ନୂଆଦିଲ୍ଲୀ,୨୪।୧୨: ବ୍ୟାଙ୍କ ଋଣ ଦୁର୍ନୀତି ମାମଲାରେ ଆଇସିଆଇସିଆଇ ବ୍ୟାଙ୍କ୍ର ପୂର୍ବତନ ସିଇଓ ଚନ୍ଦା କୋଚର ଏବଂ ତାଙ୍କ ସ୍ବାମୀ ଦୀପକ କୋଚରଙ୍କୁ ସିବିଆଇ ଶୁକ୍ରବାର ଗିରଫ କରିଛି। କୋଚର ଆଇସିଆଇସିଆଇ ବ୍ୟାଙ୍କ ମୁଖ୍ୟ ଥିବାବେଳେ ୨୦୧୨ରେ ଭିଡିଓକନ୍ ଗ୍ରୁପ୍କୁ ୩,୨୫୦ କୋଟି ଟଙ୍କା ଋଣ ପ୍ରଦାନରେ ଅନିୟମିତତା ହୋଇଥିଲା। ଏହି ଗ୍ରୁପ୍କୁ ଅନୁକମ୍ପା ଅଭିଯୋଗ ଆସିବା ପରେ ୨୦୧୮ ଅକ୍ଟୋବରରେ କୋଚର ଘରୋଇ ବ୍ୟାଙ୍କ ସିଇଓ ପଦରୁ ଇସ୍ତଫା ଦେଇଥିଲେ। ସେ ବ୍ୟାଙ୍କ ଆଚରଣ ବିଧି ଏବଂ ଆଭ୍ୟନ୍ତରୀଣ ନୀତିର ଉଲ୍ଲଂଘନ କରିଥିବାରୁ ବ୍ୟାଙ୍କ ତାଙ୍କ ଇସ୍ତଫାକୁ ବରଖାସ୍ତ ଭାବେ ଗ୍ରହଣ କରିଥିଲା। ତାଙ୍କ ବିରୋଧରେ ସିବିଆଇ ଅପରାଧ ଷଡ଼ଯନ୍ତ୍ର ଏବଂ ଠକେଇ ମାମଲା ରୁଜୁ କରିଥିଲା।