Categories: ଜାତୀୟ

୨୬ରେ ପୁଣି ସିବିଆଇ କାର୍ଯ୍ୟାଳୟରେ ହାଜର ହେବେ ସିସୋଡିଆ

ନୂଆଦିଲ୍ଲୀ,୨୦।୨: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ଅଢୁଆ ଥମିବାର ନାଁ ନେଉନାହିଁ। ମଦ ଦୁର୍ନୀତି ମାମଲାରେ ପୁଣିଥରେ ୨୬ ଫେବୃୟାରୀରେ ପଚରାଉଚରା ପାଇଁ ସିବିଆଇ ଡକାଇଥିବା ମନୀଷ ସିସୋଡିଆ କହିଛନ୍ତି।

ଏହାପୂର୍ବରୁ ସିବିଆଇ ରବିବାର ମନୀଷ ସିସୋଡିଆଙ୍କୁ ଡକାଇଥିଲା। ଏହି ସମୟରେ ସିସୋଡିଆ ବଜେଟ ଚୂଡ଼ାନ୍ତ କରିବାକୁ ଅଧିକ ସମୟ ଦେବାକୁ ସିବିଆଇକୁ ଅନୁରୋଧ କରିଥିଲେ। ତେବେ ସିବିଆଇ ତାଙ୍କ ଅନୁରୋଧକୁ ଗ୍ରହଣ କରି ପଚରାଉଚରା ପାଇଁ ପୁଣି ସମନ ଜାରି କରିଛି।

ମନୀଷ ସିସୋଡିଆ କହିଛନ୍ତି, ମୁଁ ତାଙ୍କୁ ଫେବୃୟାରୀ ଶେଷ ପର୍ଯ୍ୟନ୍ତ ସମୟ ମାଗିଛି ଯାହା ଦ୍ୱାରା ବଜେଟ ଚୂଡାନ୍ତ ହୋଇପାରିବ। ଏହାପରେ ଫେବୃୟାରୀ ଶେଷରେ କିମ୍ବା ତା’ପରେ ଯେତେବେଳେ ବି ସେମାନେ ଡାକିବାକୁ ଚାହିଁବେ, ଏହି ମାମଲା ସହିତ ଜଡିତ ସମସ୍ତ ପ୍ରଶ୍ନର ଉତ୍ତର ଦେବି। ମୁଁ ସେମାନଙ୍କୁ ସର୍ବଦା ସମର୍ଥନ କରିଆସୁଛି ଏବଂ ଆଗକୁ ମଧ୍ୟ ଜାରି ରଖିବି।

Share