Categories: ଜାତୀୟ

ମୁଖ୍ୟମନ୍ତ୍ରୀଙ୍କୁ ସିବିଆଇ ଗିରଫ ଘଟଣା, ଆସିଲା ବଡ଼ ଅପ୍‌ଡେଟ୍‌

ନୂଆଦିଲ୍ଲୀ, ୨୯।୦୬: ମଦ ଦୁର୍ନୀତି ଏବଂ ଅର୍ଥ ହେରଫେର ମାମଲାରେ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଆଜି ରାଉଜ୍‌ ଆଭେନ୍ୟୁ କୋର୍ଟରେ ହାଜର କରିଛି ସିବିଆଇ । କୋର୍ଟଙ୍କୁ ସିବିଆଇ ଅଧିକାରୀ କେଜ୍ରିଆଲ୍‌ଙ୍କୁ ଆଉ ରିମାଣ୍ଡରେ ନେବାକୁ ମନା କରିଛନ୍ତି । ଅଧିକାରୀ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇବାକୁ କୋର୍ଟଙ୍କୁ ଅନୁରୋଧ କରିଥିଲେ । ଏହାର ବିଚାର କରି କୋର୍ଟ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି ।

ସୂଚନା ଥାଉକି ରାଉଜ ଆଭେନ୍ୟୁ କୋର୍ଟ କେଜରିୱାଲଙ୍କୁ ୩ ଦିନ ରିମାଣ୍ଡରେ ନେବା ପାଇଁ ସିବିଆଇକୁ ଅନୁମତି ଦେଇଥିଲେ । ଯାହାକି ଆଜି ସରିଛି । ରିମାଣ୍ଡ ସରିବା ପରେ କୋର୍ଟରେ ତାଙ୍କୁ ସିବିଆଇ ହାଜର କରିଥିଲା । ଶନିବାର ହୋଇଥିବାରୁ କେଜରିୱାଲ୍‌ଙ୍କୁ ଡ୍ୟୁଟିରେ ଥିବା ମାଜିଷ୍ଟ୍ରେଟ୍‌ଙ୍କ ନିକଟରେ ହାଜର କରାଯାଇଥିଲା । ଏହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଓକିଲ ବିଚାର ବିଭାଗୀୟ ହାଜତ ବିରୋଧରେ ଯିବାପାଇଁ ଆପ୍ଲିକେସନ୍‌ ଦେବାକୁ କୋର୍ଟଙ୍କ ଠାରୁ କିଛିଦିନର ସମୟ ମାଗିଛନ୍ତି ।

Share