Categories: ଜାତୀୟ

କେରଳ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନଁ।ରେ ସିବିଆଇ ମାମଲା

ଥିରୁଭାନନ୍ଥପୁରମ, ୧୮ା୮: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମେନ ଚାଣ୍ଡିଙ୍କ ସମେତ ୬ ପ୍ରମୁଖ ରାଜନେତାଙ୍କ ବିରୋଧରେ ମଙ୍ଗଳବାର ଯୌନ ନିର୍ଯାତନା ମାମଲା ରୁଜୁ କରିଛି। ସ୍ଥାନୀୟ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ କୋର୍ଟରେ ଅଲ୍‌ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି) ମହାସଚିବ କେ. ସି. ବେଣୁଗୋପାଳ, କଂଗ୍ରେସ ବିଧାୟକ ଏ. ପି. ଅନିଲ କୁମାର, ଦଳୀୟ ଏମ୍‌ପି ହିବି ଇଡେନ୍‌ ଏବଂ ଅଦୁର ପ୍ରକାଶ ଓ ଭାଜପା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଏ. ପି. ଅବ୍‌ଦ୍ଦୁଲାକୁଟିଙ୍କ ନାମରେ ଏତଲା ଦାଏର ହୋଇଛି। ଅଭିଯୁକ୍ତଙ୍କ ବିରୋଧରେ ଅର୍ଥ ଶୋଷଣ, ଦୁର୍ନୀତି ଏବଂ ମହିଳା ନିର୍ଯାତନା ଧାରା ଲାଗୁ ହୋଇଛି।
୨୦୧୩ରେ କେରଳ ସୋଲାର ଦୁର୍ନୀତି ମାମଲାର ଅଭିଯୁକ୍ତ ମହିଳାଙ୍କ ଅଭିଯୋଗ ଅନୁସାରେ, ପ୍ରକଳ୍ପ ବାବଦରେ ଦେଖାକରିବାକୁ ଯାଇଥିବା ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଚାଣ୍ଡିଙ୍କ ସମେତ ଅନ୍ୟମାନଙ୍କ ଦ୍ୱାରା ସେ ଯୌନ ଶୋଷଣର ଶିକାର ହୋଇଥିଲେ। ମନ୍ତ୍ରୀ, ବିଧାୟକଙ୍କ ବାସଭବନ ଏବଂ ହୋଟେଲ ରୁମରେ ଏହି ଘଟଣା ଘଟିଥିଲା। ଏ ନେଇ ପୋଲିସ ୨୦୧୮ ରେ ଏକ ମାମଲା ରୁଜୁ କରିଥିଲା। ଗତ ଫେବୃୟାରୀ ୨୪ରେ ରାଜ୍ୟ ସରକାର ଏହି ମାମଲାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରିଥିଲେ।

Share