Categories: ଜାତୀୟ

ପଶ୍ଚିମବଙ୍ଗ ସମେତ ତିନି ରାଜ୍ୟର ୪୦ ସ୍ଥାନରେ ସିବିଆଇ ଚଢାଉ

ନୂଆଦିଲ୍ଲୀ,୨୮ ।୧୧: ସିବିଆଇ ଦ୍ୱାରା ଶନିବାର ୩ ରାଜ୍ୟର ୪୦ଟି ସ୍ଥାନରେ ଚଢାଉ କରାଯାଉଥିବା ସୂଚନା ମିଳିଛି । ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏଥିରେ କୋଇଲା ମାଫିଆ ସାମିଲ ଥିବା ଜଣାପଡିଛି । ସେମାନେ କହିଛନ୍ତି କି ଚଢାଉ ବିଶେଷ କରି ପଶ୍ଚିମବଙ୍ଗରେ କରାଯାଉଛି । ଏହା ସିବିଆଇ ଦ୍ୱାରା ଦାୟର କରାଯାଇଥିବା ଏକ ନୂଆ ମାମଲା ସମ୍ବନ୍ଧିତ ବୋଲି କୁହାଯାଉଛି । ଯେଉଁ ୪୦ ସ୍ଥାନରେ ଚଢାଉ କରାଯାଉଛି ସେଥିରେ କେତେଜଣ ବେଆଇନ ବ୍ୟବସାୟ ଓ ଆଉ କେତେଜଣ କୋଇଲା କଳାବଜାରୀରେ ସାମିଲ ଥିବା ସୂଚନା ମିଳିଛି ।

Share