Categories: ଜାତୀୟ

ତେଲେଙ୍ଗାନାରେ ସିବିଆଇକୁ ପ୍ରବେଶ ମନା…

ନୂଆଦିଲ୍ଲୀ,୩୦।୧୦ : କେନ୍ଦ୍ରୀୟ ଅନୁସନ୍ଧାନକାରୀ ଏଜେନ୍ସି ସିବିଆଇ ପାଇଁ ତେଲେଙ୍ଗାନା ସରକାର ସହମତି ପ୍ରତ୍ୟାହାର କରି ନେଇଛନ୍ତି। ଏବେ ସିବିଆଇ ରାଜ୍ୟର କୌଣସି ଘଟଣାର ତଦନ୍ତ କରିପାରିବ ନାହିଁ। ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ(କେସିଆର) ବିଧାୟକଙ୍କୁ କିଣିବା ପାଇଁ ଭାଜପା ବିପୁଳ ପରିମାଣର ଅର୍ଥ ପ୍ରଦାନ କରିଥିବା ଅଭିଯୋଗ କରିଥିଲେ। ଏହା ପରେ ଭାଜପା ସିବିଆଇ ତଦନ୍ତ ଦାବି କରିଥିଲା। ଏହି ସମୟରେ, ଏକ ବଡ ପଦକ୍ଷେପ ନେଇ କେସିଆର ସହମତି ପ୍ରତ୍ୟାହାର କରିଛନ୍ତି।

ରାଜ୍ୟ ସରକାର ଶନିବାର ଏ ସମ୍ପର୍କରେ ହାଇକୋର୍ଟଙ୍କୁ ସୂଚନା ଦେଇଛନ୍ତି। ତେବେ ଏ ବାବଦରେ ଏପର୍ଯ୍ୟନ୍ତ କୌଣସି ସରକାରୀ ନିର୍ଦ୍ଦେଶ ଜାରି କରାଯାଇ ନାହିଁ। ଦିଲ୍ଲୀରସ୍ବେତନ୍ତ୍ର ପୋଲିସ ପ୍ରତିଷ୍ଠା ଅଧିନିୟମ ୧୯୪୬ ଅନୁଯାୟୀ, କୌଣସି ରାଜ୍ୟରେ ସିବିଆଇ ତଦନ୍ତ ପାଇଁ ସାଧାରଣ ସମ୍ମତି ଆବଶ୍ୟକ। ବର୍ତ୍ତମାନ ତେଲେଙ୍ଗାନା ଦେଶର ଦଶମ ରାଜ୍ୟ ଭାବେ ସିବିଆଇ ତଦନ୍ତ ଉପରେ ରୋକ ଲଗାଇଛି।

ତାଙ୍କ ଆଦେଶରେ ତେଲେଙ୍ଗାନା ଗୃହ ସଚିବ ରବି ଗୁପ୍ତା କହିଛନ୍ତି ଯେ ୨୩ ସେପ୍ଟେମ୍ବର ୨୦୨୬ ରେ ଦିଲ୍ଲୀର ସ୍ବତନ୍ତ୍ର ପୋଲିସ ପ୍ରତିଷ୍ଠା ଆଇନ ଅନୁଯାୟୀ ଦିଆଯାଇଥିବା ସମ୍ମତି ପ୍ରତ୍ୟାହାର କରି ନିଆଯାଇଛି। ବର୍ତ୍ତମାନଠାରୁ ସିବିଆଇକୁ ପ୍ରତ୍ୟେକ ମାମଲାର ତଦନ୍ତ ପାଇଁ ପୃଥକ ପୃଥକ ଭାବେ ତେଲେଙ୍ଗାନା ସରକାରଙ୍କ ସମ୍ମତି ନେବାକୁ ପଡ଼ିବ।

ସେପ୍ଟେମ୍ବର ମାସରେ, ଯେତେବେଳେ କେସିଆର ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହ ଏକ ସାଧାରଣ ସଭାରେ ପାଟନା ଯାଇଥିଲେ, ସେତେବେଳେ ସେ ଏହା ମଧ୍ୟ କହିଥିଲେ ଯେ କେନ୍ଦ୍ର ସରକାର ଏଜେନ୍ସିଗୁଡିକର ଅପବ୍ୟବହାର କରୁଥିବାରୁ ରାଜ୍ୟମାନେ ସିବିଆଇର ସହମତି ପ୍ରତ୍ୟାହାର କରିବା ଉଚିତ। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଏହି ସହମତି ପ୍ରତ୍ୟାହାର କରିଛନ୍ତି। ଏହା ବ୍ୟତୀତ ମାର୍ଚ୍ଚ ୨୦୨୨ରେ ମେଘାଳୟର କୋନରାଡ ସାଙ୍ଗମା ସରକାର ମଧ୍ୟ ସିବିଆଇ ସହମତି ପ୍ରତ୍ୟାହାର କରି ନେଇଥିଲେ।

Share