ନୂଆଦିଲ୍ଲୀ,୭।୧୨ : ଗତ ୫ ବର୍ଷରେ ୧୮ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୫୬ ଏମପି-ବିଧାୟକଙ୍କ ବିରୋଧରେ ସିବିଆଇ ମାମଲା ରୁଜୁ କରାଯାଇଛି। ସେଥିମଧ୍ୟରୁ ୨୨ ଜଣଙ୍କ ବିରୋଧରେ ଚାର୍ଜଶିଟ ଦାଖଲ କରାଯାଇଛି।
ବୁଧବାର ଲୋକ ସଭାରେ କେନ୍ଦ୍ର କାମର୍ର୍କ ଏବଂ ପ୍ରଶିକ୍ଷଣ ମନ୍ତ୍ରଣାଳୟ (ଡିଓପିଟି) ପକ୍ଷରୁ ଏନେଇ ସୂଚନା ପ୍ରଦାନ କରାଯାଇଛି। କହିଛି ୨୦୧୭ ରୁ ୩୧ ଅକ୍ଟୋବର ୨୦୨୨ ପର୍ଯ୍ୟନ୍ତ ସିବିଆଇ ଏହି ମାମଲା ପଞ୍ଜିକରଣ କରିଛି। ଆନ୍ଧ୍ରପ୍ରଦେଶରେ ସର୍ବାଧିକ ୧୦ ଟି ମାମଲା ରୁଜୁ ହୋଇଛି।
ସେହିପରି ଉତ୍ତରପ୍ରଦେଶ ଏବଂ କେରଳ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସେଠାରେ ୬-୬ ମାମଲା ପଞ୍ଜିକୃତ ହୋଇଛି।