୍ବତନ ଗ୍ରୁପ୍ ଅପରେଟିଂ ଅଫିସର (ଜିଓଓ) ଆନନ୍ଦ ସୁବ୍ରମଣ୍ୟନ୍ଙ୍କୁ ସିବିଆଇ ଗିରଫ କରିଛି। ତାଙ୍କୁ ମାର୍ଚ୍ଚ ୮ ପର୍ଯ୍ୟନ୍ତ ହେପାଜତରେ ରଖି ଅଧିକ ପଚରା ଉଚରା କରାଯିବ ବୋଲି ସୂଚନା ମିଳିଛି। ଏନ୍ଏସ୍ଇର ପୂର୍ବତନ ସିଇଓ ଚିତ୍ରା ରାମକ୍ରିଷ୍ଣାଙ୍କ କାର୍ଯ୍ୟକୁ ହିମାଳୟର ଜଣେ ରହସ୍ୟମୟ ଯୋଗୀ ନିୟନ୍ତ୍ରଣ କରୁଥିଲେ ବୋଲି ଭାରତର ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ରିପୋର୍ଟ ଦେବା ପରେ ଏହାକୁ ନେଇ ତନାଘନା ଆରମ୍ଭ ହୋଇଛି। ସେହି ରହସ୍ୟମୟ ଯୋଗୀ ହିଁ ଆନନ୍ଦ ସୁବ୍ରମଣ୍ୟନ୍ ବୋଲି କୁହାଯାଉଛି। ସୁବ୍ରମଣ୍ୟନ୍ଙ୍କ ଉତ୍ତରରେ ତାଳମେଳ ନ ରହିବାରୁ ଅଧିକ ତଦନ୍ତ ଲାଗି ତାଙ୍କୁ ହାଜତକୁ ନେବାକୁ ପଡ଼ିଲା ବୋଲି ସିବିଆଇ କହିଛି। ଚେନ୍ନାଇ କୋର୍ଟରେ ତାଙ୍କୁ ହାଜର କରାଯିବା ପରେ ରିମାଣ୍ଡରେ ଦିଲ୍ଲୀ ନିଆଯିବ।