Categories: ଜାତୀୟ

ଶୁଟର ସିପି ସିଦ୍ଧୁ ହତ୍ୟା ଘଟଣା: ବିଚାରପତିଙ୍କ ଝିଅ ଗିରଫ

ଚଣ୍ଡିଗଡ,୧୫।୬: ଜାତୀୟ ଶୁଟର ସିପି ସିଦ୍ଧୁଙ୍କ ହତ୍ୟା ଘଟଣାରେ ବୁଧବାର ସିବିଆଇ ଜଣେ ବିଚାରପତିଙ୍କ ଝିଅଙ୍କୁ ଗିରଫ କରିଛି। ଏହି ଘଟଣାର ପ୍ରାୟ ୭ ବର୍ଷ ପରେ କଲ୍ୟାଣୀ ସିଂହଙ୍କୁ ସିବିଆଇକୁ ଗିରଫ କରିଛି। ଗିରଫଦାରୀ ପରେ ସିବିଆଇ କଲ୍ୟାଣୀଙ୍କୁ ୪ ଦିନିଆ ରିମାଣ୍ଡରେ ଆଣି ଅଧିକ ଖୋଳତାଡ ଆରମ୍ଭ କରିଛି। ହିମାଚଳ ପ୍ରଦେଶ ହାଇକୋର୍ଟର କାମଚଳା ମୁଖ୍ୟ ବିଚାରପତି ଜଷ୍ଟିସ ସାବିନାଙ୍କ ଝିଅ ହେଉଛନ୍ତି କଲ୍ୟାଣୀ।
ସୂଚନାଯୋଗ୍ୟ,୨୦୧୫ରେ ଚଣ୍ଡିଗଡ ସେକ୍ଟର ୨୭ ଅଞ୍ଚଳରୁ ସିପି ସିଦ୍ଧୁଙ୍କ ମୃତଦେହ ମିଳିଥିଲା। ପୋଲିସ ଘଟଣାର ଠିକ ଭାବେ ତଦନ୍ତ କରି ନ ପାରିବାରୁ ୨୦୧୬ରେ ସିବିଆଇ ଏହାର ତଦନ୍ତ ଦାୟିତ୍ୱ ହାତକୁ ନେଇଥିଲା। ୨୦୧୬ ଏପ୍ରିଲ ୧୩ରେ ଚଣ୍ଡିଗଡ ପ୍ରଶାସନର ଅନୁରୋଧ କ୍ରମେ ସିବିଆଇ ଘଟଣାରେ ପ୍ରଥମ ମାମଲା ରୁଜୁ କରିଥିଲା।

Share