Categories: ଜାତୀୟ

ନିଜ ଟ୍ରେନିଂ ଏକାଡେମୀ ଉପରେ ଚଢ଼ାଉ ପରେ ସିବିଆଇକୁ ଧରିଲା ସିବିଆଇ

ନୂଆଦିଲ୍ଲୀ,୧୪।୧: କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ପାଇଁ ଗୁରୁବାର ଏକ କଳା ଦିନ କହିଲେ ଭୁଲ ହେବ ନାହିଁ। ଦୁର୍ନୀତି ଗ୍ରସ୍ତ ଅଫିସରଙ୍କ ଲାଗି ଦେଶର ସବୁଠୁ ନିର୍ଭର ଯୋଗ୍ୟ ତଦନ୍ତକାରୀ ସଂସ୍ଥା ସିବିଆଇକୁ ନିଜ ଟ୍ରେନିଂ ଏକାଡେମୀ ଉପରେ ଚଢ଼ାଉ କରିବାକୁ ପଡ଼ିଛି। ଆଉ ଦୁଇ ସୁପରିଟେନଟେଣ୍ଟଙ୍କ ସମେତ ୪ ଜଣ କର୍ମୀଙ୍କୁ ଗିରଫ କରିଛି ସିବିଆଇ। ବ୍ୟାଙ୍କ ଠକେଇ ମାମଲରେ ତଦନ୍ତ ବେଳେ ଅଭିଯୁକ୍ତ କମ୍ପାନୀଠାରୁ ଲାଞ୍ଚ ନେଇଥିବା ୪ ସିବିଆଇ କର୍ମୀଙ୍କ ବିରୋଧରେ ଅଭିଯୋଗ ହୋଇଥିଲା। ଏହାପରେ ଗୁରୁବାର ସକାଳେ ସିବିଆଇ ନିଜ ଟ୍ରେନିଂ ଏକାଡେମୀ ଓ ଦିଲ୍ଲୀ, ଉତ୍ତରପ୍ରଦେଶର ଗାଜିଆବାଦ୍‌, ନୋଏଡା, ମୀରଟ ସମେତ ୧୩ ସ୍ଥାନରେ ଚଢ଼ାଉ କରିଛି ସିବିଆଇ।

କେନ୍ଦ୍ରୀୟ ସଂସ୍ଥା ଏହି ଘଟଣା ସମ୍ପର୍କରେ ଅଧିକ ତଥ୍ୟ ଦେଇନାହିଁ। କାରଣ ଏହାର କର୍ମୀମାନେ ବଡ଼ ଆକାରରେ ଲାଞ୍ଚ ନେଇଥିବା ଅଭିଯୋଗର ସେମାନେ ତଦନ୍ତ କରୁଛନ୍ତି। ଗିରଫ ହୋଇଥିବା ପୋଲିସ କର୍ମୀମାନେ ହେଲେ ଡେପୁଟି ସୁପରିଟେନଟେଣ୍ଟ ଅଫ୍‌ ପୋଲିସ ଆର. କେ. ରିଶି, ଆର. କେ. ସାଙ୍ଗଓ୍ବାନ, ଇନ୍ସପେକ୍ଟର କପିଲ ଧାନକଡ ଓ ଷ୍ଟେନୋ ସମିର କୁମାର ସିଂ ।

Share