Categories: ଜାତୀୟ

ଲାଞ୍ଚ ନେଇ ରେଲଓ୍ବେ ଇଞ୍ଜିନିୟର ଗିରଫ

ନୂଆଦିଲ୍ଲୀ,୬।୨: ୨ କୋଟି ଟଙ୍କା ଲାଞ୍ଚ କାରବାର ଅଭିଯୋଗରେ ସିବିଆଇ ଉତ୍ତରପୂର୍ବ ଫ୍ରଣ୍ଟିୟର ରେଲଓ୍ବେ ଜୋନ୍‌ର ୨ଇଞ୍ଜିନିୟରଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି। ବରିଷ୍ଠ ସେକ୍ସନ ଇଞ୍ଜିନିୟର ସନ୍ତୋଷ କୁମାର ଏବଂ ତାଙ୍କ ଉପରିସ୍ଥ ଡେପୁଟି ଚିଫ୍‌ ଇଞ୍ଜିନିୟର ରାମପାଲଙ୍କ ସମେତ ଠିକାଦାର ତଥା ତ୍ରିବେଣୀ କନ୍‌ଷ୍ଟ୍ରକ୍‌ଶନର ମାଲିକ ସଜ୍ଜନ ଚୌଧୁରୀଙ୍କୁ ଗିରଫ କରାଯାଇଛି। କନ୍‌ଷ୍ଟ୍ରକ୍‌ଶନ କମ୍ପାନୀଠାରୁ ଲାଞ୍ଚ ଅର୍ଥରୁ ୮ଲକ୍ଷ ଟଙ୍କା ସନ୍ତୋଷ ଗ୍ରହଣ କରୁଥିବା ବେଳେ ଗିରଫ ହୋଇଥିଲେ। ସିବିଆଇ ୧୯ଟି ସ୍ଥାନରେ ଚଢ଼ାଉ କରି ରାମପାଲଙ୍କ ଶ୍ୱଶୁର ଘରୁ ୬୭ ଲକ୍ଷ ଟଙ୍କା ସମେତ ମୋଟ ୧.୧୦ କୋଟି ନଗଦ ଟଙ୍କା ଜବତ କରିଥିଲା। ଏଥିସହ ୯ ଜଣଙ୍କ ବିରୋଧରେ ସିବିଆଇ ମାମଲା ରୁଜୁ କରିଥିଲା।

Share