ନୂଆଦିଲ୍ଲୀ,୨୧ା୫: ୧୯୮୪ ମସିହା ଶିଖ୍ ବିରୋଧୀ ଦଙ୍ଗା ସହ ଜଡ଼ିତ ପୁଲ ବଙ୍ଗାଶ ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଶନିବାର କଂଗ୍ରେସ ନେତା ଜଗଦୀଶ ଟାଇଟଲରଙ୍କ ବିରୋଧରେ ଚାର୍ଜଶିଟ୍ ଦାଖଲ କରିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦୀରା ଗାନ୍ଧୀଙ୍କ ହତ୍ୟା ପରଦିନ ୧୯୮୪ ନଭେମ୍ବର ୧ ତାରିଖରେ ପୁଲ ବଙ୍ଗାଶରେ ଥିବା ଏକ ଗୁରୁଦ୍ୱାରାରେ ଦଙ୍ଗାକାରୀମାନେ ନିଆଁ ଲଗାଇ ଦେଇଥିବାବେଳେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ହିଂସାକାଣ୍ଡ ଘଟାଇବା ଲାଗି ଜଗଦୀଶ ଦଙ୍ଗାକାରୀଙ୍କୁ ପ୍ରବର୍ତ୍ତାଇଥିବା ଚାର୍ଜଶିଟ୍ରେ ଉଲ୍ଲେଖ କରାଯାଇଛି।