Categories: ଜାତୀୟ

ଶିକ୍ଷକ ଚୟନ ଦୁର୍ନୀତି ମାମଲା: ଟିଏମ୍‌ସି ବିଧାୟକ ଜୀବନକୃଷ୍ଣ ଗିରଫ

ନୂଆଦିଲ୍ଲୀ/କୋଲକାତା,୧୭।୪: ପଶ୍ଚିମବଙ୍ଗରେ ଶିକ୍ଷକ ଚୟନ ଦୁର୍ନୀତି ମାମଲାରେ ତୃଣମୂଳ କଂଗ୍ରେସ(ଟିଏମ୍‌ସି) ବିଧାୟକ ଜୀବନକୃଷ୍ଣ ସାହାଙ୍କୁ ସୋମବାର ସିବିଆଇ ଗିରଫ କରିଛି।

ମିଳିଥିବା ସୂଚନା ମୁତାବକ, ବୁରୱାନ ବିଧାୟକ ଜୀବନକୃଷ୍ଣଙ୍କୁ ସିବିଆଇ ଶୁକ୍ରବାରଠାରୁ ମାରାଥନ ଜେରା କରିଥିଲା। ଦୀର୍ଘ ସମୟ ଜେରା ପରେ ସିବିଆଇ ତାଙ୍କୁ ଗିରଫ କରିଛି। ଏପରି କି ସିବିଆଇ ଅଧିକାରୀମାନେ ଜୀବନକୃଷ୍ଣଙ୍କ ବାସଭବନରେ ପହଞ୍ଚିବାରୁ ସେ ତାଙ୍କ ମୋବାଇଲ ଫୋନ ପୋଖରୀକୁ ଫିଙ୍ଗିଦେଇଥିଲେ। ପରେ ସିବିଆଇ ଅଧିକାରୀ ପୋଖରୀ ପାଣି ଶୁଖାଇ ଗୋଟିଏ ମୋବାଇଲ ଫୋନ ଉଦ୍ଧାର କରିଥିଲେ। କିନ୍ତୁ ଦ୍ବିତୀୟ ଫୋନ ମିଳିପାରି ନାହିଁ। ଉଦ୍ଧାର କରାଯାଇଥିବା ଫୋନ୍‌ରୁ ଅଧିକ ତଥ୍ୟ ସଂଗ୍ରହ କରିବା ଲାଗି ଅଧିକାରୀମାନେ ଉଦ୍ୟମ ଚଳାଇଛନ୍ତି।
ଏହି ମାମଲାରେ ଗିରଫ ହେବାରେ ଜୀବନକୃଷ୍ଣ ହେଉଛନ୍ତି ଟିଏମ୍‌ସିର ତୃତୀୟ ବିଧାୟକ। ପୂର୍ବରୁ ଟିଏମ୍‌ସି ବିଧାୟକ ପାର୍ଥ ଚାଟାର୍ଜୀ ଏବଂ ମାଣିକ ଭଟାଚାର୍ଯ୍ୟଙ୍କୁ ସିବିଆଇ ଗିରଫ କରିଥିଲା। ଏପରି କି ଜୀବନକୃଷ୍ଣଙ୍କ ବାସଭବନ ନିକଟରେ ଥିବା ଆବର୍ଜନା ଫିଙ୍ଗା ସ୍ଥାନରୁ କାଗଜପତ୍ର ଥିବା ୫ଟି ବ୍ୟାଗ୍‌କୁ ସିବିଆଇ ଅଧିକାରୀମାନେ ଜବତ କରିଥିବା ଜଣାପଡ଼ିଛି।

Share