Categories: ଜାତୀୟ

ଗିରଫ ହେଲେ ୩ ନୌସେନା ଅଧିକାରୀ

ନୂଆଦିଲ୍ଲୀ,୨୬।୧୦: ଗୁପ୍ତ ତଥ୍ୟ ଯୋଗାଇବା ଅଭିଯୋଗରେ ମଙ୍ଗଳବାର ନୌସେନା ବିଭାଗର ୩ଜଣଙ୍କୁ ଗିରଫ କରିଛି ସିବିଆଇ। ଭାରତର ଏକ ବୁଡ଼ା ଜାହାଜର ଆଧୁନିକୀକରଣର ତଥ୍ୟ ସେମାନେ ଲିକ୍‌ କରିଥିବା ଜଣାପଡ଼ିବା ପରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସେମାନଙ୍କ ମଧ୍ୟରୁ ୨ଜଣ ଅବସର ପ୍ରାପ୍ତ କର୍ମଚାରୀ ଏବଂ ଅନ୍ୟ ଜଣେ କାର୍ଯ୍ୟରତ କମାଣ୍ଡର ରହିଛନ୍ତି। କାର୍ଯ୍ୟରତ କମାଣ୍ଡର ମୁମ୍ବାଇରେ କାମ କରୁଥିବା ବେଳେ ସେମାନେ ଦିଲ୍ଲୀରୁ ଏହି ତଥ୍ୟ ଲିକ୍‌ କରିଥିବା ଜଣାପଡ଼ିଛି। ସନ୍ଦେହ ପରେ ଗୋଇନ୍ଦା ବିଭାଗ ସେମାନଙ୍କୁ ଅନୁଧ୍ୟାନ କରୁଥିଲେ। ବଳିଷ୍ଠ ପ୍ରମାଣ ମିଳିବା ପରେ ଗିରଫ କରାଯାଇଛି।

Share