କୋଲକାତା,୨୧।୨: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ତଥା ତୃଣମୂଳ କଂଗ୍ରେସ ଏମ୍ପି ଅଭିଷେକ ବାନାର୍ଜୀଙ୍କ ଘରେ ସିବିଆଇ ଟିମ୍ ପହଞ୍ଚିଛନ୍ତି। କୋଇଲା ଚୋରାଚାଲାଣ ଘଟଣାର ପଚରାଉଚରା ପାଇଁ ସିବିଆଇ ଟିମ୍ ଜାରି ହୋଇଥିବା ସମନ ନେଇ ଅଭିଷେକଙ୍କ ଘରେ ପହଞ୍ଚିଛନ୍ତି। ସମନ ଅନୁସାରେ ଅଭିଷେକଙ୍କ ସ୍ତ୍ରୀ ରୁଜିରା ବାନାର୍ଜୀଙ୍କୁ ୨୪ ଘଣ୍ଟା ମଧ୍ୟରେ କୋଇଲା ଚୋରାଚାଲାଣ ଘଟଣା ନେଇ ପଚରାଉଚରା କରାଯିବ। ରାଜ୍ୟରେ ବିଧାନସଭା ନିର୍ବାଚନ ପୂର୍ବରୁ ସିବିଆଇ ଟିମ୍ର କାର୍ଯ୍ୟ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି। ଏହାଦ୍ୱାରା ତୃଣମୂଳ କଂଗ୍ରେସକୁ ଏକ ଝଟ୍କା ଲାଗିଛି।